ପ୍ରବଳ ବର୍ଷା ଯୋଗୁ ୩୬ ବିମାନ ଉଡାଣ ବାତିଲ

ମୁମ୍ବାଇ,୨୧।୭: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ବିମାନ ସେବା ବ୍ୟାହତ ହୋଇଛି। ପିଟିଆଇ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ପାଣିପାଗକୁ ଦୃଷ୍ଟିରେ ରଖି ରବିବାର ମୁମ୍ବାଇ ବିମାନ ବନ୍ଦରରୁ ୩୬ଟି ବିମାନକୁ ବାତିଲ କରାଯାଇଛି। ଏଜେନ୍ସି ସୂତ୍ରରୁ ପ୍ରକାଶ ଯେ ପ୍ରବଳ ବର୍ଷା ହେତୁ ଫ୍ୟାସିଲିଟି ଅପରେଟରଙ୍କୁ ପ୍ରାୟ ଏକ ଘଣ୍ଟା ମଧ୍ୟରେ ଦୁଇଥର ରନୱେ କାର୍ଯ୍ୟ ସ୍ଥଗିତ ରଖିବାକୁ ପଡିଛି। ସୂଚନାନୁସାରେ, ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ବାତିଲ ହୋଇଥିବା ବିମାନଗୁଡ଼ିକ […] The post ପ୍ରବଳ ବର୍ଷା ଯୋଗୁ ୩୬ ବିମାନ ଉଡାଣ ବାତିଲ appeared first on Dharitri Odia News.

ପ୍ରବଳ ବର୍ଷା ଯୋଗୁ ୩୬ ବିମାନ ଉଡାଣ ବାତିଲ

ମୁମ୍ବାଇ,୨୧।୭: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ବିମାନ ସେବା ବ୍ୟାହତ ହୋଇଛି। ପିଟିଆଇ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ପାଣିପାଗକୁ ଦୃଷ୍ଟିରେ ରଖି ରବିବାର ମୁମ୍ବାଇ ବିମାନ ବନ୍ଦରରୁ ୩୬ଟି ବିମାନକୁ ବାତିଲ କରାଯାଇଛି। ଏଜେନ୍ସି ସୂତ୍ରରୁ ପ୍ରକାଶ ଯେ ପ୍ରବଳ ବର୍ଷା ହେତୁ ଫ୍ୟାସିଲିଟି ଅପରେଟରଙ୍କୁ ପ୍ରାୟ ଏକ ଘଣ୍ଟା ମଧ୍ୟରେ ଦୁଇଥର ରନୱେ କାର୍ଯ୍ୟ ସ୍ଥଗିତ ରଖିବାକୁ ପଡିଛି।
ସୂଚନାନୁସାରେ, ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ବାତିଲ ହୋଇଥିବା ବିମାନଗୁଡ଼ିକ ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ଏବଂ ଭିସ୍ତାରର ଥିଲା। ସୂତ୍ରରୁ ପ୍ରକାଶ ଯେ, ମଧ୍ୟବର୍ତ୍ତୀକାଳୀନ ପ୍ରବଳ ବର୍ଷା ଏବଂ ସହରରେ ଲୋ ଭିଜିବିଲିଟି ହେତୁ ରବିବାର ୧୮ ଟି ଆସିବାକୁ ଥିବା ବିମାନ ଏବଂ ବିମାନ ଉଡ଼ାଣକୁ ବାତିଲ କରିବାକୁ ପଡିଥିଲା।

The post ପ୍ରବଳ ବର୍ଷା ଯୋଗୁ ୩୬ ବିମାନ ଉଡାଣ ବାତିଲ appeared first on Dharitri Odia News.