ୟୁକ୍ରେନ ଯୁଦ୍ଧରେ ଏମିତି ଯୋଗ ଦେଇ ନ ଥିଲେ ଭାରତୀୟ ଯୁବକ, ବଡ ର଼୍ୟାକେଟର ହେଲା ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୭।୩: ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ହସ୍ତକ୍ଷେପ ପରେ ରୁଷିଆ ସେନାରେ ସପୋର୍ଟ ଷ୍ଟାଫ ଭାବରେ କାର୍ଯ୍ୟ କରୁଥିବା ପ୍ରାୟ ୨୦ ଜଣ ଭାରତୀୟଙ୍କୁ ଶୀଘ୍ର ଛାଡି ଦେବାକୁ ପ୍ରତିଶୃତି ଦିଆଯାଇଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଯୁବକମାନଙ୍କୁ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଲାଭଜନକ ଚାକିରି ନାମରେ ପଠାଇବା ନାମରେ ଏକ ବଡ଼ ନେଟୱର୍କକୁ ଠାବ କରାଯାଇଛି। ସିବିଆଇ ମାନବ ଚାଲାଣ ନେଟୱର୍କର ପର୍ଦ୍ଦାଫାଶ କରିଛି। ଏ ସମ୍ପର୍କରେ ଅନୁସନ୍ଧାନକାରୀ ସଂସ୍ଥା ୭ଟି […] The post ୟୁକ୍ରେନ ଯୁଦ୍ଧରେ ଏମିତି ଯୋଗ ଦେଇ ନ ଥିଲେ ଭାରତୀୟ ଯୁବକ, ବଡ ର଼୍ୟାକେଟର ହେଲା ପର୍ଦ୍ଦାଫାଶ appeared first on Dharitri Odia News.

ୟୁକ୍ରେନ ଯୁଦ୍ଧରେ ଏମିତି ଯୋଗ ଦେଇ ନ ଥିଲେ ଭାରତୀୟ ଯୁବକ, ବଡ ର଼୍ୟାକେଟର ହେଲା ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୭।୩: ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ହସ୍ତକ୍ଷେପ ପରେ ରୁଷିଆ ସେନାରେ ସପୋର୍ଟ ଷ୍ଟାଫ ଭାବରେ କାର୍ଯ୍ୟ କରୁଥିବା ପ୍ରାୟ ୨୦ ଜଣ ଭାରତୀୟଙ୍କୁ ଶୀଘ୍ର ଛାଡି ଦେବାକୁ ପ୍ରତିଶୃତି ଦିଆଯାଇଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଯୁବକମାନଙ୍କୁ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଲାଭଜନକ ଚାକିରି ନାମରେ ପଠାଇବା ନାମରେ ଏକ ବଡ଼ ନେଟୱର୍କକୁ ଠାବ କରାଯାଇଛି। ସିବିଆଇ ମାନବ ଚାଲାଣ ନେଟୱର୍କର ପର୍ଦ୍ଦାଫାଶ କରିଛି। ଏ ସମ୍ପର୍କରେ ଅନୁସନ୍ଧାନକାରୀ ସଂସ୍ଥା ୭ଟି ସହରର ୧୦ରୁ ଅଧିକ ସ୍ଥାନରେ ତଲାସି ଜାରି ରଖିଛି। ଦିଲ୍ଲୀ, ଥିରୁଭାନନ୍ତପୁରମ, ମୁମ୍ବାଇ, ଅମ୍ବାଲା, ଚଣ୍ଡିଗଡ଼, ମଦୁରାଇ ଏବଂ ଚେନ୍ନାଇରେ ସିବିଆଇ ଚଢାଉ ଜାରି ରହିଛି।
ବିଭିନ୍ନ ଭିସା ପରାମର୍ଶଦାତା ସଂସ୍ଥା ଏବଂ ଏଜେଣ୍ଟଙ୍କ ବିରୋଧରେ ସିବିଆଇ ଏକ ମାମଲା ରୁଜୁ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫୦ଲକ୍ଷ ଟଙ୍କା, ଆପତ୍ତିଜନକ ଡକ୍ୟୁମେଣ୍ଟ, ଲାପଟପ, ମୋବାଇଲ, ଡେସ୍କଟପ ଇତ୍ୟାଦି ଇଲେକ୍ଟ୍ରୋନିକ ରେକର୍ଡ ଜବତ କରାଯାଇଛି। କେତେକ ସନ୍ଦିଗ୍ଧଙ୍କୁ ବିଭିନ୍ନ ସ୍ଥାନରେ ପଚରାଉଚରା ପାଇଁ ଅଟକ ରଖାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୩୫ ଜଣ ପୀଡିତଙ୍କୁ ବିଦେଶ ପଠାଯାଉଛି।

The post ୟୁକ୍ରେନ ଯୁଦ୍ଧରେ ଏମିତି ଯୋଗ ଦେଇ ନ ଥିଲେ ଭାରତୀୟ ଯୁବକ, ବଡ ର଼୍ୟାକେଟର ହେଲା ପର୍ଦ୍ଦାଫାଶ appeared first on Dharitri Odia News.