ଶପଥ ନେବା ପୂର୍ବରୁ କ୍ୟାବିନେଟ୍‌ ପ୍ରସ୍ତୁତ କଲେଣି ଡୋନାଲ୍ଡ ଟ୍ରମ୍ପ, ଏଲନ ମସ୍କଙ୍କୁ ଦେଲେ ବଡ଼ ଦାୟିତ୍ୱ

ଓ୍ବାଶିଂଟନ୍‌,୧୩।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିଥିବା ଡୋନାଲ୍ଡ ଟ୍ରମ୍ପ ୨୦୨୫ ଜାନୁଆରୀ ୨୦ରେ ପୁନର୍ବାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ତାଙ୍କ ସରକାରକୁ ପ୍ରଭାବଶାଳୀ ଏବଂ ଦକ୍ଷ କରିବା ପାଇଁ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ଟ୍ରମ୍ପ ସରକାରୀ ଦକ୍ଷତା ବିଭାଗ (DoGE)ର ଦାୟିତ୍ୱ ଏଲନ ମସ୍କ ଏବଂ ବିବେକ ରାମସ୍ବାମୀଙ୍କୁ ଦେଇଛନ୍ତି। ସରକାରୀ କାର୍ଯ୍ୟ ଦକ୍ଷତା (DoGE) ର ମୂଳ ଉଦ୍ଦେଶ୍ୟ ହେଉଛି ସରକାରୀ କାର୍ଯ୍ୟରେ ଉନ୍ନତି […] The post ଶପଥ ନେବା ପୂର୍ବରୁ କ୍ୟାବିନେଟ୍‌ ପ୍ରସ୍ତୁତ କଲେଣି ଡୋନାଲ୍ଡ ଟ୍ରମ୍ପ, ଏଲନ ମସ୍କଙ୍କୁ ଦେଲେ ବଡ଼ ଦାୟିତ୍ୱ appeared first on Dharitri Odia News.

ଶପଥ ନେବା ପୂର୍ବରୁ କ୍ୟାବିନେଟ୍‌ ପ୍ରସ୍ତୁତ କଲେଣି ଡୋନାଲ୍ଡ ଟ୍ରମ୍ପ, ଏଲନ ମସ୍କଙ୍କୁ ଦେଲେ ବଡ଼ ଦାୟିତ୍ୱ

ଓ୍ବାଶିଂଟନ୍‌,୧୩।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିଥିବା ଡୋନାଲ୍ଡ ଟ୍ରମ୍ପ ୨୦୨୫ ଜାନୁଆରୀ ୨୦ରେ ପୁନର୍ବାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ତାଙ୍କ ସରକାରକୁ ପ୍ରଭାବଶାଳୀ ଏବଂ ଦକ୍ଷ କରିବା ପାଇଁ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ଟ୍ରମ୍ପ ସରକାରୀ ଦକ୍ଷତା ବିଭାଗ (DoGE)ର ଦାୟିତ୍ୱ ଏଲନ ମସ୍କ ଏବଂ ବିବେକ ରାମସ୍ବାମୀଙ୍କୁ ଦେଇଛନ୍ତି।

ସରକାରୀ କାର୍ଯ୍ୟ ଦକ୍ଷତା (DoGE) ର ମୂଳ ଉଦ୍ଦେଶ୍ୟ ହେଉଛି ସରକାରୀ କାର୍ଯ୍ୟରେ ଉନ୍ନତି ଆଣିବା, ଅମଲାତନ୍ତ୍ରକୁ ସମାପ୍ତ କରିବା ଏବଂ ଫେଡେରାଲ ଏଜେନ୍ସିଗୁଡିକର ଗଠନକୁ ପରିବର୍ତ୍ତନ କରିବା। ଟ୍ରମ୍ପଙ୍କ ଅନୁଯାୟୀ, ସରକାରୀ ସମ୍ବଳର ଅପବ୍ୟବହାରକୁ ରୋକିବା, ଅନାବଶ୍ୟକ ଖର୍ଚ୍ଚ ହ୍ରାସ କରିବା ଏବଂ ଅନାବଶ୍ୟକ ନିୟମ ହଟାଇବା ପାଇଁ ଏହି ବିଭାଗ କାର୍ଯ୍ୟ କରିବ। ଟ୍ରମ୍ପ ଏହାକୁ ତାଙ୍କର ସେଭ ଆମେରିକା ଆନ୍ଦୋଳନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି କହିଛନ୍ତି ।

The post ଶପଥ ନେବା ପୂର୍ବରୁ କ୍ୟାବିନେଟ୍‌ ପ୍ରସ୍ତୁତ କଲେଣି ଡୋନାଲ୍ଡ ଟ୍ରମ୍ପ, ଏଲନ ମସ୍କଙ୍କୁ ଦେଲେ ବଡ଼ ଦାୟିତ୍ୱ appeared first on Dharitri Odia News.