ବଢୁଛି ଚମ୍ପାଇ ସରକାରଙ୍କ ସମସ୍ୟା, ଝାଡ଼ଖଣ୍ଡରେ ଯେ କୌଣସି ସମୟରେ ହୋଇପାରେ ବଡ ଧରଣର ଖେଳ
ରାଞ୍ଚି,୧୭।୨: ଝାଡ଼ଖଣ୍ଡରେ ପୁଣି ଥରେ ଚମ୍ପାଇ ସରକାର ଉପରେ ସଙ୍କଟର କଳା ବାଦଲ ଢାଙ୍କିବାକୁ ଲାଗିଲାଣି। କ୍ୟାବିନେଟ ସମ୍ପ୍ରସାରଣକୁ ନେଇ କ୍ରୋଧିତ କଂଗ୍ରେସ ବିଧାୟକମାନେ ବେଙ୍ଗାଲୁରୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ଚମ୍ପାଇ ସୋରେନଙ୍କ କ୍ୟାବିନେଟ ସମ୍ପ୍ରସାରଣରେ ୧୨ଜଣ ବିଧାୟକ ଅସନ୍ତୁଷ୍ଟ। ସୂଚନା ଅନୁଯାୟୀ, ଏହି ସମସ୍ତ କଂଗ୍ରେସ ବିଧାୟକ ଚମ୍ପାଇ ସୋରେନଙ୍କ ସରକାରଙ୍କ ବଜେଟ ଅଧିବେଶନରେ ଯୋଗଦେବାକୁ ମନା କରି ଦେଇଛନ୍ତି। କଂଗ୍ରେସ ବିଧାୟକଙ୍କ କୋଟାରୁ ସମସ୍ତ ୪ଜଣ ମନ୍ତ୍ରୀଙ୍କୁ ହଟାଇ ନୂତନ ଚେହେରା ଅନ୍ତର୍ଭୁକ୍ତ କରାଯିବା […] The post ବଢୁଛି ଚମ୍ପାଇ ସରକାରଙ୍କ ସମସ୍ୟା, ଝାଡ଼ଖଣ୍ଡରେ ଯେ କୌଣସି ସମୟରେ ହୋଇପାରେ ବଡ ଧରଣର ଖେଳ appeared first on Dharitri Odia News.
ରାଞ୍ଚି,୧୭।୨: ଝାଡ଼ଖଣ୍ଡରେ ପୁଣି ଥରେ ଚମ୍ପାଇ ସରକାର ଉପରେ ସଙ୍କଟର କଳା ବାଦଲ ଢାଙ୍କିବାକୁ ଲାଗିଲାଣି। କ୍ୟାବିନେଟ ସମ୍ପ୍ରସାରଣକୁ ନେଇ କ୍ରୋଧିତ କଂଗ୍ରେସ ବିଧାୟକମାନେ ବେଙ୍ଗାଲୁରୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ଚମ୍ପାଇ ସୋରେନଙ୍କ କ୍ୟାବିନେଟ ସମ୍ପ୍ରସାରଣରେ ୧୨ଜଣ ବିଧାୟକ ଅସନ୍ତୁଷ୍ଟ।
ସୂଚନା ଅନୁଯାୟୀ, ଏହି ସମସ୍ତ କଂଗ୍ରେସ ବିଧାୟକ ଚମ୍ପାଇ ସୋରେନଙ୍କ ସରକାରଙ୍କ ବଜେଟ ଅଧିବେଶନରେ ଯୋଗଦେବାକୁ ମନା କରି ଦେଇଛନ୍ତି। କଂଗ୍ରେସ ବିଧାୟକଙ୍କ କୋଟାରୁ ସମସ୍ତ ୪ଜଣ ମନ୍ତ୍ରୀଙ୍କୁ ହଟାଇ ନୂତନ ଚେହେରା ଅନ୍ତର୍ଭୁକ୍ତ କରାଯିବା ଉଚିତ।
ସୂଚନାଯୋଗ୍ୟ, ଶୁକ୍ରବାର ଚମ୍ପାଇ ସୋରେନ କ୍ୟାବିନେଟରେ ୮ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଏ ସମ୍ପର୍କରେ କେତେଜଣ କଂଗ୍ରେସ ବିଧାୟକ କ୍ୟାବିନେଟ ବିସ୍ତାରକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଲୋକମାନେ ନୂତନ ଚେହେରା ଅନ୍ତର୍ଭୁକ୍ତ କରିବାକୁ ଦାବି କରିଥିଲେ। କଂଗ୍ରେସ ବିଧାୟକ ଦୀପିକା ପାଣ୍ଡେ ଦାବି କରିଛନ୍ତି ଯେ କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ସେ ନିଜର ମତ ରଖିଥିଲେ।
The post ବଢୁଛି ଚମ୍ପାଇ ସରକାରଙ୍କ ସମସ୍ୟା, ଝାଡ଼ଖଣ୍ଡରେ ଯେ କୌଣସି ସମୟରେ ହୋଇପାରେ ବଡ ଧରଣର ଖେଳ appeared first on Dharitri Odia News.