ବଦଳିଲେ ଭରତପୁର ଥାନା ଅଧିକାରୀ
ଭୁବନେଶ୍ୱର,୧୮ା୯(ସତ୍ୟଜିତ୍ ରାଉତ):ଭୁବନେଶ୍ୱର ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ଜଣେ ଆର୍ମି ଅଫିସର ଏବଂ ତାଙ୍କ ବାନ୍ଧବୀଙ୍କୁ ପୋଲିସର ଅକଥନୀୟ ନିର୍ଯାତନା ଘଟଣା ଏବେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ପୋଲିସର କାର୍ଯ୍ୟକୁ ନେଇ ବିଭିନ୍ନ ମହଲ୍ରୁ ନିନ୍ଦା କରାଯାଉଛି। ଏହି ଘଟଣାରେ ବର୍ତ୍ତମାନ କ୍ରାଇମ୍ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ଏଭଳି ସ୍ଥିତିରେ ତଦନ୍ତର ସ୍ବଚ୍ଛତାକୁ ଦୃଷ୍ଟିରେ ରଖି ମଙ୍ଗଳବାର ରାତିରେ ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କୁ ଭୁବନେଶ୍ୱର ଡିସିପି ଅଫିସକୁ ବଦଳି କରାଯାଇଛି। ତାଙ୍କ […] The post ବଦଳିଲେ ଭରତପୁର ଥାନା ଅଧିକାରୀ appeared first on Dharitri Odia News.
ଭୁବନେଶ୍ୱର,୧୮ା୯(ସତ୍ୟଜିତ୍ ରାଉତ):ଭୁବନେଶ୍ୱର ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ଜଣେ ଆର୍ମି ଅଫିସର ଏବଂ ତାଙ୍କ ବାନ୍ଧବୀଙ୍କୁ ପୋଲିସର ଅକଥନୀୟ ନିର୍ଯାତନା ଘଟଣା ଏବେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ପୋଲିସର କାର୍ଯ୍ୟକୁ ନେଇ ବିଭିନ୍ନ ମହଲ୍ରୁ ନିନ୍ଦା କରାଯାଉଛି। ଏହି ଘଟଣାରେ ବର୍ତ୍ତମାନ କ୍ରାଇମ୍ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ଏଭଳି ସ୍ଥିତିରେ ତଦନ୍ତର ସ୍ବଚ୍ଛତାକୁ ଦୃଷ୍ଟିରେ ରଖି ମଙ୍ଗଳବାର ରାତିରେ ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କୁ ଭୁବନେଶ୍ୱର ଡିସିପି ଅଫିସକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ କମିଶନରେଟ୍ ପୋଲିସ ମୁଖ୍ୟାଳୟରେ ଥିବା ଇନ୍ସ୍ପେକ୍ଟର ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଭରତପୁର ଥାନା ଆଇଆଇସି ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଭରତପୁର ଥାନାରେ ଥିବା ଏଏସ୍ଆଇ ସଲିଳମୟୀ ସାହୁ ଓ କନଷ୍ଟେବଳ ବଳରାମ ହାଂସଦାଙ୍କୁ ମଧ୍ୟ ବଦଳି କରାଯାଇଛି। ସଲିଳମୟୀଙ୍କୁ ଭୁବନେଶ୍ୱର ଡିସିପି ଅଫିସ ଓ ବଳରାମଙ୍କୁ ଭୁବନେଶ୍ୱର ରିଜର୍ଭ ଅଫିସକୁ ବଦଳି କରାଯାଇଥିବା କମିଶନରେଟ୍ ପୋଲିସ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ଜଣାପଡ଼ିଛି।
ଦୀନକୃଷ୍ଣ ୨୦୨୨ ନଭେମ୍ବରରେ ମଧ୍ୟ ବିବାଦୀୟ ହୋଇ ନିଲମ୍ବିତ ହୋଇଥିଲେ। ସେ କଟକ କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀ ଥିବାବେଳେ ବାଲିଯାତ୍ରାରେ ପାର୍କିଂ ଟେଣ୍ଡର ନେଇଥିବା ଜଣେ ବ୍ୟକ୍ତିଙ୍କଠାରୁ ବଟି ମାଗିବା ଏବଂ ନ ଦେଲେ ମିଥ୍ୟା କେସ୍ରେ ଫସାଇବା ଦେବା ମଧ୍ୟ ଧମକ ଦେଇଥିଲେ। ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ଗଣମାଧ୍ୟମରେ ଶିରୋନାମା ପାଲଟିଥିଲା। ପରେ ଦୀନକୃଷ୍ଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ ନଭେମ୍ବର ୨୧ରେ କଟକ ଡିସିପି ଅଫିସକୁ ବଦଳି କରାଯାଇଥିଲା।
The post ବଦଳିଲେ ଭରତପୁର ଥାନା ଅଧିକାରୀ appeared first on Dharitri Odia News.