ବଜାରରେ ହୋଣ୍ଡାର ଅଲ୍ ନ୍ୟୁ ଏନ୍ଏକ୍ସ୫୦୦
ନୂଆଦିଲ୍ଲୀ,୨୨।୧: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ) ପ୍ରାଇଭେଟ୍ ଲିମିଟେଡ୍ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍ ନ୍ୟୁ ଏନଏକ୍ସ୫୦୦’(ଆଡଭେଞ୍ଜର ଟୁରର ମଡେଲ)ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏ ସମ୍ପର୍କରେ ଏଚ୍ଏମ୍ଏସ୍ଆଇର ପରିଚାଳନା ନିର୍ଦ୍ଦେଶକ, ସଭାପତି ତଥା ସିଇଓ ସୁସୁମୁ ଓଟାନି କହିଛନ୍ତି, କମ୍ପାନୀର ବହୁ ପ୍ରତୀକ୍ଷିତ ଏନ୍ଏକ୍ସ୫୦୦କୁ ଆମେ ଗର୍ବର ସହ ଭାରତରେ ଉନ୍ମୋଚନକରି ବେଶ୍ ଉତ୍ସାହିତ ଅଛୁ। ଏପରିକି ଏହି ଆଧୁନିକ ଷ୍ଟ୍ରିଟ୍ ଆଡଭେଞ୍ଚର ମୋଟରସାଇକେଲର ଅଭିନବତା ପ୍ରତି […] The post ବଜାରରେ ହୋଣ୍ଡାର ଅଲ୍ ନ୍ୟୁ ଏନ୍ଏକ୍ସ୫୦୦ appeared first on Dharitri Odia News.
ନୂଆଦିଲ୍ଲୀ,୨୨।୧: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ) ପ୍ରାଇଭେଟ୍ ଲିମିଟେଡ୍ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍ ନ୍ୟୁ ଏନଏକ୍ସ୫୦୦’(ଆଡଭେଞ୍ଜର ଟୁରର ମଡେଲ)ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏ ସମ୍ପର୍କରେ ଏଚ୍ଏମ୍ଏସ୍ଆଇର ପରିଚାଳନା ନିର୍ଦ୍ଦେଶକ, ସଭାପତି ତଥା ସିଇଓ ସୁସୁମୁ ଓଟାନି କହିଛନ୍ତି, କମ୍ପାନୀର ବହୁ ପ୍ରତୀକ୍ଷିତ ଏନ୍ଏକ୍ସ୫୦୦କୁ ଆମେ ଗର୍ବର ସହ ଭାରତରେ ଉନ୍ମୋଚନକରି ବେଶ୍ ଉତ୍ସାହିତ ଅଛୁ। ଏପରିକି ଏହି ଆଧୁନିକ ଷ୍ଟ୍ରିଟ୍ ଆଡଭେଞ୍ଚର ମୋଟରସାଇକେଲର ଅଭିନବତା ପ୍ରତି ଆମର ଅତୁଟ ପ୍ରତିବଦ୍ଧତାର ପ୍ରମାଣ ଏବଂ ପୁରୁଣା ଗାଡ଼ି ଚାଳନା ରୋମାଞ୍ଚ ପ୍ରଦାନ କରୁଛି। ଏହାର କ୍ରସ୍ଓଭର ଡିଜାଇନ, ପ୍ରିମିୟମ ପ୍ରଯୁକ୍ତି ଏବଂ ଜୀବନ୍ତ ଟ୍ବିନ-ସିଲିଣ୍ଡର ଇଞ୍ଜିନ ସହିତ ଏନଏକ୍ସ ୫୦୦ ଗ୍ରାହକଙ୍କ ବାଇକ୍ ଚାଳନା ଅନୁଭୂତିକୁ ବଦଳାଇବ ଏବଂ ଦୁଇଚକିଆରେ ଦୁଃସାହସିକ ମନୋଭାବ ପାଳନ କରିବାକୁ ଯାଉଛି।
ସେହିଭଳି ଏଚ୍ଏମ୍ଏସ୍ଆଇର ନିର୍ଦ୍ଦେଶକ (ସେଲ୍ସ ଆଣ୍ଡ ମାର୍କେଟିଂ) ଯୋଗେଶ ମାଥୁର କହିଛନ୍ତି, ଆମେ ନିଶ୍ଚିତ ଯେ ଏନ୍ଏକ୍ସ ୫୦୦ ଭାରତରେ ଏଡିଭି ଗ୍ରାହକମାନଙ୍କୁ ଉତ୍ସାହିତ କରିବ। ଏନ୍ଏକ୍ସ୫୦୦ ପାଇଁ ବୁକିଂ ବର୍ତ୍ତମାନ ଆମର ପ୍ରିମିୟମ ବିଗ୍ୱିଙ୍ଗ ଡିଲରଶିପ୍ଗୁଡିକରେ ଖୋଲା ରହିଛି ଏବଂ ଆସନ୍ତା ମାସରୁ ଏହାର ଡେଲିଭରି ଆରମ୍ଭ ହେବ। ଉଲ୍ଲେଖଯୋଗ୍ୟ, ହୋଣ୍ଡା ଏନ୍ଏକ୍ସ୫୦୦କୁ ଡେଲି କ୍ରସ୍ଓଭର ଡିଜାଇନ ପ୍ରଦାନ କରାଯାଇଥିବା ବେଳେ ଉକ୍ତ ମଡେଲ ତିନିଟି ଆକର୍ଷଣୀୟ କଲର (ରଙ୍ଗ) ସ୍କିମ୍ ଗ୍ରାଣ୍ଡ୍ ପ୍ରିକ୍ସ ରେଡ୍, ମ୍ୟାଟ୍ ଗନପାଉଡର ବ୍ଲାକ୍ ମେଟାଲିକ୍ ଓ ପର୍ଲ ହରାଇଜନ୍ ହ୍ବାଇଟ୍ କଲରରେ ଉପଲବ୍ଧ।
The post ବଜାରରେ ହୋଣ୍ଡାର ଅଲ୍ ନ୍ୟୁ ଏନ୍ଏକ୍ସ୫୦୦ appeared first on Dharitri Odia News.