ବ୍ରିଜ୍ ଉପରୁ ୨୦ ଫୁଟ ତଳକୁ ଖସିଲା କାର୍: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର
ପାଟଣା,୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ରାଜନଗର କେନ୍ଦେଇପଶି ରାସ୍ତାର ଡେଣୁଆଁ ଜହ୍ନେଇ ନାଳ ପୋଲରେ ଶନିବାର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ ଫୁଟ ତଳକୁ ଏକ କାର୍ ଖସି ପଡ଼ିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ କେନ୍ଦୁଝର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମୃତକ ପାଟଣାମୁଖ୍ୟାଳୟ ଟାଇଁସିରା ଗ୍ରାମର ଦେବାନନ୍ଦ ପୃଷ୍ଟି (୬୯) ଏବଂ ଗୁରୁତର ଜଣକ ଟାଙ୍ଗରପଡ଼ାର ସଙ୍କର୍ଷଣ ସାହୁ। ଉଭୟ […] The post ବ୍ରିଜ୍ ଉପରୁ ୨୦ ଫୁଟ ତଳକୁ ଖସିଲା କାର୍: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର appeared first on Dharitri Odia News.
ପାଟଣା,୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ରାଜନଗର କେନ୍ଦେଇପଶି ରାସ୍ତାର ଡେଣୁଆଁ ଜହ୍ନେଇ ନାଳ ପୋଲରେ ଶନିବାର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ ଫୁଟ ତଳକୁ ଏକ କାର୍ ଖସି ପଡ଼ିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ କେନ୍ଦୁଝର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମୃତକ ପାଟଣାମୁଖ୍ୟାଳୟ ଟାଇଁସିରା ଗ୍ରାମର ଦେବାନନ୍ଦ ପୃଷ୍ଟି (୬୯) ଏବଂ ଗୁରୁତର ଜଣକ ଟାଙ୍ଗରପଡ଼ାର ସଙ୍କର୍ଷଣ ସାହୁ। ଉଭୟ କାର ଯୋଗେ ତୁରୁମୁଙ୍ଗାରୁ ପାଟଣାକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଗାଡ଼ି ଭିତରୁ ବାହାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଡାକ୍ତର ଦେବାନନ୍ଦଙ୍କୁ ମୃତ ଘୋଷଣା କରିଥିଲେ।
The post ବ୍ରିଜ୍ ଉପରୁ ୨୦ ଫୁଟ ତଳକୁ ଖସିଲା କାର୍: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର appeared first on Dharitri Odia News.