ପ୍ରତଯୋଗିତାରେ ଭାଗ ନେଇ ବାଜି ମାରିଲେ ଦିବ୍ୟାଙ୍ଗ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୩।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ରପଡବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଭିନ୍ନକ୍ଷମ ଛାତ୍ରୀଛାତ୍ର ଆଉ ଭିନ୍ନକ୍ଷମ ନୁହଁନ୍ତି, ସେମାନେ ଏବେ ସକ୍ଷମ ହୋଇପାରିଛନ୍ତି। ସେମାନଙ୍କ ମନୋବଳ ବୃଦ୍ଧି କରିବା ସହ ସେମାନଙ୍କୁ ସକ୍ଷମ ଲୋକଙ୍କ ଭଳି ବ୍ୟବହାର କରିବା ଏବଂ ସେମାନଙ୍କୁ ଉତ୍ସାହିତ କରିବାକୁ ଲୋକଙ୍କୁ ବିରାଟ ଶୋଭାଯାତ୍ରା ମାଧ୍ୟମରେ ସଚେତନ କରାଯାଇଛି। ରାପଡାବାଡି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଶୋଭାଯାତ୍ରା ବାହାରି […] The post ପ୍ରତଯୋଗିତାରେ ଭାଗ ନେଇ ବାଜି ମାରିଲେ ଦିବ୍ୟାଙ୍ଗ ଛାତ୍ରୀଛାତ୍ର appeared first on Dharitri Odia News.

ପ୍ରତଯୋଗିତାରେ ଭାଗ ନେଇ ବାଜି ମାରିଲେ ଦିବ୍ୟାଙ୍ଗ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୩।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ରପଡବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଭିନ୍ନକ୍ଷମ ଛାତ୍ରୀଛାତ୍ର ଆଉ ଭିନ୍ନକ୍ଷମ ନୁହଁନ୍ତି, ସେମାନେ ଏବେ ସକ୍ଷମ ହୋଇପାରିଛନ୍ତି। ସେମାନଙ୍କ ମନୋବଳ ବୃଦ୍ଧି କରିବା ସହ ସେମାନଙ୍କୁ ସକ୍ଷମ ଲୋକଙ୍କ ଭଳି ବ୍ୟବହାର କରିବା ଏବଂ ସେମାନଙ୍କୁ ଉତ୍ସାହିତ କରିବାକୁ ଲୋକଙ୍କୁ ବିରାଟ ଶୋଭାଯାତ୍ରା ମାଧ୍ୟମରେ ସଚେତନ କରାଯାଇଛି। ରାପଡାବାଡି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଶୋଭାଯାତ୍ରା ବାହାରି ଦାରିଙ୍ଗବାଡି ସହର ପରିକ୍ରମା କରାଯାଇଥିଲା । ଏଥିରେ ଦିବ୍ୟାଙ୍ଗ ଛାତ୍ରୀଛାତ୍ର ମାନେ ଜଣେ ସକ୍ଷମ ଛାତ୍ରୀଛାତ୍ର ମାନଙ୍କ ଭଳି ଖେଳକୁଦ, ଭଲ ପାଠ ପଢିବା ସମାଜରେ ପ୍ରତିଷ୍ଠିତ ହେବା ସହ ସେମାନଙ୍କ ଜୀବନଜୀବିକା ସ୍ବାବଲମ୍ବୀ ହୋଇପାରିଥିବା ସଚେତନ କରାଯାଇଛ। ଶୋଭାଯାତ୍ରା ପୁଣି ବିଦ୍ୟାଳୟକୁ ଫେରି ଦିବ୍ୟାଙ୍ଗ ଛାତ୍ରୀଛାତ୍ରମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। କୃତି ଦିବ୍ୟାଙ୍ଗ ଛାତ୍ରୀଛାତ୍ର ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ କୁମାର ସାହୁ, ରଶ୍ମିତା ସେନାପତି, ରଞ୍ଜୁ ବଳିୟାରସିଂ, ନବୀନ ସାହୁ ସିଆରସିସି ରାକେଶ ସାହୁ ପ୍ରମୁଖ ପରିଚାଳନା କରିଥିଲେ।

 

 

The post ପ୍ରତଯୋଗିତାରେ ଭାଗ ନେଇ ବାଜି ମାରିଲେ ଦିବ୍ୟାଙ୍ଗ ଛାତ୍ରୀଛାତ୍ର appeared first on Dharitri Odia News.