ଘରକୁ ଆଣିବାର ୨୪ ଘଣ୍ଟା ବି ହୋଇନି, ଚୋରି ହୋଇଗଲା ଅଭିନେତାଙ୍କ ନୂଆ ଭିଣ୍ଟେଜ୍‌ କାର୍‌

ବମ୍ବେ: ଘରକୁ ଆଣିବାର ଚବିଶ ଘଣ୍ଟା ବି ହୋଇନାହିଁ, ଚୋରି ହୋଇଯାଇଛି ଅଭିନେତାଙ୍କ କାର୍‌। ଆମେ କହୁଛୁ ଟେଲି ପରଦାର ଲୋକପ୍ରିୟ ଅଭିନେତା କରନ୍‌ କୁନ୍ଦ୍ରାଙ୍କ ବିଷୟରେ। ନିକଟରେ ସେ ଏକ ଭିଣ୍ଟେଜ୍‌ କାର୍‌ କିଣିଥିଲେ। ଏହାର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ହେଲେ ଏବେ ତାହା ଚୋରି ହୋଇଯାଇଛି। ଏହାକୁ ନେଇ ଅଭିନେତା ଦୁଃଖି ହୋଇ ପଡ଼ିଛନ୍ତି। ନିଜର ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭିଡିଓ ଶେୟାର କରିଛନ୍ତି କରନ୍‌। ସେଥିରେ ସେ ତାଙ୍କ […] The post ଘରକୁ ଆଣିବାର ୨୪ ଘଣ୍ଟା ବି ହୋଇନି, ଚୋରି ହୋଇଗଲା ଅଭିନେତାଙ୍କ ନୂଆ ଭିଣ୍ଟେଜ୍‌ କାର୍‌ appeared first on Dharitri Odia News.

ଘରକୁ ଆଣିବାର ୨୪ ଘଣ୍ଟା ବି ହୋଇନି, ଚୋରି ହୋଇଗଲା ଅଭିନେତାଙ୍କ ନୂଆ ଭିଣ୍ଟେଜ୍‌ କାର୍‌

ବମ୍ବେ: ଘରକୁ ଆଣିବାର ଚବିଶ ଘଣ୍ଟା ବି ହୋଇନାହିଁ, ଚୋରି ହୋଇଯାଇଛି ଅଭିନେତାଙ୍କ କାର୍‌। ଆମେ କହୁଛୁ ଟେଲି ପରଦାର ଲୋକପ୍ରିୟ ଅଭିନେତା କରନ୍‌ କୁନ୍ଦ୍ରାଙ୍କ ବିଷୟରେ। ନିକଟରେ ସେ ଏକ ଭିଣ୍ଟେଜ୍‌ କାର୍‌ କିଣିଥିଲେ। ଏହାର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ହେଲେ ଏବେ ତାହା ଚୋରି ହୋଇଯାଇଛି। ଏହାକୁ ନେଇ ଅଭିନେତା ଦୁଃଖି ହୋଇ ପଡ଼ିଛନ୍ତି।

ନିଜର ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭିଡିଓ ଶେୟାର କରିଛନ୍ତି କରନ୍‌। ସେଥିରେ ସେ ତାଙ୍କ ବନ୍ଧୁମାନଙ୍କୁ ଅନୁରୋଧ କରୁଥିବା ଦେଖାଯାଇଛି। ଗାଡ଼ିଟି ମିଳୁନାହିଁ। ଯଦି କେହି ମଜା କରିବା ଉଦ୍ଦେଶ୍ୟରେ ଏଭଳି କରିଥାନ୍ତି ତେବେ ଏହା ଭଲ ନୁହେଁ। ଗାଡ଼ିକୁ ଦୟାକରି ତାଙ୍କୁ ଦିଅନ୍ତୁ ବୋଲି ସେ କହିଛନ୍ତି।

ଏବେ କରନ୍‌ଙ୍କ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେଥିରୁ କିଛି ପ୍ରଶଂସକ ତାଙ୍କୁ ଟ୍ରୋଲ କରୁଥିବା ଦେଖାଯାଇଛି। ପୋଲିସ ଷ୍ଟେଶନ ନ ଯାଇ ଏଠାରେ କ’ଣ କରୁଛ ବୋଲି ତାଙ୍କୁ ପଚାରୁଛନ୍ତି।

The post ଘରକୁ ଆଣିବାର ୨୪ ଘଣ୍ଟା ବି ହୋଇନି, ଚୋରି ହୋଇଗଲା ଅଭିନେତାଙ୍କ ନୂଆ ଭିଣ୍ଟେଜ୍‌ କାର୍‌ appeared first on Dharitri Odia News.