ବଦଳିଲା ସିବିଏସ୍ଇ ବୋର୍ଡ ପରୀକ୍ଷାଫଳ ପୁନଃମୂଲ୍ୟାୟନ ପ୍ରକ୍ରିୟା
ଭୁବନେଶ୍ୱର,୪ା୫(ଅନୁରାଧା ମହାରଣା): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଖାତା ପୁନଃମୂଲ୍ୟାୟନ ପ୍ରକ୍ରିୟାରେ କେତେକ ପରିବର୍ତ୍ତନ ଆଣିଛି। ପରୀକ୍ଷାଫଳ ପ୍ରକାଶ ପରେ ପୁନଃମୂଲ୍ୟାୟନ ପାଇଁ ଆବେଦନ କରୁଥିବା ଛାତ୍ରୀଛାତ୍ରଙ୍କୁ ପ୍ରଥମେ ଉତ୍ତର ଖାତାର ଫଟୋ କପି ମିଳିବ। ତା’ପରେ ରିଭାଲ୍ୟୁଏଶନ ହେବ। ଛାତ୍ରୀଛାତ୍ରଙ୍କୁ ଅଧିକ ସ୍ବଚ୍ଛତା ଏବଂ ଆତ୍ମନିର୍ଭରଶୀଳତା ଦେବା ଲକ୍ଷ୍ୟରେ ଏହି ପରିବର୍ତ୍ତନ କରାଯାଇଛି। ଆଗକୁ ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ ପାଇବାକୁ ଥିବାବେଳେ […] The post ବଦଳିଲା ସିବିଏସ୍ଇ ବୋର୍ଡ ପରୀକ୍ଷାଫଳ ପୁନଃମୂଲ୍ୟାୟନ ପ୍ରକ୍ରିୟା appeared first on Dharitri Odia News.
ଭୁବନେଶ୍ୱର,୪ା୫(ଅନୁରାଧା ମହାରଣା): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଖାତା ପୁନଃମୂଲ୍ୟାୟନ ପ୍ରକ୍ରିୟାରେ କେତେକ ପରିବର୍ତ୍ତନ ଆଣିଛି। ପରୀକ୍ଷାଫଳ ପ୍ରକାଶ ପରେ ପୁନଃମୂଲ୍ୟାୟନ ପାଇଁ ଆବେଦନ କରୁଥିବା ଛାତ୍ରୀଛାତ୍ରଙ୍କୁ ପ୍ରଥମେ ଉତ୍ତର ଖାତାର ଫଟୋ କପି ମିଳିବ। ତା’ପରେ ରିଭାଲ୍ୟୁଏଶନ ହେବ।
ଛାତ୍ରୀଛାତ୍ରଙ୍କୁ ଅଧିକ ସ୍ବଚ୍ଛତା ଏବଂ ଆତ୍ମନିର୍ଭରଶୀଳତା ଦେବା ଲକ୍ଷ୍ୟରେ ଏହି ପରିବର୍ତ୍ତନ କରାଯାଇଛି। ଆଗକୁ ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ ପାଇବାକୁ ଥିବାବେଳେ ଏହାକୁ ନେଇ ଛାତ୍ରୀଛାତ୍ରଙ୍କ ମନରେ ଉତ୍କଣ୍ଠା ଲାଗି ରହିଛି। ଏପରିସ୍ଥିତିରେ ବୋର୍ଡର ଏହି ବଡ଼ ନିଷ୍ପତ୍ତିକୁ ଛାତ୍ରୀଛାତ୍ରମାନେ ସ୍ବାଗତ କରିଛନ୍ତି।
ନିଷ୍ପତ୍ତି ଅନୁସାରେ, ଛାତ୍ରୀଛାତ୍ର ପ୍ରଥମେ ସେମାନଙ୍କ ପରୀକ୍ଷା ଉତ୍ତରପତ୍ରର ଫଟୋକପି ଦେଖିପାରିବେ ଏବଂ ତା’ପରେ ହିଁ ସେମାନେ ମାର୍କ ଯାଞ୍ଚ କିମ୍ବା ପୁନଃମୂଲ୍ୟାୟନ ପାଇଁ ଆବେଦନ କରିପାରିବେ। ଏହାଦ୍ୱାରା ଛାତ୍ରୀଛାତ୍ର କେଉଁ ଉତ୍ତର ପାଇଁ କେତେ ମାର୍କ ମିଳିଛି ଏବଂ କେଉଁ ପ୍ରଶ୍ନ ପାଇଁ କେତେ କଟାଯାଇଛି ତାହା ଜାଣିପାରିବେ। ଏହା ମାର୍କ ଯାଞ୍ଚ କିମ୍ବା ପୁନଃମୂଲ୍ୟାୟନ ପାଇଁ ଆବେଦନ କରିବାକୁ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ ବୋଲି ସିବିଏସ୍ଇ ପକ୍ଷରୁ କୁହାଯାଇଛି।
The post ବଦଳିଲା ସିବିଏସ୍ଇ ବୋର୍ଡ ପରୀକ୍ଷାଫଳ ପୁନଃମୂଲ୍ୟାୟନ ପ୍ରକ୍ରିୟା appeared first on Dharitri Odia News.