ନିର୍ବାଚନ ଡେବ୍ୟୁରେ ଭାଇ ରାହୁଲଙ୍କୁ ପଛରେ ପକାଇଦେଲେ ପ୍ରିୟଙ୍କା, ୪ ଲକ୍ଷରୁ ଅଧିକ ଭୋଟ୍ରେ ବାଜିମାତ
ଓ୍ବାୟନାଡ଼,୨୩।୧୧: କେରଳର ଓ୍ବାୟନାଡ଼ ଲୋକ ସଭା ଆସନରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିପୁଳ ଭୋଟ୍ରେ ବିଜୟ ଲାଭ କରିଛନ୍ତି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ୨୦୨୪ ସାଧାରଣ ନିର୍ବାଚନରେ ଓ୍ବାୟନାଡ଼ ଏବଂ ରାଏବରେଲି ଆସନରେ ଜିତି ଥିଲେ। ହେଲେ ପରେ ସେ ରାଏବରେଲି ଆସନକୁ ରଖି ଓ୍ବାୟନାଡ଼ରୁ ଇସ୍ତଫା ଦେଇଥିଲେ। ଏହାପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି। ପ୍ରଥମ ଥର ପାଇଁ ପ୍ରିୟଙ୍କା ନିଜର ଭାଗ୍ୟ ପରୀକ୍ଷାରେ ବାଜିମାତ୍ କରିଛନ୍ତି। ଓ୍ବାୟନାଡ଼ରୁ କଂଗ୍ରେସ […] The post ନିର୍ବାଚନ ଡେବ୍ୟୁରେ ଭାଇ ରାହୁଲଙ୍କୁ ପଛରେ ପକାଇଦେଲେ ପ୍ରିୟଙ୍କା, ୪ ଲକ୍ଷରୁ ଅଧିକ ଭୋଟ୍ରେ ବାଜିମାତ appeared first on Dharitri Odia News.
ଓ୍ବାୟନାଡ଼,୨୩।୧୧: କେରଳର ଓ୍ବାୟନାଡ଼ ଲୋକ ସଭା ଆସନରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିପୁଳ ଭୋଟ୍ରେ ବିଜୟ ଲାଭ କରିଛନ୍ତି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ୨୦୨୪ ସାଧାରଣ ନିର୍ବାଚନରେ ଓ୍ବାୟନାଡ଼ ଏବଂ ରାଏବରେଲି ଆସନରେ ଜିତି ଥିଲେ। ହେଲେ ପରେ ସେ ରାଏବରେଲି ଆସନକୁ ରଖି ଓ୍ବାୟନାଡ଼ରୁ ଇସ୍ତଫା ଦେଇଥିଲେ। ଏହାପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି। ପ୍ରଥମ ଥର ପାଇଁ ପ୍ରିୟଙ୍କା ନିଜର ଭାଗ୍ୟ ପରୀକ୍ଷାରେ ବାଜିମାତ୍ କରିଛନ୍ତି।
ଓ୍ବାୟନାଡ଼ରୁ କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ୪ ଲକ୍ଷରୁ ଅଧିକ ଭୋଟ୍ରେ ନିର୍ବାଚନରେ ବିଜେତା ହୋଇଛନ୍ତି। ତାଙ୍କୁ ୬୨୨୩୩୮ ଭୋଟ ମିଳିଛି। ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ସିପିଆଇ ପ୍ରାର୍ଥୀ ସତ୍ୟନ ମୋକରୀ ୨୧୧୪୦୭ ଭୋଟ ମିଳିଛି। ପ୍ରିୟଙ୍କା ଏହି ଆସନରେ ରେକର୍ଡ ସଂଖ୍ୟକ ୪୧୦୯୩୧ ଭୋଟରେ ବିଜୟ ହାସଲ କରିଛନ୍ତି। ଏପରିକି ସେ ନିଜ ଭାଇ ରାହୁଲଙ୍କୁ ପଛରେ ପକାଇଛନ୍ତି। ଭାଜପା ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଛନ୍ତି।
୨୦୨୪ ଓ୍ବାୟନାଡ଼ ନିର୍ବାଚନରେ ରାହୁଲ ୩.୬୪ ଲକ୍ଷ ଭୋଟ ବ୍ୟବଧାନରେ ଜିତି ଥିଲେ। ହେଲେ ପ୍ରିୟଙ୍କା ଏହି ରେକର୍ଡ ଭାଙ୍ଗିଛନ୍ତି। ଏଭଳି ଭାବେ ସେ ସଂସଦ ପହଞ୍ଚିଥିବା ୯ମ ସଦସ୍ୟ ପାଲଟିଛନ୍ତି।
The post ନିର୍ବାଚନ ଡେବ୍ୟୁରେ ଭାଇ ରାହୁଲଙ୍କୁ ପଛରେ ପକାଇଦେଲେ ପ୍ରିୟଙ୍କା, ୪ ଲକ୍ଷରୁ ଅଧିକ ଭୋଟ୍ରେ ବାଜିମାତ appeared first on Dharitri Odia News.