ବିଧାୟକ ସୁର ରାଉତରାୟଙ୍କ ରାଜନୈତିକ ଜୀବନର ୫୦ବର୍ଷ ପୂର୍ତ୍ତି, ସମ୍ବର୍ଦ୍ଧନା ଜଣାଇଲେ ଜଟଣୀବାସୀ

ଜଟଣୀ ୨୨।୩: ଓଡିଶାର ଲୋକପ୍ରିୟ ତଥା ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ରାଜନୈତିକ ଜୀବନର ୫୦ ବର୍ଷ ପୂର୍ତ୍ତିରେ ଗଙ୍ଗାପଡା ନିକଟସ୍ଥ ମା’ ଲଟା ଭୂଆସୁଣୀ ମନ୍ଦିର ନିକଟରେ ଏକ ସମ୍ବର୍ଦ୍ଧନା ସଭାର  ଆୟୋଜନ କରାଯାଇଥିଲା l ଆଜି ପର୍ଯ୍ୟନ୍ତ ନିଜର ସାମର୍ଥ୍ୟ ଥାଇ ମଧ୍ୟ ସକ୍ରିୟ ରାଜନୀତିରୁ ବିଦାୟ ନେଇଥିବାରୁ ଜଟଣୀ ନାଗରିକ କମିଟି ତରଫରୁ ଏଇ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା l ଏଇ ସଭାରେ ଆମ ଜଟଣୀ ଆମ ପରିବାର ସୁର ପ୍ରେମୀ, ଜଟଣୀ ନିର୍ବାଚନ ମଣ୍ଡଳୀରୁ ପାଖାପାଖି ୧୦ ହଜାର ଲୋକଙ୍କ ସମାବେଶ ଦେଖିବାକୁ ମିଳିଥିଲା l ଏହି ଅବସରରେ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ମୁଁ ଆଉ ନିର୍ବାଚନ ଲଢିବି ନାହଁ । ଜଟଣୀ ନିର୍ବାଚନ ମଣ୍ଡଳୀରେ ସାଧାରଣ ଜନତାଙ୍କ ପାଇଁ ଯେଉଁଭଳି ଦୁଃଖ ସୁଖରେ ଥିଲି, ମୋର ଶେଷ ନିଶ୍ବାସ ଥିବା ପର୍ଯ୍ୟନ୍ତ ରହିବି । ଏଇ ନିର୍ବାଚନ ମଣ୍ଡଳୀରେ ସମସ୍ତ ଜନସାଧାରଣଙ୍କୁ ମୋ ପରିବାରର ସେବା କରୁଥିବି l ମୋ ପରେ ମୋ ସାନପୁଅ କ୍ୟାପ୍ଟେନ ମନ୍ମଥ ରାଉତରାୟ ଏଇ ନିର୍ବାଚନ ମଣ୍ଡଳୀର ନେତୃତ୍ବ ନେବେ ଓ ମନ୍ମଥ ଯେଉଁ ଦଳରୁ ବି ଠିଆ ହେବ ମୁଁ ବାପା ହିସାବରେ  ତାକୁ ପୁରା   ସମର୍ଥନ କରିବି । ଯେଉଁଭଳି ଭାବେ ଆପଣମାନେ ଓ ଆପଣଙ୍କ ପରିବାର ମୋତେ ଯେଉଁ ସହଯୋଗ କରୁଥିଲା, ଆଶା  ଓ ବିଶ୍ବାସ କରୁଛି କି ମୋ ସାନ ପୁଅ ମନ୍ମଥକୁ ମଧ୍ୟ ସେହିଭଳି ସହଯୋଗ କରିବେ lYou Can Read:ବିଜେପିରେ ମିଶିଲେ କେନ୍ଦ୍ରାପଡ଼ାର

ବିଧାୟକ ସୁର ରାଉତରାୟଙ୍କ ରାଜନୈତିକ ଜୀବନର ୫୦ବର୍ଷ ପୂର୍ତ୍ତି, ସମ୍ବର୍ଦ୍ଧନା ଜଣାଇଲେ ଜଟଣୀବାସୀ

ଜଟଣୀ ୨୨।୩: ଓଡିଶାର ଲୋକପ୍ରିୟ ତଥା ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ରାଜନୈତିକ ଜୀବନର ୫୦ ବର୍ଷ ପୂର୍ତ୍ତିରେ ଗଙ୍ଗାପଡା ନିକଟସ୍ଥ ମା’ ଲଟା ଭୂଆସୁଣୀ ମନ୍ଦିର ନିକଟରେ ଏକ ସମ୍ବର୍ଦ୍ଧନା ସଭାର  ଆୟୋଜନ କରାଯାଇଥିଲା l ଆଜି ପର୍ଯ୍ୟନ୍ତ ନିଜର ସାମର୍ଥ୍ୟ ଥାଇ ମଧ୍ୟ ସକ୍ରିୟ ରାଜନୀତିରୁ ବିଦାୟ ନେଇଥିବାରୁ ଜଟଣୀ ନାଗରିକ କମିଟି ତରଫରୁ ଏଇ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା l ଏଇ ସଭାରେ ଆମ ଜଟଣୀ ଆମ ପରିବାର ସୁର ପ୍ରେମୀ, ଜଟଣୀ ନିର୍ବାଚନ ମଣ୍ଡଳୀରୁ ପାଖାପାଖି ୧୦ ହଜାର ଲୋକଙ୍କ ସମାବେଶ ଦେଖିବାକୁ ମିଳିଥିଲା l 

ଏହି ଅବସରରେ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ମୁଁ ଆଉ ନିର୍ବାଚନ ଲଢିବି ନାହଁ । ଜଟଣୀ ନିର୍ବାଚନ ମଣ୍ଡଳୀରେ ସାଧାରଣ ଜନତାଙ୍କ ପାଇଁ ଯେଉଁଭଳି ଦୁଃଖ ସୁଖରେ ଥିଲି, ମୋର ଶେଷ ନିଶ୍ବାସ ଥିବା ପର୍ଯ୍ୟନ୍ତ ରହିବି । ଏଇ ନିର୍ବାଚନ ମଣ୍ଡଳୀରେ ସମସ୍ତ ଜନସାଧାରଣଙ୍କୁ ମୋ ପରିବାରର ସେବା କରୁଥିବି l ମୋ ପରେ ମୋ ସାନପୁଅ କ୍ୟାପ୍ଟେନ ମନ୍ମଥ ରାଉତରାୟ ଏଇ ନିର୍ବାଚନ ମଣ୍ଡଳୀର ନେତୃତ୍ବ ନେବେ ଓ ମନ୍ମଥ ଯେଉଁ ଦଳରୁ ବି ଠିଆ ହେବ ମୁଁ ବାପା ହିସାବରେ  ତାକୁ ପୁରା   ସମର୍ଥନ କରିବି । ଯେଉଁଭଳି ଭାବେ ଆପଣମାନେ ଓ ଆପଣଙ୍କ ପରିବାର ମୋତେ ଯେଉଁ ସହଯୋଗ କରୁଥିଲା, ଆଶା  ଓ ବିଶ୍ବାସ କରୁଛି କି ମୋ ସାନ ପୁଅ ମନ୍ମଥକୁ ମଧ୍ୟ ସେହିଭଳି ସହଯୋଗ କରିବେ l

You Can Read:

ବିଜେପିରେ ମିଶିଲେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ