ଇପିଏଫ୍ ପେନସନଭୋଗୀ ସଂଘର ବଡ଼ ନିଷ୍ପତ୍ତି
ରୂପସା,୧୧।୪(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ରୂପସା ଥାନା ଅଧୀନ ପୋଡାଡ଼ିହାସ୍ଥିତ ଆମ ଗାଁ ନର୍ସରୀ ପରିସରରେ ବୁଧବାର ଅଲ୍ ଓଡ଼ିଶା ପେନସନଭୋଗୀ ସଂଘର ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା କମିଟି ପକ୍ଷରୁ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା। ସମାବେଶରେ ସଂଘର ବାଲେଶ୍ୱର ଜିଲା ସଭାପତି ଇଂ. ଅନାଦି ଚରଣ ବେହେରା ଅଧ୍ୟକ୍ଷତା କରିଥିଲେ। ଉଠାଜଳସେଚନ ନିଗମ, ରୂପସା ଝୋଟକଳ, ଝରିଆ ପେପର ମିଲ, କ୍ରେପସ ଇଣ୍ଡିଆ, ବାରିପଦା ସ୍ପିନିଂ ମିଲ୍ରେ ଚାକିରିରୁ ଅବସର ନେଇଥିବା ବାଲେଶ୍ୱର […] The post ଇପିଏଫ୍ ପେନସନଭୋଗୀ ସଂଘର ବଡ଼ ନିଷ୍ପତ୍ତି appeared first on Dharitri Odia News.
ରୂପସା,୧୧।୪(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ରୂପସା ଥାନା ଅଧୀନ ପୋଡାଡ଼ିହାସ୍ଥିତ ଆମ ଗାଁ ନର୍ସରୀ ପରିସରରେ ବୁଧବାର ଅଲ୍ ଓଡ଼ିଶା ପେନସନଭୋଗୀ ସଂଘର ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା କମିଟି ପକ୍ଷରୁ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା। ସମାବେଶରେ ସଂଘର ବାଲେଶ୍ୱର ଜିଲା ସଭାପତି ଇଂ. ଅନାଦି ଚରଣ ବେହେରା ଅଧ୍ୟକ୍ଷତା କରିଥିଲେ।
ଉଠାଜଳସେଚନ ନିଗମ, ରୂପସା ଝୋଟକଳ, ଝରିଆ ପେପର ମିଲ, କ୍ରେପସ ଇଣ୍ଡିଆ, ବାରିପଦା ସ୍ପିନିଂ ମିଲ୍ରେ ଚାକିରିରୁ ଅବସର ନେଇଥିବା ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ଶତାଧିକ ପେନସନଭୋଗୀ ଯୋଗଦେଇ ମାସିକ ସର୍ବନିମ୍ନ ୯ ହଜାର ଟଙ୍କା ପେନସନ ଏବଂ ଅଧିକ ବେତନ ପାଉଥିବା କର୍ମଚାରୀମାନଙ୍କୁ ସୁପ୍ରିମକୋର୍ଟଙ୍କ ରାୟ ମୁତାବକ ଅଧିକ ପେନସନ ଦେବାକୁ ଦାବି କରିଥିଲେ।
ବର୍ଦ୍ଧିତ ପେନସନ ସହ ମହଙ୍ଗା ଭତ୍ତା ଓ ସରକାରୀ ଚିକିତ୍ସା ବୀମା ପ୍ରଦାନ ପାଇଁ ସର୍ବଭାରତୀୟ ସ୍ତରରେ ଦୀର୍ଘଦିନ ଧରି ସଂଘ ପକ୍ଷରୁ ଆନ୍ଦୋଳନ ହୋଇଆସୁଛି। ହେଲେ କେନ୍ଦ୍ର ସରକାରଙ୍କ ପରିଚାଳିତ କର୍ମଚାରୀ ଭବିଷ୍ୟନିଧି ସଂସ୍ଥା ମାସିକ ୧ ହଜାରରୁ କମ୍ ଟଙ୍କା ପେନସନ ଦେଉଛନ୍ତି।
କେନ୍ଦ୍ର ସରକାରଙ୍କ ଅଣଦେଖା ନୀତି ପ୍ରତିବାଦରେ ଆୟୋଜିତ ସମାବେଶରେ ଯୋଗଦେଇ ମୟୂରଭଞ୍ଜ ଜିଲା ଉପସଭାପତି ମଧୁସୂଦନ ଜେନା, ବାଲେଶ୍ୱର ଜିଲା କମିଟି ସମ୍ପାଦକ ବିଷ୍ଣୁ ପ୍ରସାଦ ମହାନ୍ତି, ରାଜ୍ୟ ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ, ଉଠାଜଳସେଚନ ନେତା ଶ୍ୟାମସୁନ୍ଦର ଜେନା, ରନତ୍ାକର ପଣ୍ଡା, ଝୋଟ କାରଖାନା ଶ୍ରମିକ ସଂଘର ପୂର୍ବତନ ସମ୍ପାଦକ ଉମେଶ କୁମାର ସେଠୀ ଓ ଜନ୍ମେଜୟ ପରିଡା ପ୍ରମୁଖ କେନ୍ଦ୍ରୀୟ ଓ ରାଜ୍ୟ କମିଟି ନିଷ୍ପତ୍ତିକ୍ରମେ ଆଗାମୀ ସାଧାରଣ ନିର୍ବାଚନରେ କେନ୍ଦ୍ର ସରକାର ଓ କେନ୍ଦ୍ର ସରକାରଙ୍କ ସହଯୋଗୀ ଦଳ ସପକ୍ଷରେ ଭୋଟ ନ ଦେବାକୁ ଚେତାବନୀ ଦେଇଥିଲେ।
ବିଭିନ୍ନ ସଂସ୍ଥାରୁ ପୂର୍ଣ୍ଣଚନ୍ଦ୍ର ବେହେରା, ବଂଶୀଧର ସାହୁ, ପୂର୍ଣ୍ଣାନନ୍ଦ ପଣ୍ଡିତ, ପଞ୍ଚାନନ ଜେନା, କମଳାକାନ୍ତ ପଣ୍ଡା, ଦିବାକର ସେନାପତି, ଅନିରୁଦ୍ଧ ମନ୍ତ୍ରୀ, ନାରାୟଣ ଦାସ, ନିତ୍ୟାନନ୍ଦ ମିଶ୍ର ଓ ତ୍ରିଲୋଚନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
The post ଇପିଏଫ୍ ପେନସନଭୋଗୀ ସଂଘର ବଡ଼ ନିଷ୍ପତ୍ତି appeared first on Dharitri Odia News.