IPL 2025 ମଧ୍ୟରେ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟ ଘୋଷଣା କଲା ବିସିସିଆଇ: ଏହି ଖେଳାଳିଙ୍କୁ ମିଳିଲା ସ୍ଥାନ
ନୂଆଦିଲ୍ଲୀ,୨୪।୩: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୋମବାର ମହିଳା ଦଳର ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟ ଘୋଷଣା କରିଛି। ବୋର୍ଡ ୧୬ ଜଣ ଖେଳାଳିଙ୍କୁ ୩ଟି ବର୍ଗରେ ବିଭକ୍ତ କରିଛି। ଗ୍ରେଡ ଏରେ ସ୍ମୃତି ମନ୍ଧାନା ଏବଂ ହରମନପ୍ରୀତ କୌରଙ୍କ ସମେତ ୩ ଜଣ ଖେଳାଳି ଅଛନ୍ତି। ଗ୍ରେଡ ବିରେ ଶେଫାଳି ବର୍ମା ସମେତ ୪ ଜଣ ଖେଳାଳି ଏବଂ ଗ୍ରେଡ ସିରେ ୯ ଜଣ ଖେଳାଳି ଅଛନ୍ତି। ବିସିସିଆଇ ଅଲରାଉଣ୍ଡର ଦୀପ୍ତି ଶର୍ମାଙ୍କ ସହିତ ସ୍ମୃତି ମନ୍ଧାନା […] The post IPL 2025 ମଧ୍ୟରେ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟ ଘୋଷଣା କଲା ବିସିସିଆଇ: ଏହି ଖେଳାଳିଙ୍କୁ ମିଳିଲା ସ୍ଥାନ appeared first on Dharitri Odia News.
ନୂଆଦିଲ୍ଲୀ,୨୪।୩: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୋମବାର ମହିଳା ଦଳର ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟ ଘୋଷଣା କରିଛି। ବୋର୍ଡ ୧୬ ଜଣ ଖେଳାଳିଙ୍କୁ ୩ଟି ବର୍ଗରେ ବିଭକ୍ତ କରିଛି। ଗ୍ରେଡ ଏରେ ସ୍ମୃତି ମନ୍ଧାନା ଏବଂ ହରମନପ୍ରୀତ କୌରଙ୍କ ସମେତ ୩ ଜଣ ଖେଳାଳି ଅଛନ୍ତି। ଗ୍ରେଡ ବିରେ ଶେଫାଳି ବର୍ମା ସମେତ ୪ ଜଣ ଖେଳାଳି ଏବଂ ଗ୍ରେଡ ସିରେ ୯ ଜଣ ଖେଳାଳି ଅଛନ୍ତି।
ବିସିସିଆଇ ଅଲରାଉଣ୍ଡର ଦୀପ୍ତି ଶର୍ମାଙ୍କ ସହିତ ସ୍ମୃତି ମନ୍ଧାନା ଏବଂ ହରମନପ୍ରୀତ କୌରଙ୍କୁ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟର ଏ ବର୍ଗରେ ସାମିଲ କରିଛି। ରେଣୁକା ସିଂହ, ଜେମିମା ରଡ୍ରିଗ୍ସ, ରିଚା ଘୋଷ ଏବଂ ଶେଫାଳି ବର୍ମାଙ୍କୁ ତାଲିକା ବିରେ ସାମିଲ କରାଯାଇଛି। ବିସିସିଆଇ ଖୁବ୍ଶୀଘ୍ର ପୁରୁଷ ଜାତୀୟ ଦଳର ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟର ତାଲିକା ମଧ୍ୟ ପ୍ରକାଶ କରିବ।
ମହିଳା ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟରେ ୧୬ ଜଣ ଖେଳାଳି ସାମିଲ
ଗ୍ରେଡ ଏ: ହରମନପ୍ରୀତ କୌର, ସ୍ମୃତି ମନ୍ଧାନା, ଦୀପ୍ତି ଶର୍ମା
ଗ୍ରେଡ ବି: ରେଣୁକା ସିଂହ, ଜେମିମା ରଡ୍ରିଗ୍ସ, ରିଚା ଘୋଷ, ଶେଫାଳି ବର୍ମା
ଗ୍ରେଡ ସି: ୟାସ୍ତିକା ଭାଟିଆ, ରାଧା ଯାଦବ, ଶ୍ରେୟଙ୍କା ପାଟିଲ, ତିତସ ସାଧୁ, ଅରୁନ୍ଧତୀ ରେଡ୍ଡୀ, ଅମନଜୋତ କୌର, ଉମା ଛେତ୍ରୀ, ସ୍ନେହା ରାଣା, ପୂଜା ବସ୍ତ୍ରାକର।
News
![]()
BCCI announces annual player retainership 2024-25 – Team India (Senior Women)#TeamIndia pic.twitter.com/fwDpLlm1mT
— BCCI Women (@BCCIWomen) March 24, 2025
The post IPL 2025 ମଧ୍ୟରେ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟ ଘୋଷଣା କଲା ବିସିସିଆଇ: ଏହି ଖେଳାଳିଙ୍କୁ ମିଳିଲା ସ୍ଥାନ appeared first on Dharitri Odia News.
News