୪୦ ପରେ ମହିଳାମାନେ କେଉଁ ଖାଦ୍ୟ ଖାଇବେ; ଜାଣିନିଅନ୍ତୁ….

୪୦ ବର୍ଷ ପରେ ମହିଳାଙ୍କର ବିଭିନ୍ନ ପ୍ରକାର ଶାରୀରିକ ପରିବର୍ତ୍ତନ ଆସିଥାଏ। ତେଣୁ ଏହି ସମୟରେ ଖାଦ୍ୟପେୟ ଓ ବ୍ୟାୟାମ ଉପରେ ଧ୍ୟାନ ନ ଦେଲେ ବହୁ ସମସ୍ୟା ଦେଖାଦିଏ। ଏହି ସମୟରେ କେଉଁ ଖାଦ୍ୟକୁ ଗୁରୁତ୍ୱ ଦେବେ ଜାଣିରଖନ୍ତୁ.. ଅଣ୍ଡାରେ ପ୍ରୋଟିନ୍‌ ସହ ଭିଟାମିନ୍‌-ଡି, ବି-୧୨ ଓ ଅନ୍ୟ ପୋଷକ ତତ୍ତ୍ୱ ଭରପୂର ହୋଇ ରହିଛି। ତେଣୁ ପ୍ରତିଦିନ ଏହାକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ। ଶରୀରକୁ ମଜଭୁତ କରିବା ପାଇଁ ହେଲେ ମହିଳାଙ୍କୁ ନିୟମିତ […] The post ୪୦ ପରେ ମହିଳାମାନେ କେଉଁ ଖାଦ୍ୟ ଖାଇବେ; ଜାଣିନିଅନ୍ତୁ…. appeared first on Dharitri Odia News.

୪୦ ପରେ ମହିଳାମାନେ କେଉଁ ଖାଦ୍ୟ ଖାଇବେ; ଜାଣିନିଅନ୍ତୁ….

୪୦ ବର୍ଷ ପରେ ମହିଳାଙ୍କର ବିଭିନ୍ନ ପ୍ରକାର ଶାରୀରିକ ପରିବର୍ତ୍ତନ ଆସିଥାଏ। ତେଣୁ ଏହି ସମୟରେ ଖାଦ୍ୟପେୟ ଓ ବ୍ୟାୟାମ ଉପରେ ଧ୍ୟାନ ନ ଦେଲେ ବହୁ ସମସ୍ୟା ଦେଖାଦିଏ। ଏହି ସମୟରେ କେଉଁ ଖାଦ୍ୟକୁ ଗୁରୁତ୍ୱ ଦେବେ ଜାଣିରଖନ୍ତୁ..
ଅଣ୍ଡାରେ ପ୍ରୋଟିନ୍‌ ସହ ଭିଟାମିନ୍‌-ଡି, ବି-୧୨ ଓ ଅନ୍ୟ ପୋଷକ ତତ୍ତ୍ୱ ଭରପୂର ହୋଇ ରହିଛି। ତେଣୁ ପ୍ରତିଦିନ ଏହାକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ। ଶରୀରକୁ ମଜଭୁତ କରିବା ପାଇଁ ହେଲେ ମହିଳାଙ୍କୁ ନିୟମିତ ଅଣ୍ଡା ଖାଇବା ଦରକାର।
ମହିଳାମାନେ ଶାକାହାରୀ ହୋଇଥିଲେ ତେବେ ନିୟମିତ ସୋୟାବିନ୍‌ ଖାଆନ୍ତୁ। ୧୦୦ ଗ୍ରାମ୍‌ ସୋୟାବିନ୍‌ରେ ୩୬.୯ ଗ୍ରାମ୍‌ ପ୍ରୋଟିନ୍‌ ରହିଛି। ତେଣୁ ଏହା ଏକ ସୁଷମ ଖାଦ୍ୟ ହୋଇପାରିବ।
ଶାକାହାରୀ ଲୋକ ପନୀର ଖାଆନ୍ତୁ। ଏହା ବ୍ୟତୀତ ଦହି କିମ୍ବା କ୍ଷୀର ମଧ୍ୟ ଖାଦ୍ୟରେ ସାମିଲ କରିପାରିବେ।
ସବୁ ପ୍ରକାର ଡାଲିରେ ପ୍ରୋଟିନ୍‌ର ପରିମାଣ ଅଧିକ ରହିଥାଏ। ଏହା ବ୍ୟତୀତ ରାଜ୍‌ମା ଓ ଛୋଲେରେ ମଧ୍ୟ ଅଧିକ ପ୍ରୋଟିନ୍‌ ରହିଛି। ତେଣୁ ମହିଳାମାନେ ଶରୀରର ପ୍ରୋଟିନ୍‌ ଆବଶ୍ୟକତା ପୂରଣ କରିବା ପାଇଁ ଏସବୁ ଖାଦ୍ୟକୁ କିଛି ମାତ୍ରାରେ ସାମିଲ କରିବା ଦରକାର।
ବାଦାମରେ କ୍ୟାଲୋରି, ଭିଟାମିନ୍‌ ଓ ପ୍ରୋଟିନ୍‌ ଅଧିକ ରହିଛି। ତେଣୁ ଏହା ଶରୀରକୁ ଭରପୂର ପୋଷଣ ଦେଇଥାଏ। ଏହି ଖାଦ୍ୟକୁ ମଧ୍ୟ ମହିଳାମାନେ ୪୦ ବର୍ଷ ପରେ ନିୟମିତ ଖାଇବା ଅଭ୍ୟାସ କରନ୍ତୁ।

The post ୪୦ ପରେ ମହିଳାମାନେ କେଉଁ ଖାଦ୍ୟ ଖାଇବେ; ଜାଣିନିଅନ୍ତୁ…. appeared first on Dharitri Odia News.