ଯେତେ ଖୋଲୁଛି ସେତେ ମିଳୁଛି, ଯନ୍ତ୍ରୀଙ୍କ ଘରୁ ବାହାରୁଛି ପୁଳାପୁଳା ସୁନା, ଘରେ ଅଛି ସୁନାର ଗଣେଶ ଠାକୁର
ଭୁବନେଶ୍ୱର,୧୨।୮: ପୂର୍ବତନ ମୁଖ୍ୟ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ୯ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି। ତାଙ୍କ ନାଁରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ପରେ ସ୍ବତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସ ରେଡ କରିଛି । ତେବେ ଏଯାବତ୍ ହୋଇଥିବା ଚଢ଼ାଉରେ ମିଶ୍ରଙ୍କ ଘରୁ ପୁଳା ପୁଳା ସୁନା, ସୁନାର ଠାକୁର ମୂର୍ତ୍ତି, ରୂପା, ହୀରା ହାର ଓ ରୂପା ବାସନ ଜବତ ହୋଇଛି। ଭୁବନେଶ୍ୱର […] The post ଯେତେ ଖୋଲୁଛି ସେତେ ମିଳୁଛି, ଯନ୍ତ୍ରୀଙ୍କ ଘରୁ ବାହାରୁଛି ପୁଳାପୁଳା ସୁନା, ଘରେ ଅଛି ସୁନାର ଗଣେଶ ଠାକୁର appeared first on Dharitri Odia News.
ଭୁବନେଶ୍ୱର,୧୨।୮: ପୂର୍ବତନ ମୁଖ୍ୟ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ୯ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି। ତାଙ୍କ ନାଁରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ପରେ ସ୍ବତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସ ରେଡ କରିଛି । ତେବେ ଏଯାବତ୍ ହୋଇଥିବା ଚଢ଼ାଉରେ ମିଶ୍ରଙ୍କ ଘରୁ ପୁଳା ପୁଳା ସୁନା, ସୁନାର ଠାକୁର ମୂର୍ତ୍ତି, ରୂପା, ହୀରା ହାର ଓ ରୂପା ବାସନ ଜବତ ହୋଇଛି। ଭୁବନେଶ୍ୱର ଘରୁ କେଜି କେଜି ସୁନା, ରୁପା, ହୀରା ଏବଂ ନଗଦ ଟଙ୍କା ଜବତ ହୋଇଛି। ଏଥିସହ ମର୍ସିଡିଜ କାର। ଅନ୍ୟପକ୍ଷେ ଗଣତି ଜାରି ରହିଛି।
ସୂଚନାଯୋଗ୍ୟ, ଏହି ଚଢାଉରେ ୧୨ ଜଣ ଡିଏସ୍ପି, ୧୨ ଜଣ ଇନ୍ସପେକ୍ଟର, ୧୬ ଜଣ ଏଏସ୍ଆଇ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି । ଭୁବନେଶ୍ୱର, କଟକ ଓ ଝାରସୁଗୁଡ଼ାର ୯ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି। ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଏବଂ ଖଣ୍ଡଗିରିରେ ମୋଟ ୪ଟି ସ୍ଥାନରେ, ଝାରସୁଗୁଡା ଆସିଆନା ଆପାର୍ଟମେଣ୍ଟର ୩ଟି ଫ୍ଲାଟ ଏବଂ କଟକ ଆଠଗଡ ସ୍ଥିତ ପୈତୃକ ଘର ଏବଂ ତିଗିରିଆରେ ସମ୍ପର୍କୀୟଙ୍କ ଘରେ ରେଡ ଚାଲିଛି ।
The post ଯେତେ ଖୋଲୁଛି ସେତେ ମିଳୁଛି, ଯନ୍ତ୍ରୀଙ୍କ ଘରୁ ବାହାରୁଛି ପୁଳାପୁଳା ସୁନା, ଘରେ ଅଛି ସୁନାର ଗଣେଶ ଠାକୁର appeared first on Dharitri Odia News.