ପର୍ଯ୍ୟଟନସ୍ଥଳ ପ୍ଲାଷ୍ଟିକ୍ମୁକ୍ତ ହେବା ଜରୁରୀ
ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଇକୋ ପ୍ରୋଟେକ୍ଟ ଫାଉଣ୍ଡେଶନ ପକ୍ଷରୁ ସୋମବାର ଭଟଲି ବ୍ଲକରେ ରହିଥିବା ଆପଖୋଲ ଜଳପ୍ରପାତରେ ପ୍ଲାଷ୍ଟିକମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଜଳପ୍ରପାତ ଜିଲାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇଥିବାବେଳେ ଏଠାରେ ବହୁସଂଖ୍ୟକ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ତେବେ ପର୍ଯ୍ୟଟକଙ୍କ ଭିଡ଼ ଯୋଗୁ ଜଳପ୍ରପାତ ପରିସରରେ ଅନେକ ପ୍ଲାଷ୍ଟିକ ବୋତଲ ଆଦି ଆବର୍ଜନା ପଡ଼ି ରହିଥାଏ। ଏହି ଦୃଷ୍ଟିରୁ ଉକ୍ତ ଳଜପ୍ରପାତରେ ପ୍ଲାଷ୍ଟିକମୁକ୍ତ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ବୋଲି ଆୟୋଜକବୃନ୍ଦ କହିଛନ୍ତି। ସଂଘର ସଭାପତି […] The post ପର୍ଯ୍ୟଟନସ୍ଥଳ ପ୍ଲାଷ୍ଟିକ୍ମୁକ୍ତ ହେବା ଜରୁରୀ appeared first on Dharitri Odia News.
ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଇକୋ ପ୍ରୋଟେକ୍ଟ ଫାଉଣ୍ଡେଶନ ପକ୍ଷରୁ ସୋମବାର ଭଟଲି ବ୍ଲକରେ ରହିଥିବା ଆପଖୋଲ ଜଳପ୍ରପାତରେ ପ୍ଲାଷ୍ଟିକମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଜଳପ୍ରପାତ ଜିଲାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇଥିବାବେଳେ ଏଠାରେ ବହୁସଂଖ୍ୟକ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ତେବେ ପର୍ଯ୍ୟଟକଙ୍କ ଭିଡ଼ ଯୋଗୁ ଜଳପ୍ରପାତ ପରିସରରେ ଅନେକ ପ୍ଲାଷ୍ଟିକ ବୋତଲ ଆଦି ଆବର୍ଜନା ପଡ଼ି ରହିଥାଏ। ଏହି ଦୃଷ୍ଟିରୁ ଉକ୍ତ ଳଜପ୍ରପାତରେ ପ୍ଲାଷ୍ଟିକମୁକ୍ତ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ବୋଲି ଆୟୋଜକବୃନ୍ଦ କହିଛନ୍ତି। ସଂଘର ସଭାପତି ସୂର୍ଯ୍ୟଭାନ ସିଂଙ୍କ ତତ୍ତ୍ୱାବଧାନରେ ସମସ୍ତ ସଦସ୍ୟ ଉପସ୍ଥିତ ରହି ପର୍ଯ୍ୟଟକଙ୍କୁ ପ୍ଲାଷ୍ଟିକ ଆବର୍ଜନା ଉପରେ ସଚେତନ କରିଥିଲେ। ଏହା ସହିତ ସେଠାରେ ପଡ଼ି ରହିଥିବା ପ୍ଲାଷ୍ଟିକ ଆବର୍ଜନାକୁ ସେମାନେ ସଂଗ୍ରହ କରିଥିଲେ।
The post ପର୍ଯ୍ୟଟନସ୍ଥଳ ପ୍ଲାଷ୍ଟିକ୍ମୁକ୍ତ ହେବା ଜରୁରୀ appeared first on Dharitri Odia News.