୬ମାସ ହେଲା କାମ କରୁନି ବିଏସ୍ଏନ୍ଏଲ୍ ନେଟ୍ୱର୍କ, ପଦକ୍ଷେପ ନ ନେଲେ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ
ଲାଞ୍ଜିଗଡ, ୧ା୪ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପାହାଡପଦର ପଞ୍ଚାୟତ ବୋରପଦର ଗାଁଠାରେ ଦୀର୍ଘ ୬ମାସ ହେଲା ବିଏସ୍ଏନ୍ଏଲ୍ ନେଟ୍ୱର୍କ କାମ କରୁନାହିଁ। ଫଳରେ ବହୁସଂଖ୍ୟାରେ ଉପଭୋକ୍ତା ସେବାରୁ ବଞ୍ଚତ୍ତ ହୋଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ ଶୁଣୁନାହାନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି। ବାରମ୍ବାର ଅଭିଯୋଗ ପରେ କିଛିବର୍ଷ ହେଲା କମ୍ପାନୀ ଟାୱାର ସ୍ଥାପନ କରି ବିଏସ୍ଏନ୍ଏଲ୍ ସେବା ଯୋଗାଇ ଆସୁଥିଲା। […] The post ୬ମାସ ହେଲା କାମ କରୁନି ବିଏସ୍ଏନ୍ଏଲ୍ ନେଟ୍ୱର୍କ, ପଦକ୍ଷେପ ନ ନେଲେ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ appeared first on Dharitri Odia News.
ଲାଞ୍ଜିଗଡ, ୧ା୪ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପାହାଡପଦର ପଞ୍ଚାୟତ ବୋରପଦର ଗାଁଠାରେ ଦୀର୍ଘ ୬ମାସ ହେଲା ବିଏସ୍ଏନ୍ଏଲ୍ ନେଟ୍ୱର୍କ କାମ କରୁନାହିଁ। ଫଳରେ ବହୁସଂଖ୍ୟାରେ ଉପଭୋକ୍ତା ସେବାରୁ ବଞ୍ଚତ୍ତ ହୋଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ ଶୁଣୁନାହାନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି। ବାରମ୍ବାର ଅଭିଯୋଗ ପରେ କିଛିବର୍ଷ ହେଲା କମ୍ପାନୀ ଟାୱାର ସ୍ଥାପନ କରି ବିଏସ୍ଏନ୍ଏଲ୍ ସେବା ଯୋଗାଇ ଆସୁଥିଲା। ହେଲେ ୬ମାସ ହେବ ନେଟ୍ୱର୍କ ଉଭାନ ହୋଇଯାଇଛି। ଦୁର୍ଗମ ଅଞ୍ଚଳରେ ଲୋକେ ନିଜ ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ ବ୍ୟତୀତ ଅଫିସମାନଙ୍କରେ ମଧ୍ୟ ବିଏସ୍ଏନ୍ଏଲ୍ ଇଣ୍ଟରନେଟ ବ୍ୟବହାର କରୁଛନ୍ତି। ନେଟ୍ୱର୍କ କାମ କରୁ ନ ଥିବାରୁ ଇଣ୍ଟରନେଟ ବା ଫୋନ କଲ ପାଇଁ ଗାଁଠାରୁ ଦୁଇ କିଲୋମିଟର ଯିବାକୁ ପଡୁଛି ବୋଲି ଗାଁ ଲୋକେ ପ୍ରକାଶ କରିଛନ୍ତି। ଅଞ୍ଚଳରେ ରୋଗୀ ସେବା ଓ ଆମ୍ବୁଲାନ୍ସ ଦରକାର ପଡିଲେ ବହୁତ ଅସୁବିଧା ଭୋଗୁଛନ୍ତି l ଏ ନେଇ ନେଟ୍ୱର୍କ ବିଭାଗ ରମାକାନ୍ତ ପ୍ରାମାଣିକଙ୍କୁ ପଚାରିବାରୁ ନେଟ୍ୱର୍କ ବନ୍ଦ ହେବାର ୨୦ଦିନ ହେବ, କିନ୍ତୁ ଅଞ୍ଚଳବାସୀ ଅଧିକ କହୁଛନ୍ତି। ଟାୱାରରେ ଭିସେଟ ସାଟେଲାଇଟରେ ଲାଗିଥିଲା, ତାହା ବର୍ତ୍ତମାନ ବନ୍ଦ ହୋଇଯାଇଛି। ତେଣୁ ନେଟୱର୍କ କାମ କରୁନାହିଁ I ପହଡପଡାର ପର୍ଯ୍ୟନ୍ତ କେବୁଲ ବିଛାଯାଇଛି ଏବଂ କେବୁଲ ମଧ୍ୟ ବିଭିନ୍ନ ଜାଗାରେ କଟିଯାଇଛି। ସେଗୁଡିକ ସଜାଡିବା ପରେ ପାହାଡ଼ପଦରଠାରୁ ବୋରପଦର ପର୍ଯ୍ୟନ୍ତ କେବୁଲ ସଂଯୋଗ କରାଯିବ ଓ ପରେ ନେଟ୍ୱର୍କ ଆସିବ। ଗାଁ ଲୋକେ ଆସି କଥାବାର୍ତ୍ତା ହୋଇଛନ୍ତି, ଯେତେ ଶୀଘ୍ର ହେବ ଆମେ ଏହାର ସମାଧାନ କରିବା ପାଇଁ ଚେଷ୍ଟା କରୁଛୁ ବୋଲି ପ୍ରକାଶ କରିଥିଲେ। ଅନ୍ୟପକ୍ଷେ ନେଟ୍ୱର୍କ ଶୀଘ୍ର କାର୍ଯ୍ୟକାରୀ ନ ହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ଲାଇ ଆନ୍ଦୋଳନ କରିବେ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।
The post ୬ମାସ ହେଲା କାମ କରୁନି ବିଏସ୍ଏନ୍ଏଲ୍ ନେଟ୍ୱର୍କ, ପଦକ୍ଷେପ ନ ନେଲେ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ appeared first on Dharitri Odia News.