ହୋଲି ପୂର୍ବରୁ ‘ମମ ଟୁ ବି’ ୟାମି ଗୌତମ ପାଳିଲେ ରଙ୍ଗର ପର୍ବ
ମୁମ୍ବାଇ: ଚଳିତ ବର୍ଷ ରଙ୍ଗର ପର୍ବ ହୋଲି ୨୫ ମାର୍ଚ୍ଚକୁ ଅଧିକାଂଶ ସ୍ଥାନରେ ପାଳନ କରାଯାଉଛି। ଏହାକୁ ନେଇ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଉତ୍ସାହିତ ଅଛନ୍ତି। ବଲିଉଡର ମମ ଟୁ ବି ୟାମି ଗୌତମ ହୋଲି ପୂର୍ବରୁ ଏହି ରଙ୍ଗର ପର୍ବକୁ ଉପଭୋଗ କରିଛନ୍ତି। ଅଭିନେତ୍ରୀ ହୋଲି ଖେଳୁଥିବାର କିଛି ଫଟୋ ଏବେ ସାମ୍ନାକୁ ଆସିଛି। ଏଥିରେ କିଛି ଗୁଲାଲ ତାଙ୍କ ଚେହେରାରେ ଲାଗିଥିବା ଦେଖାଯାଇଛି। ଫଟୋରେ ସେ ତାଙ୍କ […] The post ହୋଲି ପୂର୍ବରୁ ‘ମମ ଟୁ ବି’ ୟାମି ଗୌତମ ପାଳିଲେ ରଙ୍ଗର ପର୍ବ appeared first on Dharitri Odia News.
ମୁମ୍ବାଇ: ଚଳିତ ବର୍ଷ ରଙ୍ଗର ପର୍ବ ହୋଲି ୨୫ ମାର୍ଚ୍ଚକୁ ଅଧିକାଂଶ ସ୍ଥାନରେ ପାଳନ କରାଯାଉଛି। ଏହାକୁ ନେଇ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଉତ୍ସାହିତ ଅଛନ୍ତି।
ବଲିଉଡର ମମ ଟୁ ବି ୟାମି ଗୌତମ ହୋଲି ପୂର୍ବରୁ ଏହି ରଙ୍ଗର ପର୍ବକୁ ଉପଭୋଗ କରିଛନ୍ତି। ଅଭିନେତ୍ରୀ ହୋଲି ଖେଳୁଥିବାର କିଛି ଫଟୋ ଏବେ ସାମ୍ନାକୁ ଆସିଛି। ଏଥିରେ କିଛି ଗୁଲାଲ ତାଙ୍କ ଚେହେରାରେ ଲାଗିଥିବା ଦେଖାଯାଇଛି। ଫଟୋରେ ସେ ତାଙ୍କ ଘରର ବାଲକୋନିରେ ଠିଆ ହୋଇଥିବା ବେଳେ ତାଙ୍କ ଗାଲରେ ଲାଲ ଓ ହଳଦିଆ ରଙ୍ଗ ଲାଗିଥିବା ଦେଖାଯାଇଛି।
ଅଭିନେତ୍ରୀଙ୍କ ହାତରେ ବି ହଳଦିଆ ରଙ୍ଗ ଲାଗିଛି। ଏହି ଫଟୋରେ ସେ ହ୍ବାଇଟ ଚିକନକାରୀ କୁର୍ତ୍ତା ପିନ୍ଧି କ୍ୟାମେରାକୁ ସ୍ମାଇଲ କରୁଛନ୍ତି। ତାଙ୍କ ଚେହେରାରେ ପ୍ରେଗ୍ନେସି ଗ୍ଲୋ ନଜର ଆସିଛି।
ଖୁବ ଶୀଘ୍ର ୟାମି ମା’ ହେବାକୁ ଯାଉଛନ୍ତି। ଅଭିନେତ୍ରୀଙ୍କ ପ୍ରେଗ୍ନେସି ଖବର ସେତେବେଳେ ଜଣାପଡିଥିଲା ଯେତେବେଳେ ‘ଆର୍ଟିକଲ ୩୭୦’ର ଟ୍ରେଲର ଲଞ୍ଚ ଇଭେଣ୍ଟରେ ସେ ତାଙ୍କର ବେବି ବଂପ ଦେଖାଇଥିଲେ। ଏହି ଇଭେଣ୍ଟରେ ତାଙ୍କ ସ୍ବାମୀ ଆଦିତ୍ୟ ଧର ତାଙ୍କୁ ଖୁବ୍ ପ୍ୟାର ସେ ସମ୍ଭାଳି ନେଉଥିବା ନଜର ଆସିଥିଲେ। ଏହାର ଫଟୋ ବି ଇଣ୍ଟରନେଟରେ ଖୁବ୍ ଭାଇରାଲ ହୋଇଥିଲା। ଏହି ମୁଭି ବକ୍ସ ଅଫିସରେ ଭଲ ବିଜନେସ୍ କରିଥିଲା। ସୂଚନାଯୋଗ୍ୟ, ୟାମି ଗୌତମ ଲକଡାଉନ ସମୟରେ ଅର୍ଥାତ୍ ୪ ଜୁନ ୨୦୨୧ରେ ଆଦିତ୍ୟ ଧରଙ୍କୁ ବିବାହ କରିଥିଲେ।
The post ହୋଲି ପୂର୍ବରୁ ‘ମମ ଟୁ ବି’ ୟାମି ଗୌତମ ପାଳିଲେ ରଙ୍ଗର ପର୍ବ appeared first on Dharitri Odia News.