‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଜଣେ କଂସ କଳାକାର(ବରଗଡ଼ ଧନୁଯାତ୍ରାର ନୁହେଁ) ସୁଶିଲ ମେହେରଙ୍କ ସଂଳାପ ଚର୍ଚ୍ଚାର ବିଷୟ ପାଲଟିଛି। ଚଳିତ ନିର୍ବାଚନରେ ବରଗଡ଼ ଜିଲା ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ପ୍ରାର୍ଥିନୀଭାନେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ସ୍ନେହାଙ୍ଗିନୀ ଛୁରିଆ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ତେବେ ସେ ପ୍ରାର୍ଥିପତ୍ର ଦାଖଲ କରିବା […] The post ‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’ appeared first on Dharitri Odia News.

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଜଣେ କଂସ କଳାକାର(ବରଗଡ଼ ଧନୁଯାତ୍ରାର ନୁହେଁ) ସୁଶିଲ ମେହେରଙ୍କ ସଂଳାପ ଚର୍ଚ୍ଚାର ବିଷୟ ପାଲଟିଛି। ଚଳିତ ନିର୍ବାଚନରେ ବରଗଡ଼ ଜିଲା ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ପ୍ରାର୍ଥିନୀଭାନେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ସ୍ନେହାଙ୍ଗିନୀ ଛୁରିଆ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ତେବେ ସେ ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ସକାଳୁ ଛୁରିଆଙ୍କ ବାସଭବନରେ ତାଙ୍କ ସମର୍ଥକଙ୍କ ଗହଳି ହୋଇଥିଲା । ସେମାନଙ୍କ ମଧ୍ୟରେ କଂସ କଳାକାର ମେହେର ମଧ୍ୟ ଉପସ୍ଥିତ ଥିଲେ । ତେବେ ଛୁରିଆଙ୍କ ସମର୍ଥକଙ୍କ ଗହଳି ତଥା ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ କଂସ କଳାକାର ମେହେର ସଂଳାପରେ କହିଥିଲେ, ମୁଁ ହିଁ ସୃଷ୍ଟି, ମୁଁ ହିଁ ସଂହାର….। ଧନୁ ସଂକ୍ରାନ୍ତୀ ପରେ ଏ ମହୀ ମଣ୍ଡଳରେ ପଦ୍ମଫୁଲ ପ୍ରସ୍ଫୁଟିତ ହୁଏ ନାହିଁ, ଏ ମହାରାଜ କଂସର ଆଦେଶ, ହାଃ ହାଃ ହାଃ । କଳାକାର ମେହେରଙ୍କ ଏହି ସଂଳାପକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ପଦ୍ମଫୁଲ ଭାଜପାର ଦଳୀୟ ଚିହ୍ନ ହୋଇଥିବାବେଳେ ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥିନୀ ଛୁରିଆଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦୀଭାବେ ଭାଜପା ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦ ରହିଛନ୍ତି । ଗୋଟିଏ ପଟେ ବିଜେଡ଼ି ସମର୍ଥକଙ୍କୁ ଉତ୍ସାହିତ କରିବା ପାଇଁ ଏବଂ ଅନ୍ୟପଟେ ଭାଜପାକୁ ଟାର୍ଗେଟ କରି ବିଜେଡ଼ି ପ୍ରାର୍ଥିନୀ ଛୁରିଆଙ୍କ ବାସଭବନରେ ତାଙ୍କ ଉପସ୍ଥିତିରେ କଳାକାର ମେହେର ସେଭଳି ସଂଳାପ ଦେଇଥିବା ସାଧାରଣରେ ଆଲୋଚିତ ହେଉଛି । ଅନ୍ୟପଟେ କ୍ୟାଲେଣ୍ଡରରେ ଚଳିତବର୍ଷ ଡିସେମ୍ବର ୧୬ ତାରିଖ ଧନୁ ସଂକ୍ରାନ୍ତି ଥିବାବେଳେ ଏହା ପୂର୍ବରୁ କଳାକାରଙ୍କ ମେହେରଙ୍କ ସେଭଳି ସଂଳାପ ଏବେ ସାଧାରଣରେ ଆଲୋଚିତ ହେଉଛି । ତେବେ କେଉଁ ପରିସ୍ଥିତିରେ କାହାକୁ ଲକ୍ଷ୍ୟ କରି ସେ ବିଜେଡ଼ି ପ୍ରାର୍ଥିନୀ ଛୁରିଆଙ୍କ ବାସଭବନରେ ସେଭଳି ସଂଳାପ ଦେଇଥିଲେ, ସେ ନେଇ ଜାଣିବାକୁ କଂସ କଳାକାର ମେହେରଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲା । ମାତ୍ର ସେ ଫୋନ ନ ଉଠାଇବାରୁ ତାଙ୍କ ମତାମତ ମିଳିପାରି ନାହିଁ ।

The post ‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’ appeared first on Dharitri Odia News.