ପ୍ରୟାଗରାଜରେ ବାବାଙ୍କ କ୍ରିକେଟ ଖେଳ

ପ୍ରୟାଗରାଜ: ମହାକୁମ୍ଭ ୨୦୨୫ରେ ଅନେକ ବାବା ନିଜର ନିଆରା ଅନ୍ଦାଜ କାରଣରୁ ଚର୍ଚ୍ଚାକୁ ଆସି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେମାନଙ୍କର ବ୍ୟକ୍ତିତ୍ୱ ଏବଂ ଜୀବନଶୈଳୀ ଲୋକଙ୍କୁ ପ୍ରଭାବିତ କରିପାରିଛି। ତେବେ ମହାକୁମ୍ଭ ମେଳାରେ ଯୋଗ ଦେଇଥିବା ସାଧୁ, ସନ୍ଥ ଏବଂ ବାବାମାନେ କ୍ରିକେଟ ଖେଳୁଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଜିତେନ୍ଦ୍ର କୁମାର ସିଂ ନାମକ ଜଣେ ଏକ୍ସ’ ୟୁଜର୍ସ ଏହି ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ବିଭିନ୍ନ ବାବା ଚୌକା, ଛକା ମାରିବା ସହ […] The post ପ୍ରୟାଗରାଜରେ ବାବାଙ୍କ କ୍ରିକେଟ ଖେଳ appeared first on Dharitri Odia News.

ପ୍ରୟାଗରାଜରେ ବାବାଙ୍କ କ୍ରିକେଟ ଖେଳ

ପ୍ରୟାଗରାଜ: ମହାକୁମ୍ଭ ୨୦୨୫ରେ ଅନେକ ବାବା ନିଜର ନିଆରା ଅନ୍ଦାଜ କାରଣରୁ ଚର୍ଚ୍ଚାକୁ ଆସି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେମାନଙ୍କର ବ୍ୟକ୍ତିତ୍ୱ ଏବଂ ଜୀବନଶୈଳୀ ଲୋକଙ୍କୁ ପ୍ରଭାବିତ କରିପାରିଛି। ତେବେ ମହାକୁମ୍ଭ ମେଳାରେ ଯୋଗ ଦେଇଥିବା ସାଧୁ, ସନ୍ଥ ଏବଂ ବାବାମାନେ କ୍ରିକେଟ ଖେଳୁଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଜିତେନ୍ଦ୍ର କୁମାର ସିଂ ନାମକ ଜଣେ ଏକ୍ସ’ ୟୁଜର୍ସ ଏହି ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ବିଭିନ୍ନ ବାବା ଚୌକା, ଛକା ମାରିବା ସହ କ୍ରିକେଟ ଖେଳର ଭରପୂର ଆନନ୍ଦ ଉଠାଉଥିବାର ନଜରକୁ ଆସିଛନ୍ତି। ଏହି କ୍ରିକେଟ ଖେଳ ଚାଲିଥିବା ବେଳେ ପଡ଼ିଆରେ ଉପସ୍ଥିତ ଦର୍ଶକ କରତାଳି ଦେଇ ବାବାମାନଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି। ଜିତେନ୍ଦ୍ର ଭିଡିଓର କ୍ୟାପ୍‌ଶନ୍‌ରେ ଲେଖିଛନ୍ତି, ମହାକୁମ୍ଭରେ କ୍ରିକେଟ ଖେଳ ପ୍ରତି ବାବାମାନଙ୍କ ପ୍ରେମ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାବେଳେ ଅନେକ ୟୁଜର୍ସ ଏଥିରେ ବିଭିନ୍ନ ମଜାଳିଆ କମେଣ୍ଟ ଦେଉଛନ୍ତି।

The post ପ୍ରୟାଗରାଜରେ ବାବାଙ୍କ କ୍ରିକେଟ ଖେଳ appeared first on Dharitri Odia News.