କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ସୁଭଦ୍ରା ଯୋଜନା ଫର୍ମ ବଣ୍ଟନ ଆରମ୍ଭ
କର୍ଲାମୁଣ୍ଡା,୨/୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁରେ ସୁଭଦ୍ରା ଯୋଜନାର ଫର୍ମ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ଲକ ରିଂଜାଠାରେ ଆଇସିଡିଏସ କର୍ମୀ ପ୍ରଜ୍ଞା ପରମିତା ସାହୁ ଗାଁର ମହିଳା ମାନଙ୍କୁ ସୁଭଦ୍ରା ଯୋଜନାର ଫର୍ମ ବଣ୍ଟନ କରିବା ସହ ଫର୍ମ ପୂରଣରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି। ଠିକ ସେହିପରି ବ୍ଲକର ଡୁକେରମାଲ,କାର୍ଣ୍ଣିଖୁଟି, କର୍ଲାମୁଣ୍ଡା ବସ୍ତି,ବିଜାପାଟି,କଣ୍ଡରେଇ,ରେଗଡା, ଦାଣ୍ଡିଭଜା, ମାଲପଡା, ବିନ୍ଧାଣି ପ୍ରଭୁତି ଗାଁ ମାନଙ୍କରେ ସୁଭଦ୍ରା ଯୋଜନା ଫର୍ମ […] The post କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ସୁଭଦ୍ରା ଯୋଜନା ଫର୍ମ ବଣ୍ଟନ ଆରମ୍ଭ appeared first on Dharitri Odia News.
କର୍ଲାମୁଣ୍ଡା,୨/୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁରେ ସୁଭଦ୍ରା ଯୋଜନାର ଫର୍ମ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ଲକ ରିଂଜାଠାରେ ଆଇସିଡିଏସ କର୍ମୀ ପ୍ରଜ୍ଞା ପରମିତା ସାହୁ ଗାଁର ମହିଳା ମାନଙ୍କୁ ସୁଭଦ୍ରା ଯୋଜନାର ଫର୍ମ ବଣ୍ଟନ କରିବା ସହ ଫର୍ମ ପୂରଣରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି। ଠିକ ସେହିପରି ବ୍ଲକର ଡୁକେରମାଲ,କାର୍ଣ୍ଣିଖୁଟି, କର୍ଲାମୁଣ୍ଡା ବସ୍ତି,ବିଜାପାଟି,କଣ୍ଡରେଇ,ରେଗଡା, ଦାଣ୍ଡିଭଜା, ମାଲପଡା, ବିନ୍ଧାଣି ପ୍ରଭୁତି ଗାଁ ମାନଙ୍କରେ ସୁଭଦ୍ରା ଯୋଜନା ଫର୍ମ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ଜଣାପଡିଛି। ତେବେ ଗ୍ରାମାଞ୍ଚଳରେ ରହୁଥିବା ଅନେକ ମହିଳାଙ୍କ ଆଧାରରେ ମୋବାଇଲ ନମ୍ବର ଲିଙ୍କ ହେଇନଥିବାରୁ ଯୋଜନାର ଲାଭ ଉଠେଇବା ନେଇ ସମସ୍ୟା ଦେଖା ଦେଇପାରେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।
The post କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ସୁଭଦ୍ରା ଯୋଜନା ଫର୍ମ ବଣ୍ଟନ ଆରମ୍ଭ appeared first on Dharitri Odia News.