ଗାଁ ପୋଖରୀ ନିକଟରୁ ମିଳିଲା ଶିଶୁପୁତ୍ରର ମୃତଦେହ, କାରଣ ଖୋଜୁଛି ପୋଲିସ

ଚଣ୍ଡିଖୋଲ ୨୨।୦୩ : ଯାଜପୁର ଜିଲ୍ଲା ଜେନାପୁର ଥାନା ଶ୍ୟାମସୁନ୍ଦରପୁର ଗାଁରେ ଅଘଟଣ । ଗାଁ ପୋଖରୀ ନିକଟରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ଜେନାପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।  ଖବର ଅନୁଯାୟୀ, ଶନିବାର ସକାଳୁ ଶ୍ୟାମସୁନ୍ଦରପୁର ଗାଁ ପୋଖରୀ ନିକଟରେ ଏକ ନବଜାତ ଶିଶୁପୁତ୍ରଟି ପଡିଥିବାର ଦେଖିଥିଲେ  ସ୍ଥାନୀୟ ଲୋକ । ଏହାପରେ ତୁରନ୍ତ ସ୍ଥାନୀୟ ଲୋକ ଜେନାପୁର ପୋଲିସକୁ ଖବର ଦେଇଥିଲେ । ଜେନାପୁର ପୋଲିସ ଖବର ପାଇ  ଘଟଣାସ୍ଥଳରେ ପହଞ୍ଚି ଶିଶୁପୁତ୍ରର ମୃତଦେହକୁ ଜବତ କରିଛି । ତେବେ କେଉଁ କାରଣକୁ ଓ କିଏ ନବଜାତ ଶିଶୁ ପୁତ୍ରକୁ   ହତ୍ୟା କରି ଏଠାରେ ଫିଙ୍ଗି ଦେଇଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ପୋଲିସର ତଦନ୍ତ ପରେ ପୁରା ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି । 

ଗାଁ ପୋଖରୀ ନିକଟରୁ ମିଳିଲା ଶିଶୁପୁତ୍ରର ମୃତଦେହ, କାରଣ ଖୋଜୁଛି ପୋଲିସ

ଚଣ୍ଡିଖୋଲ ୨୨।୦୩ : ଯାଜପୁର ଜିଲ୍ଲା ଜେନାପୁର ଥାନା ଶ୍ୟାମସୁନ୍ଦରପୁର ଗାଁରେ ଅଘଟଣ । ଗାଁ ପୋଖରୀ ନିକଟରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ଜେନାପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।  

ଖବର ଅନୁଯାୟୀ, ଶନିବାର ସକାଳୁ ଶ୍ୟାମସୁନ୍ଦରପୁର ଗାଁ ପୋଖରୀ ନିକଟରେ ଏକ ନବଜାତ ଶିଶୁପୁତ୍ରଟି ପଡିଥିବାର ଦେଖିଥିଲେ  ସ୍ଥାନୀୟ ଲୋକ । ଏହାପରେ ତୁରନ୍ତ ସ୍ଥାନୀୟ ଲୋକ ଜେନାପୁର ପୋଲିସକୁ ଖବର ଦେଇଥିଲେ । ଜେନାପୁର ପୋଲିସ ଖବର ପାଇ  ଘଟଣାସ୍ଥଳରେ ପହଞ୍ଚି ଶିଶୁପୁତ୍ରର ମୃତଦେହକୁ ଜବତ କରିଛି । ତେବେ କେଉଁ କାରଣକୁ ଓ କିଏ ନବଜାତ ଶିଶୁ ପୁତ୍ରକୁ   ହତ୍ୟା କରି ଏଠାରେ ଫିଙ୍ଗି ଦେଇଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ପୋଲିସର ତଦନ୍ତ ପରେ ପୁରା ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।