ଅଲିମ୍ପିକ୍ସରେ ଏହି ଖେଳାଳି ଜିତିବେ ପଦକ: ପ୍ରକାଶ ପାଦ୍ୟୁକୋନ କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୬।୭: ଭେଟେରାନ ବ୍ୟାଡମିଣ୍ଟନ ଖେଳାଳି ତଥା ଟପ ସଟଲର ପି.ଭି ସିନ୍ଧୁଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି କୋଚ ପ୍ରକାଶ ପାଦୁକୋନ। ପ୍ୟାରିସ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ ତିନୋଟି ପଦକ ଜିତିବାର ଭାରତ ପାଖରେ ଏକ ବଡ଼ ସୁଯୋଗ ରହିଛି ଏବଂ ଏଥିରେ ସିନ୍ଧୁଙ୍କ ପାଇଁ ପଦକ ହ୍ୟାଟ୍ରିକ ସାମିଲ ଅଛି। ପ୍ରକାଶ କହିଛନ୍ତି, ସିନ୍ଧୁ ଅଲିମ୍ପିକ୍ସ ପାଇଁ ଅଦ୍ଭୁତପୂର୍ବ ପରିଶ୍ରମ କରିଛନ୍ତି। ତାଙ୍କର ପ୍ରସ୍ତୁତି ଭଲ ଚାଲିଛି ଏବଂ ସେ ଅଭ୍ୟାସ ଅଧିବେଶନରେ ଭଲ ଖେଳୁଛନ୍ତି। ତେଣୁ […] The post ଅଲିମ୍ପିକ୍ସରେ ଏହି ଖେଳାଳି ଜିତିବେ ପଦକ: ପ୍ରକାଶ ପାଦ୍ୟୁକୋନ କଲେ ଭବିଷ୍ୟବାଣୀ appeared first on Dharitri Odia News.

ଅଲିମ୍ପିକ୍ସରେ ଏହି ଖେଳାଳି ଜିତିବେ ପଦକ: ପ୍ରକାଶ ପାଦ୍ୟୁକୋନ କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୬।୭: ଭେଟେରାନ ବ୍ୟାଡମିଣ୍ଟନ ଖେଳାଳି ତଥା ଟପ ସଟଲର ପି.ଭି ସିନ୍ଧୁଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି କୋଚ ପ୍ରକାଶ ପାଦୁକୋନ। ପ୍ୟାରିସ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ ତିନୋଟି ପଦକ ଜିତିବାର ଭାରତ ପାଖରେ ଏକ ବଡ଼ ସୁଯୋଗ ରହିଛି ଏବଂ ଏଥିରେ ସିନ୍ଧୁଙ୍କ ପାଇଁ ପଦକ ହ୍ୟାଟ୍ରିକ ସାମିଲ ଅଛି।
ପ୍ରକାଶ କହିଛନ୍ତି, ସିନ୍ଧୁ ଅଲିମ୍ପିକ୍ସ ପାଇଁ ଅଦ୍ଭୁତପୂର୍ବ ପରିଶ୍ରମ କରିଛନ୍ତି। ତାଙ୍କର ପ୍ରସ୍ତୁତି ଭଲ ଚାଲିଛି ଏବଂ ସେ ଅଭ୍ୟାସ ଅଧିବେଶନରେ ଭଲ ଖେଳୁଛନ୍ତି। ତେଣୁ ପ୍ରସ୍ତୁତି ଦୃଷ୍ଟିରୁ ସବୁକିଛି ବହୁତ ଭଲ ହୋଇଛି। ଆମେ ତାଙ୍କ ମାନସିକ ଶକ୍ତି ଏବଂ ରଣନୀତି ଉପରେ କାର୍ଯ୍ୟ କରିଛୁ ଏବଂ ନିଶ୍ଚିତ କରିଛୁ ଯେ ସେ ସଠିକ ଷ୍ଟ୍ରୋକ୍‌କୁ ଭଲ ଭାବରେ ବ୍ୟବହାର କରୁଛନ୍ତି। ସେ ନିଶ୍ଚିତ ଏକ ପଦକ ଜିତିବେ ବୋଲି ଆଶ କରୁଛି।
ସିନ୍ଧୁ ହେଉଛନ୍ତି ଏକମାତ୍ର ଭାରତୀୟ ମହିଳା ଖେଳାଳି ଯିଏକି ଦୁଇଟି ଅଲିମ୍ପିକ ପଦକ ଜିତିଛନ୍ତି। ୨୦୧୬ରେ ରିଓରେ ରୌପ୍ୟ ଏବଂ ଟୋକିଓରେ ବ୍ରୋଞ୍ଜ ଜିତିଛନ୍ତି।

The post ଅଲିମ୍ପିକ୍ସରେ ଏହି ଖେଳାଳି ଜିତିବେ ପଦକ: ପ୍ରକାଶ ପାଦ୍ୟୁକୋନ କଲେ ଭବିଷ୍ୟବାଣୀ appeared first on Dharitri Odia News.