ଆଜି ମିଳିବ ୪ର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା
ଭୁବନେଶ୍ୱର, ୮ା୨ (ବନ୍ଦନା ସେଠୀ):‘ସୁଭଦ୍ରା’ ଯୋଜନା ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା ଶନିବାର ମିଳିବ। ୧୮ଲକ୍ଷରୁ ଊଦ୍ଧର୍ବ ମହିଳାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯିବ। ଯାଜପୁର ଜିଲା ବ୍ୟାସନଗରର ଚାନ୍ଦମା ପଡ଼ିଆରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଟଙ୍କା ପ୍ରଦାନ କରିବେ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁକ୍ରବାର ସୂଚନା ଦେଇ କହିଛନ୍ତି, ସୁଭଦ୍ରା ହେଉଛି ବିକାଶର ମୂଳପିଣ୍ଡି। ଶନିବାର ୧୮ଲକ୍ଷରୁ ଊଦ୍ଧର୍ବ ମହିଳାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା […] The post ଆଜି ମିଳିବ ୪ର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା appeared first on Dharitri Odia News.
ଭୁବନେଶ୍ୱର, ୮ା୨ (ବନ୍ଦନା ସେଠୀ):‘ସୁଭଦ୍ରା’ ଯୋଜନା ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା ଶନିବାର ମିଳିବ। ୧୮ଲକ୍ଷରୁ ଊଦ୍ଧର୍ବ ମହିଳାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯିବ। ଯାଜପୁର ଜିଲା ବ୍ୟାସନଗରର ଚାନ୍ଦମା ପଡ଼ିଆରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଟଙ୍କା ପ୍ରଦାନ କରିବେ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁକ୍ରବାର ସୂଚନା ଦେଇ କହିଛନ୍ତି, ସୁଭଦ୍ରା ହେଉଛି ବିକାଶର ମୂଳପିଣ୍ଡି। ଶନିବାର ୧୮ଲକ୍ଷରୁ ଊଦ୍ଧର୍ବ ମହିଳାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯିବା ପରେ ମୋଟ ହିତାଧିକାରୀଙ୍କ ସଂଖ୍ୟା ୯୮ଲକ୍ଷରେ ପହଞ୍ଚତ୍ବ। ଯୋଜନାର ଲାଭ ପାଇବା ପାଇଁ ନିବେଦନ କରିବା ପରେ ୬୮ହଜାର ଆବେଦନକାରୀ ଏନ୍ପିସିଆଇ କରିସାରିଛନ୍ତି। ତେବେ ଏବେ ବି କେତେଜଣ ଆବେଦନକାରୀଙ୍କ ଏନ୍ପିସିଆଇ ସମସ୍ୟା ରହିଛି। ସେମାନେ ବ୍ୟାଙ୍କକୁ ଯାଇ ଯାଞ୍ଚ କରନ୍ତୁ। ପ୍ରାୟ ୧ଲକ୍ଷ ଆବେଦନକାରୀଙ୍କର ଇ-କେୱାଇସି ସମସ୍ୟା ରହିଛି। ଏହାକୁ ୮ତାରିଖ ଶନିବାର ସୁଦ୍ଧା ସମାଧାନ କରିଥିଲେ ସେହିଦିନ ହିଁ ତାଙ୍କୁ ସୁଭଦ୍ରା ଟଙ୍କା ମିଳିଯିବ। ଏସବୁ ଯୋଗୁ ଯେଉଁମାନେ ଏବେ ଟଙ୍କା ପାଇବେନି, ସେମାନେ ଆସନ୍ତା ମାସେ ମଧ୍ୟରେ ଇ-କେୱାଇସି ଦାଖଲ କରିପାରିବେ। ମାର୍ଚ୍ଚ ୮ରେ ଦ୍ବିତୀୟ କିସ୍ତିରେ ସେମାନେ ଉପକୃତ ହୋଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
The post ଆଜି ମିଳିବ ୪ର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା appeared first on Dharitri Odia News.