ମେଷ

ଆଜି ଯାତ୍ରା ଓ ନୂତନ କର୍ମାରମ୍ଭ ପାଇଁ ଭଲ ତଥାପି ଶତ୍ରୁମାନଙ୍କ ଦ୍ୱାରା ପୀଡ଼ିତ ହୋଇପାରନ୍ତି। ଗୃହ, ଭୂମି, ଗାଡ଼ି, ମୋଟର, ଧାରକରଜ ପ୍ରଭୃତିକୁ କେନ୍ଦ୍ରକରି କଳହ ଦେଖାଦେଇପାରେ। ସ୍ବାସ୍ଥ୍ୟ ଓ ପିଲାଙ୍କ ବିବାହ ସମ୍ପର୍କରେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଜଣେ ହିତୈଷୀଙ୍କ ଚେଷ୍ଟାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ ା
ବୃଷ

ବନ୍ଧୁଙ୍କ ପରାମର୍ଶରେ ନୂତନ ଯୋଜନା ଅର୍ଥପ୍ରାପ୍ତିର ରାସ୍ତା ସୁଗମ କରିବ। ପଡ଼ୋଶୀଙ୍କ ସହାୟତାରେ ପରିବାରରେ ଅସ୍ବସ୍ତିକର ପରିସ୍ଥିତିକୁ ନିୟନ୍ତ୍ରଣ କରି ପାରିବେ ା ଅଫିସ୍କୁ ଯିବା ସମୟକୁ କୌଣସି ଦରକାରୀ କାଗଜ ନ ପାଇ ବ୍ୟସ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ।
ମିଥୁନ

ବୁଧ ଓ ଚନ୍ଦ୍ର ଷଡ଼ାଷ୍ଟକ ସ୍ଥିତିରେ ଥିବାରୁ ପାରିବାରିକ କ୍ଷେତ୍ର ଅସ୍ଥିର ରହିବ। ଆଜି ନୂତନ ବନ୍ଧୁ ସମ୍ପର୍କ ଯୋଡ଼ିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନଷ୍ପତ୍ତି ନେଇପାରନ୍ତି। ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ବିଶେଷ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ ା
କର୍କଟ

ଆଜିର ଶୁଭଚନ୍ଦ୍ର ପ୍ରଭାବରୁ ପ୍ରତ୍ୟେକ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇପାରିବ। ଅର୍ଥଲାଭ ସାଙ୍ଗକୁ ସାମାଜିକ ସ୍ତରରେ ମଧ୍ୟ ସମ୍ମାନିତ ହୋଇପାରନ୍ତି। ବନ୍ଧୁଙ୍କ ନିକଟରୁ ଚେଷ୍ଟା ସଫଳ ହେବାରେ ଜଣେ ଅଜଣା ବ୍ୟକ୍ତିଙ୍କଠାରୁ କିଛି ଖବର ଆପଣଙ୍କୁ ସାହାଯ୍ୟ କରିବ। ବାଣିଜ୍ୟ, ପରିବହନ, ସଭାସମିତି, ଅଦାଲତ କ୍ଷେତ୍ରରୁ ସୁଫଳ ପାଇବେ।
ସି˚ହ

ରାଶ୍ୟାଧିପ କର୍ମସ୍ଥ ହେତୁ ଏକାଧାରରେ ପରିବାର ଓ କର୍ମକ୍ଷେତ୍ରରେ ସୁପ୍ରତିଷ୍ଠିତ ହେବେ। ସକାଳୁ କିଛି ଶୁଭ ଖବର ସାଙ୍ଗକୁ ଅର୍ଥଲାଭରୁ ଖୁସି ରହିବେ। ଈର୍ଷାପରାୟଣ ବ୍ୟକ୍ତି ପରୋକ୍ଷ ସମାଲୋଚନା କରିପାରନ୍ତି। ପ୍ରତ୍ୟୁଷ ଯାତ୍ରା ପୂର୍ବରୁ ଜିନିଷପତ୍ରକୁ ଆଉଥରେ ଦେଖିନେବା ଭଲ ହେବ।
କନ୍ୟା

ଅଷ୍ଟମଚନ୍ଦ୍ର ପ୍ରଭାବରେ ପରିସ୍ଥିତି ବଦଳିଯିବାରୁ ପାଇବା ଜନିଷ ହରାଇପାରନ୍ତି। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରିପାରିବେ ନାହିଁ। ଅଫିସ୍ କାମରେ ଅନ୍ୟମାନଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିବା କାମଗୁଡ଼ିକର ସମୀକ୍ଷା କରିପାରନ୍ତି। ପିଲାମାନଙ୍କ ଅସନ୍ତୋଷଜନକ କାର୍ଯ୍ୟକଳାପରେ ଅତିଷ୍ଠ ହୋଇପାରନ୍ତି।
ତୁଳା

ପାରିବାରିକ ସମସ୍ୟାର ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ଅଫିସ ଭିତରେ ସହକର୍ମୀଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ବ୍ୟବସାୟରେ ମନର ବଳ ଖୁବ୍ ଟାଣ ରହିବ ଏବଂ ଜିଦ୍ରେ ଅଟଳ ରହି ଲାଭବାନ୍ ହେବେ । କର୍ମକ୍ଷେତ୍ର ଓ ଆନୁଷ୍ଠାନିକ କାମରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବାର ଆଶା ରହିଛି ।
ବିଛା

ସ୍ବାସ୍ଥ୍ୟ ସମସ୍ୟା ବଢ଼ିବାରୁ ମାନସିକ ଶାନ୍ତି ବ୍ୟାହତ ହୋଇପାରେ। ପଡ଼ୋଶୀଙ୍କ ପ୍ରତ୍ୟେକ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିପାରନ୍ତି। ଉପକାର କରିଥିବା ବ୍ୟକ୍ତିଙ୍କଠାରୁ ପ୍ରତିଦାନ ପାଇବା ଦୁର୍ଲ୍ଲଭ ହୋଇ ପଡ଼ିବ। କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସହାୟତା ପାଇବେ ନାହିଁ ତଥାପି କୌଣସି କାମ ଅଟକିବ ନାହିଁ।
ଧନୁ

ପାରିବାରିକ ଓ କର୍ମକ୍ଷେତ୍ରସ୍ଥ ବିଭିନ୍ନ ସମସ୍ୟାରେ ଜଡ଼ିତ ହୋଇ ମନ ବିଚଳିତ ହେବ। ବନ୍ଧୁଙ୍କ ସଦ୍ଭାବ ଓ ସହକର୍ମୀଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିପାରେ। ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କୁ ନିଜ ସହ ତୁଳନା କରି ମନକୁ ଭାରାକ୍ରାନ୍ତ କରିପାରନ୍ତି। କୁଟୀର ଶିଳ୍ପ, ବାଣିଜ୍ୟ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ର ଭଲ ରହିବ।
ମକର

ଆପଣ କର୍ମକ୍ଷେତ୍ରରେ ଅସଜଡ଼ା ପରିସ୍ଥିତିକୁ ସହକର୍ମୀଙ୍କ ଜରିଆରେ ସଜାଡ଼ି ନେବେ। ପ୍ରକଳ୍ପ କାର୍ଯ୍ୟ, ପରିବହନ, ଶିଳ୍ପ, ନିର୍ମାଣ, ବାଣିଜ୍ୟରେ ଉନ୍ନତି ଘଟିବ। ବନ୍ଧୁଙ୍କଠାରୁ କିଛି ଗୁଜବ ଶୁଣିବା ପରେ ମନରେ ବିଭିନ୍ନ ପ୍ରକାର ଦୁର୍ଭାବନା ଉଦ୍ରେକ ହୋଇପାରେ। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବାର ସୂଚନା ରହିଛି।
କୁମ୍ଭ

ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ତାହା ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ ପକାଇଦେବ। ଭାବପ୍ରବଣତାରେ ହଜି ନ ଯାଇ ନିଜକୁ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା କଲେ ଉପକାର ମିଳିବ। ଯାତ୍ରା, ବ୍ୟବସାୟ ତଥା ପରିବହନ ଅନୁକୂଳ ରହିବ। ବନ୍ଧୁମିଳନ, ଆଲୋଚନା,ଜମିଜମା କାରବାର, ଯାନ୍ତ୍ରିକ ଶିଳ୍ପ, ନିର୍ମାଣ କ୍ଷେତ୍ରରୁ ସଫଳତା ପାଇବେ।
ମୀନ
ପ୍ରତ୍ୟେକ କ୍ଷେତ୍ରରେ ନକାରାତ୍ମକ ଚିନ୍ତାଧାରା ଭଲକୁ ଭେଲ କ୍ରମରେ ମନକୁ ଆସିବ। କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଲଦି ପାରନ୍ତି। ପାରିବାରିକ କ୍ଷେତ୍ରରେ ହଠାତ୍ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ସଭାସମିତି, କଳା, ସାହିତ୍ୟ, ସାମ୍ବାଦିକତା, ନୂତନ ବନ୍ଧୁ ସମ୍ପର୍କରେ ବିଶେଷ ଉନ୍ନତି କରିବେ।
The post ରାଶିଫଳ:ଶନିବାର , ମେ ୨୪ ତାରିଖ – Daily Horoscope appeared first on Dharitri Odia News.