ରାଜସ୍ଥାନ ରୟାଲ୍ସର ପ୍ରଥମ ବିଜୟ, ଚେନ୍ନାଇର ଦ୍ୱିତୀୟ ପରାଜୟ
ଗୁଆହାଟୀ, ୩୦।୩: ନୀତୀଶ ରାଣାଙ୍କ ବିସ୍ଫୋରକ ୮୧ ରନ ପରେ ଓ୍ବାନିନ୍ଦୁ ହସରଙ୍ଗାଙ୍କ ପ୍ରଭାବୀ ବୋଲିଂ ସହାୟତାରେ ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲ୍ରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। ରବିବାର ଅନୁଷ୍ଠିତ ରୋମାଞ୍ଚକ ମ୍ୟାଚରେ ଏହି ଦଳ ଚେନ୍ନାଇ ସୁପର କିଙ୍ଗ୍ସକୁ ୬ ରନରେ ପରାସ୍ତ କରିଛି। ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୮୨ ରନ କରିଥିଲା। ଜବାବରେ ଋତୁରାଜ ଓ ଜାଡେଜାଙ୍କ ଉଦ୍ୟମ ସତ୍ତ୍ୱେ ଚେନ୍ନାଇ ୨୦ ଓଭରରେ ୬ ଉଇକେଟ […] The post ରାଜସ୍ଥାନ ରୟାଲ୍ସର ପ୍ରଥମ ବିଜୟ, ଚେନ୍ନାଇର ଦ୍ୱିତୀୟ ପରାଜୟ appeared first on Dharitri Odia News.
ଗୁଆହାଟୀ, ୩୦।୩: ନୀତୀଶ ରାଣାଙ୍କ ବିସ୍ଫୋରକ ୮୧ ରନ ପରେ ଓ୍ବାନିନ୍ଦୁ ହସରଙ୍ଗାଙ୍କ ପ୍ରଭାବୀ ବୋଲିଂ ସହାୟତାରେ ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲ୍ରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। ରବିବାର ଅନୁଷ୍ଠିତ ରୋମାଞ୍ଚକ ମ୍ୟାଚରେ ଏହି ଦଳ ଚେନ୍ନାଇ ସୁପର କିଙ୍ଗ୍ସକୁ ୬ ରନରେ ପରାସ୍ତ କରିଛି। ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୮୨ ରନ କରିଥିଲା।
ଜବାବରେ ଋତୁରାଜ ଓ ଜାଡେଜାଙ୍କ ଉଦ୍ୟମ ସତ୍ତ୍ୱେ ଚେନ୍ନାଇ ୨୦ ଓଭରରେ ୬ ଉଇକେଟ ହରାଇ ୧୭୬ ରନ କରି ପାରିଥିଲା। ଗାଏକ୍ୱାଡ୍ ସର୍ବାଧିକ ୬୩ ରନ କରିଥିବାବେଳେ ଜାଡେଜା ୩୨ ରନରେ ଅପରାଜିତ ରହିଥିଲେ। ମହେନ୍ଦ୍ର ସିଂ ଧୋନୀ ୧୧ ବଲ୍ରୁ ୧୬ ରନକରି ଆଉଟ ହେବାସହ ଚେନ୍ନାଇ ବିଜୟ ମଳିନ ପଡ଼ି ଯାଇଥିଲା। ରାଜସ୍ଥାନ ବୋଲରଙ୍କ ମଧ୍ୟରେ ହସରଙ୍ଗା ସର୍ବାଧିକ ୪ଟି ଉଇକେଟ ନେଇଥିଲେ। ୩ ମ୍ୟାଚରୁ ଏହାଥିଲା ରାଜସ୍ଥାନର ପ୍ରଥମ ବିଜୟ। ଅନ୍ୟପକ୍ଷରେ ଚେନ୍ନାଇ ଦଳ ୩ ମ୍ୟାଚରୁ ଦ୍ୱିତୀୟ ପରାଜୟ ବରଣ କରିଛି।
The post ରାଜସ୍ଥାନ ରୟାଲ୍ସର ପ୍ରଥମ ବିଜୟ, ଚେନ୍ନାଇର ଦ୍ୱିତୀୟ ପରାଜୟ appeared first on Dharitri Odia News.