ସଚିନ ତେନ୍ଦୁଲକର ନା ସୌରଭ ଗାଙ୍ଗୁଲୀ, କାହାର ସ୍ତ୍ରୀ ଅଧିକ ଶିକ୍ଷିତ?

ମୁମ୍ବାଇ/କୋଲକାତା: ଭାରତୀୟ କ୍ରିକେଟର ଦୁଇ ଦିଗ୍ଗଜ ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲୀଙ୍କ ସ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ଚର୍ଚ୍ଚା ଜୋର ଧରିଛି। ସଚିନଙ୍କ ସ୍ତ୍ରୀ ଅଞ୍ଜଳି ତେନ୍ଦୁଲକର ଏବଂ ସୌରଭଙ୍କ ସ୍ତ୍ରୀ ଡୋନା ଗାଙ୍ଗୁଲୀ ଉଭୟେ ନିଜ ନିଜ କ୍ଷେତ୍ରରେ ଉଚ୍ଚ ଶିକ୍ଷିତ। ସଚିନ ୧୯୯୫ ମସିହାରେ ଅଞ୍ଜଳିଙ୍କୁ ବିବାହ କରିଥିଲେ। ତାଙ୍କର ଏକ ପୁତ୍ର ଅର୍ଜୁନ ତେନ୍ଦୁଲକର ଏବଂ ଏକ କନ୍ୟା ସାରା ତେନ୍ଦୁଲକର ଅଛନ୍ତି। ଅନ୍ୟପକ୍ଷରେ, ସୌରଭ ୧୯୯୭ରେ ଡୋନାଙ୍କୁ ବିବାହ କରିଥିଲେ […] The post ସଚିନ ତେନ୍ଦୁଲକର ନା ସୌରଭ ଗାଙ୍ଗୁଲୀ, କାହାର ସ୍ତ୍ରୀ ଅଧିକ ଶିକ୍ଷିତ? appeared first on Dharitri Odia News.

ସଚିନ ତେନ୍ଦୁଲକର ନା ସୌରଭ ଗାଙ୍ଗୁଲୀ, କାହାର ସ୍ତ୍ରୀ ଅଧିକ ଶିକ୍ଷିତ?

ମୁମ୍ବାଇ/କୋଲକାତା: ଭାରତୀୟ କ୍ରିକେଟର ଦୁଇ ଦିଗ୍ଗଜ ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲୀଙ୍କ ସ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ଚର୍ଚ୍ଚା ଜୋର ଧରିଛି। ସଚିନଙ୍କ ସ୍ତ୍ରୀ ଅଞ୍ଜଳି ତେନ୍ଦୁଲକର ଏବଂ ସୌରଭଙ୍କ ସ୍ତ୍ରୀ ଡୋନା ଗାଙ୍ଗୁଲୀ ଉଭୟେ ନିଜ ନିଜ କ୍ଷେତ୍ରରେ ଉଚ୍ଚ ଶିକ୍ଷିତ। ସଚିନ ୧୯୯୫ ମସିହାରେ ଅଞ୍ଜଳିଙ୍କୁ ବିବାହ କରିଥିଲେ। ତାଙ୍କର ଏକ ପୁତ୍ର ଅର୍ଜୁନ ତେନ୍ଦୁଲକର ଏବଂ ଏକ କନ୍ୟା ସାରା ତେନ୍ଦୁଲକର ଅଛନ୍ତି। ଅନ୍ୟପକ୍ଷରେ, ସୌରଭ ୧୯୯୭ରେ ଡୋନାଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଏକ କନ୍ୟା ସାନା ଗାଙ୍ଗୁଲୀ ଅଛନ୍ତି। ଆସନ୍ତୁ ଜାଣିବା ଅଞ୍ଜଳି ଓ ଡୋନାଙ୍କ ମଧ୍ୟରୁ କିଏ ଅଧିକ ଶିକ୍ଷିତ।

ସୌରଭଙ୍କ ସ୍ତ୍ରୀ ଡୋନାଙ୍କ ଶିକ୍ଷାଗତ ଯୋଗ୍ୟତା
ଡୋନା ଗାଙ୍ଗୁଲୀ ୨୦୧୨ ମସିହାରୁ କୋଲକାତାର ଭବାନୀପୁର ଏଜୁକେସନ ସୋସାଇଟି କଲେଜରେ ରାଜନୀତି ବିଜ୍ଞାନ ବିଭାଗରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ଶିକ୍ଷାଗତ ଯୋଗ୍ୟତା ମଧ୍ୟରେ ଜାଧବପୁର ବିଶ୍ୱବିଦ୍ୟାଳୟରୁ ଅନ୍ତର୍ଜାତୀୟ ସମ୍ପର୍କରେ ଏମ.ଫିଲ ଏବଂ ପିଏଚଡି ଡିଗ୍ରୀ ରହିଛି। ଏହା ସହ, ଡୋନା ଜଣେ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ଅଟନ୍ତି ଏବଂ ନିଜର ଏକ ନୃତ୍ୟ ଏକାଡେମୀ ମାଧ୍ୟମରେ ପିଲାମାନଙ୍କୁ ଶାସ୍ତ୍ରୀୟ ନୃତ୍ୟ ଶିଖାଉଛନ୍ତି।

ସଚିନଙ୍କ ସ୍ତ୍ରୀ ଅଞ୍ଜଳିଙ୍କ ଶିକ୍ଷାଗତ ଯୋଗ୍ୟତା
ଅଞ୍ଜଳି ତେନ୍ଦୁଲକର ପେଶାଗତ ଭାବେ ଜଣେ ଡାକ୍ତର। ତାଙ୍କୁ ବମ୍ବେ ଇଣ୍ଟରନ୍ୟାସନାଲ ସ୍କୁଲରେ ସ୍କୁଲ ଶିକ୍ଷା ଗ୍ରହଣ କରିଥିଲେ ଏବଂ ପରେ ଗ୍ରାଣ୍ଟ ମେଡିକାଲ କଲେଜ ଓ ସାର ଜେ.ଜେ. ହସ୍ପିଟାଲରୁ ଏମବିବିଏସ ଡିଗ୍ରୀ ହାସଲ କରିଥିଲେ। ସେ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ପେଡିଆଟ୍ରିକ୍ସରେ ସ୍ୱର୍ଣ୍ଣପଦକ ଜିତିଛନ୍ତି।

ଉଭୟେ ଉଚ୍ଚଶିକ୍ଷିତା
ଅଞ୍ଜଳି ଓ ଡୋନାଙ୍କ ଶିକ୍ଷାଗତ ଯୋଗ୍ୟତାର ତୁଳନା କଲେ, କେହି କାହାଠାରୁ କମ ନୁହନ୍ତି। ଡୋନାଙ୍କ ପାଖରେ ପିଏଚଡି ଡିଗ୍ରୀ ଥିବା ବେଳେ ଅଞ୍ଜଳିଙ୍କ ପାଖରେ ଏମବିବିଏସ ଡିଗ୍ରୀ ରହିଛି। ଉଭୟଙ୍କ ପାଖରେ ଉଚ୍ଚସ୍ତରୀୟ ଶିକ୍ଷାଗତ ଯୋଗ୍ୟତା ରହିଛି, ଯାହା ହାସଲ କରିବା ସହଜ ନୁହେ। ଏହି ଡିଗ୍ରୀଗୁଡ଼ିକୁ ପାଇବା ପାଇଁ ଉଭୟେ ଅତ୍ୟନ୍ତ କଠିନ ପରିଶ୍ରମ କରିଛନ୍ତି। ତେଣୁ ଅଞ୍ଜଳି ଓ ଡୋନା ଉଭୟେ ଶିକ୍ଷା କ୍ଷେତ୍ରରେ ସମାନ ଭାବେ ଉଚ୍ଚଶିକ୍ଷିତା ବୋଲି କୁହାଯାଇପାରେ।

ଏହି ତୁଳନା ଦର୍ଶାଏ ଯେ, ସଚିନ ଓ ସୌରଭଙ୍କ ସ୍ତ୍ରୀ ଉଭୟେ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି, ଯାହା ସେମାନଙ୍କ ଅଧ୍ୟୟନ ଓ ପରିଶ୍ରମର ପ୍ରମାଣ।

The post ସଚିନ ତେନ୍ଦୁଲକର ନା ସୌରଭ ଗାଙ୍ଗୁଲୀ, କାହାର ସ୍ତ୍ରୀ ଅଧିକ ଶିକ୍ଷିତ? appeared first on Dharitri Odia News.