ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଏହି ଆସନରେ ଦେଲା ପ୍ରାର୍ଥୀ
ନୂଆଦିଲ୍ଲୀ,୨୨।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସୋମବାର ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ଦ୍ୱାରା ପ୍ରକାଶିତ ଏହି ତାଲିକାରେ ସମୁଦାୟ ୭ଜଣ ପ୍ରାର୍ଥୀଙ୍କ ନାମ ରହିଛି, ଯେଉଁଥିରୁ ପାଞ୍ଚ ଜଣ ବିହାରର, ଦୁଇଜଣ ପଞ୍ଜାବର ଅଛନ୍ତି। ଏହି ତାଲିକାରେ ଥିବା ୭ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଦୁଇଜଣ ମହିଳାଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି। ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଳଙ୍କ ଦ୍ୱାରା ଜାରି ଏକ […] The post ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଏହି ଆସନରେ ଦେଲା ପ୍ରାର୍ଥୀ appeared first on Dharitri Odia News.
ନୂଆଦିଲ୍ଲୀ,୨୨।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସୋମବାର ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ଦ୍ୱାରା ପ୍ରକାଶିତ ଏହି ତାଲିକାରେ ସମୁଦାୟ ୭ଜଣ ପ୍ରାର୍ଥୀଙ୍କ ନାମ ରହିଛି, ଯେଉଁଥିରୁ ପାଞ୍ଚ ଜଣ ବିହାରର, ଦୁଇଜଣ ପଞ୍ଜାବର ଅଛନ୍ତି। ଏହି ତାଲିକାରେ ଥିବା ୭ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଦୁଇଜଣ ମହିଳାଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି।
ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଳଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଏହି ସାତୋଟି ନାମକୁ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ନିଷ୍ପତ୍ତି ନେଇଛନ୍ତି। ଏହି ତାଲିକାରେ ରାଜ୍ୟ ସଭାପତି ଅଖିଳେଶ ପ୍ରସାଦ ସିଂଙ୍କ ପୁଅ ଆକାଶ ସିଂଙ୍କୁ ବିହାରର ମହାରାଜଗଞ୍ଜ ଆସନରୁ ଟିକେଟ ଦିଆଯାଇଛି।
-ବିହାର ପଶ୍ଚିମ ଚମ୍ପାରଣରୁ ମଦନ ମୋହନ ତିୱାରୀ
-ବିହାର ମୁଜାଫରପୁରରୁ ଅଜୟ ନିଶାଦ
– ବିହାର ମହାରାଜଗଞ୍ଜ ଆକାଶ ପ୍ରସାଦ ସିଂ
– ବିହାର ସାମସ୍ତିପୁର (ଏସସି) ସନ୍ନି ହଜାରୀ
-ବିହାର ସାସାରାମ (ଏସସି) ମନୋଜ କୁମାର
-ପଞ୍ଜାବ ହୋଶିଆରପୁର (ଏସସି) ୟାମିନୀ ଗୋମାର
-ପଞ୍ଜାବ ଫରିଦକୋଟ (ଏସସି) ଅମରଜିତ କୌର ସହୋକେ
The post ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଏହି ଆସନରେ ଦେଲା ପ୍ରାର୍ଥୀ appeared first on Dharitri Odia News.