ଭାରତ ଗସ୍ତରେ ଆସିବେ ବାଂଲାଦେଶ ଅନ୍ତରୀଣ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ

ନୂଆଦିଲ୍ଲୀ : ବାଂଲାଦେଶରେ ଶେଖ ହସିନା ସରକାର ପରିବର୍ତ୍ତନ ପରେ ପରିସ୍ଥିତିରେ ସେପରି କୌଣସି ସୁଧାର ହୋଇ ନାହିଁ। ସାରା ଦେଶରେ ମୌଳବାଦୀ ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଛି। ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଗଠିତ ଅନ୍ତରୀଣ ସରକାର ଏପରି ଆକ୍ରମଣ ରୋକିବାରେ ଅସମର୍ଥ ହେଉଛନ୍ତି। ଏଥିରେ ୧୫ ଅଗଷ୍ଟ ଗୁରୁବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ କିଲ୍ଲା ପ୍ରାଚୀରରୁ ବାଂଲାଦେଶରେ ସଂଖ୍ୟା ଲଘୁ ହିନ୍ଦୁଙ୍କ ପ୍ରତି ହେଉଥିବା ଆକ୍ରମଣକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଲାଲ କିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ଭାଷଣର ଦିନକ ପରେ ଅର୍ଥାତ ଅଗଷ୍ଟ ୧୬ ତାରିଖରେ ଖବର ମିଳିଛି ଯେ ବାଂଲାଦେଶ ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ ଭାରତ ଗସ୍ତରେ ଆସୁଛନ୍ତି। କୁହାଯାଉଛି ୟୁନୁସ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଥିବା ‘ଭୟେସ ଅଫ ଗ୍ଲୋବାଲ ସାଉଥ’ ତୃତୀୟ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟେଲିଫୋନ ଆଳାପ କାଳରେ ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ତାଙ୍କୁ ନିମନ୍ତ୍ରିତ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ବାଂଲାଦେଶ ଅନ୍ତରୀଣ ସରକାରର ମୁଖିଆ ହେବା ପରେ ୟୁନୁସଙ୍କ ଏହା ପ୍ରଥମ ଭାରତ ଗସ୍ତ। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଗୁରୁବାର ମଧ୍ୟାହ୍ନରେ ୟୁନୁସ ଫୋନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ  କଥା ହୋଇଥିଲେ। ୟୁନୁସଙ୍କ ସହ କଥାବାର୍ତ୍ତାର ସୂଚନା ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଦେ

ଭାରତ ଗସ୍ତରେ ଆସିବେ ବାଂଲାଦେଶ ଅନ୍ତରୀଣ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ

ନୂଆଦିଲ୍ଲୀ : ବାଂଲାଦେଶରେ ଶେଖ ହସିନା ସରକାର ପରିବର୍ତ୍ତନ ପରେ ପରିସ୍ଥିତିରେ ସେପରି କୌଣସି ସୁଧାର ହୋଇ ନାହିଁ। ସାରା ଦେଶରେ ମୌଳବାଦୀ ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଛି। ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଗଠିତ ଅନ୍ତରୀଣ ସରକାର ଏପରି ଆକ୍ରମଣ ରୋକିବାରେ ଅସମର୍ଥ ହେଉଛନ୍ତି। ଏଥିରେ ୧୫ ଅଗଷ୍ଟ ଗୁରୁବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ କିଲ୍ଲା ପ୍ରାଚୀରରୁ ବାଂଲାଦେଶରେ ସଂଖ୍ୟା ଲଘୁ ହିନ୍ଦୁଙ୍କ ପ୍ରତି ହେଉଥିବା ଆକ୍ରମଣକୁ ନେଇ ଉଦବେଗ ପ୍ରକାଶ କରିଥିଲେ। 

ଲାଲ କିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ଭାଷଣର ଦିନକ ପରେ ଅର୍ଥାତ ଅଗଷ୍ଟ ୧୬ ତାରିଖରେ ଖବର ମିଳିଛି ଯେ ବାଂଲାଦେଶ ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ ଭାରତ ଗସ୍ତରେ ଆସୁଛନ୍ତି। କୁହାଯାଉଛି ୟୁନୁସ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଥିବା ‘ଭୟେସ ଅଫ ଗ୍ଲୋବାଲ ସାଉଥ’ ତୃତୀୟ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟେଲିଫୋନ ଆଳାପ କାଳରେ ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ତାଙ୍କୁ ନିମନ୍ତ୍ରିତ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ବାଂଲାଦେଶ ଅନ୍ତରୀଣ ସରକାରର ମୁଖିଆ ହେବା ପରେ ୟୁନୁସଙ୍କ ଏହା ପ୍ରଥମ ଭାରତ ଗସ୍ତ। 

ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଗୁରୁବାର ମଧ୍ୟାହ୍ନରେ ୟୁନୁସ ଫୋନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ  କଥା ହୋଇଥିଲେ। ୟୁନୁସଙ୍କ ସହ କଥାବାର୍ତ୍ତାର ସୂଚନା ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଦେଇଥିଲେ। ଏହି କଥାବାର୍ତ୍ତାରେ ବର୍ତ୍ତମାନର ପରିସ୍ଥିତି ନେଇ ବିଚାର ଆଦାନପ୍ରଦାନ ହୋଇଥିଲା। ଗଣତାନ୍ତ୍ରିକ, ସ୍ଥିର, ଶାନ୍ତିପୂର୍ଣ୍ଣ ଓ ପ୍ରଗତିଶୀଳ ବାଂଲାଦେଶ ପାଇଁ ଭାରତ ତାର ସମର୍ଥନର ପ୍ରତିଶ୍ରୁତି ଦୋହରାଇଥିଲା। ସେପଟୁ ୟୁନୁସ ମଧ୍ୟ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଆଶ୍ୱସ୍ତ କରିଥିଲେ।