ବାଙ୍କୁଆଳ ପ୍ରିମିୟର ଲିଗ୍: କେଶୁରା ଚାମ୍ପିୟନ
ପୁରୁଣା ଭୁବନେଶ୍ୱର,୨୯।୧ (ସୁବାସ ଚନ୍ଦ୍ର ପ୍ରଧାନ): ଜଗବନ୍ଧୁ ମେମୋରିଆଲ ବାଙ୍କୁଆଳ ପ୍ରିମିୟର ଲିଗ୍ ଉଦ୍ଯାପିତ ହୋଇଯାଇଛି। ଏହାର ଫାଇନାଲରେ ଯାଆଁଳା କ୍ରିକେଟ୍ କ୍ଲବକୁ ହରାଇ କେଶୁରା ଚାମ୍ପିୟନ ହୋଇଛି। ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଯାଆଁଳା ୧୭.୩ ଓଭରରେ ୧୩୩ ରନକରି ଅଲ୍ଆଉଟ ହୋଇଥିଲା। ଜବାବରେ କେଶୁରା ଦଳ ୯ ଉଇକେଟ ହରାଇ ଶେଷ ଓଭରରେ ମ୍ୟାଚ ଜିତିଥିଲା। କେଶୁରା ଦଳ ପକ୍ଷରୁ ଲୋକନାଥ ପାତ୍ର ୫ ଉଇକେଟ ସଫଳତା ପାଇବା ସହ ୩୫ରନ କରି […] The post ବାଙ୍କୁଆଳ ପ୍ରିମିୟର ଲିଗ୍: କେଶୁରା ଚାମ୍ପିୟନ appeared first on Dharitri Odia News.
ପୁରୁଣା ଭୁବନେଶ୍ୱର,୨୯।୧ (ସୁବାସ ଚନ୍ଦ୍ର ପ୍ରଧାନ): ଜଗବନ୍ଧୁ ମେମୋରିଆଲ ବାଙ୍କୁଆଳ ପ୍ରିମିୟର ଲିଗ୍ ଉଦ୍ଯାପିତ ହୋଇଯାଇଛି। ଏହାର ଫାଇନାଲରେ ଯାଆଁଳା କ୍ରିକେଟ୍ କ୍ଲବକୁ ହରାଇ କେଶୁରା ଚାମ୍ପିୟନ ହୋଇଛି। ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଯାଆଁଳା ୧୭.୩ ଓଭରରେ ୧୩୩ ରନକରି ଅଲ୍ଆଉଟ ହୋଇଥିଲା। ଜବାବରେ କେଶୁରା ଦଳ ୯ ଉଇକେଟ ହରାଇ ଶେଷ ଓଭରରେ ମ୍ୟାଚ ଜିତିଥିଲା। କେଶୁରା ଦଳ ପକ୍ଷରୁ ଲୋକନାଥ ପାତ୍ର ୫ ଉଇକେଟ ସଫଳତା ପାଇବା ସହ ୩୫ରନ କରି ଅଲ୍ରାଉଣ୍ଡ ସଫଳତା ଅର୍ଜନ କରିଥିଲେ। ଫଳରେ ତାଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା। ଯାଆଁଳା ଦଳର ଅଭିମନ୍ୟୁ ସ୍ବାଇଁ ପ୍ଲେୟର ଅଫ୍ ଦି ସିରିଜ ପୁରସ୍କାର ପାଇଥିଲେ। ଚାମ୍ପିୟନ ଦଳକୁ ଟ୍ରଫି ସହ ୫୦,୦୦୦ ଓ ରନରଅପ୍ ଦଳକୁ ୩୫,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। ବିଧାୟକ ବାବୁ ସିଂ ମୁଖ୍ୟ ଅତିଥି ଏବଂ ଧଉଳି ମଣ୍ଡଳ ଭାଜପା ସଭାପତି ସୂର୍ଯ୍ୟ ରଞ୍ଜନ ସାହୁ, ସାମାଜିକ କର୍ମୀ ବିଜୟ ପ୍ରଧାନ, ଗ୍ରାମ୍ୟ କମିଟି ସଭାପତି କବିରାଜ ସ୍ବାଇଁ, ସାମାଜିକ କର୍ମୀ କ୍ଷୀରୋଦ କୁମାର ସ୍ବାଇଁଁ, ପ୍ରଫୁଲ୍ଲ କୁମାର ସ୍ବାଇଁ, ଭାଗବତ ମୁଖୀ, ଲକ୍ଷ୍ମୀଧର ପ୍ରଧାନ, ତ୍ରୈଲୋକ୍ୟ ସ୍ବାଇଁ, ହାଡିବନ୍ଧୁ ସ୍ବାଇଁ, ଅଭିମନ୍ୟୁ ସାମନ୍ତରାୟ, ରିଲା ଭଞ୍ଜ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।
The post ବାଙ୍କୁଆଳ ପ୍ରିମିୟର ଲିଗ୍: କେଶୁରା ଚାମ୍ପିୟନ appeared first on Dharitri Odia News.