କଳାହାଣ୍ଡି: ବୁଥ୍‌କୁ ଗଲେ ପୋଲିଂ ପାର୍ଟି

ଭବାନୀପାଟଣା,୧୨ା୫(ଉତ୍ତମ କୁମାର ଦାଶ): ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବ। ଏଥିରେ କଳାହାଣ୍ଡି ଲୋକ ସଭା କ୍ଷେତ୍ର ରହିଛି। ଶନିବାର କଳାହାଣ୍ଡି ଜିଲାର ନର୍ଲା ଓ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ୫୬୫ ବୁଥ୍‌କୁ ପୋଲିଂ ପାର୍ଟି ଯାଇଛନ୍ତି। ଏହା ପୂର୍ବରୁ ସେମାନେ କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଉପସ୍ଥିତ ରହି ନିଜର ଇଭିଏମ୍‌, ଭିଭିପିଏଟି ସହ ବ୍ୟାଟେରି, ଚାର୍ଜିଂ ଲାଇଟ୍‌, ଫାଷ୍ଟଏଡ୍‌ ଆଦି ସାମଗ୍ରୀ ଯାଞ୍ଚ କରିଥିଲେ। ପୋଲିଂ ପାର୍ଟିରେ ଉପରୋକ୍ତ ୨ଟି ନିର୍ବାଚନ […] The post କଳାହାଣ୍ଡି: ବୁଥ୍‌କୁ ଗଲେ ପୋଲିଂ ପାର୍ଟି appeared first on Dharitri Odia News.

କଳାହାଣ୍ଡି: ବୁଥ୍‌କୁ ଗଲେ ପୋଲିଂ ପାର୍ଟି

ଭବାନୀପାଟଣା,୧୨ା୫(ଉତ୍ତମ କୁମାର ଦାଶ): ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବ। ଏଥିରେ କଳାହାଣ୍ଡି ଲୋକ ସଭା କ୍ଷେତ୍ର ରହିଛି। ଶନିବାର କଳାହାଣ୍ଡି ଜିଲାର ନର୍ଲା ଓ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ୫୬୫ ବୁଥ୍‌କୁ ପୋଲିଂ ପାର୍ଟି ଯାଇଛନ୍ତି। ଏହା ପୂର୍ବରୁ ସେମାନେ କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଉପସ୍ଥିତ ରହି ନିଜର ଇଭିଏମ୍‌, ଭିଭିପିଏଟି ସହ ବ୍ୟାଟେରି, ଚାର୍ଜିଂ ଲାଇଟ୍‌, ଫାଷ୍ଟଏଡ୍‌ ଆଦି ସାମଗ୍ରୀ ଯାଞ୍ଚ କରିଥିଲେ। ପୋଲିଂ ପାର୍ଟିରେ ଉପରୋକ୍ତ ୨ଟି ନିର୍ବାଚନ ମଣ୍ଡଳୀ ପାଇଁ ମାଇକ୍ରୋ ଅବଜର୍ଭର୧୧୩, ସେକ୍ଟର ଅଫିସର ୯୫, ଭିଡିଓଗ୍ରାଫର ୬୦, ପ୍ରିଜାଇଡିଂ ଅଫିସର ୫୩୯, ପୋଲିଙ୍ଗଂ ଅଫିସର ୩୨୩୪ ସମେତ ପୋଲିସ କର୍ମଚାରୀ ରହିଛନ୍ତି। ସମସ୍ତେ ବସ୍‌ ଓ ବୋଲେରୋ ଯୋଗେ ନିଜ ନିଜ ବୁଥ୍‌କୁ ଯାଇଛନ୍ତି। ରବିବାର ଭବାନୀପାଟଣା, ଜୁନାଗଡ ଓ ଧର୍ମଗଡ ନିର୍ବାଚନ ମଣ୍ଡଳୀର ବୁଥ୍‌ଗୁଡିକୁ ପୋଲିଂ ପାର୍ଟି ଯିବେ ବୋଲି ଜଣାପଡିଛି।

The post କଳାହାଣ୍ଡି: ବୁଥ୍‌କୁ ଗଲେ ପୋଲିଂ ପାର୍ଟି appeared first on Dharitri Odia News.