ବ୍ରହ୍ମପୁର ସମାବେଶରେ ପ୍ରଦୀପଙ୍କ ହୁଙ୍କାର; କହିଲେ, ‘ଏଥର ଲେଖା ଛିଡ଼େଇ ଦେବା’

ଗଞ୍ଜାମର ଲୋକ ଭାଷାରେ ‘ଲେଖା ଛିଡ଼େଇ ଦେବା’ ବୋଲି କହି କର୍ମୀଙ୍କ ଉତ୍ସାହ ବଢ଼ାଇଛନ୍ତି।

ବ୍ରହ୍ମପୁର ସମାବେଶରେ ପ୍ରଦୀପଙ୍କ ହୁଙ୍କାର; କହିଲେ, ‘ଏଥର ଲେଖା ଛିଡ଼େଇ ଦେବା’

ଏଥର ଲେଖା ଛିଡ଼େଇ ଦେବା...କିଛି ଏଭଳି ଭାବେ ଆଜି ବ୍ରହ୍ମପୁର ଅଭିଭାଷଣରେ କହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଗଞ୍ଜାମର ଲୋକ ଭାଷାରେ ‘ଲେଖା ଛିଡ଼େଇ ଦେବା’ ବୋଲି କହି କର୍ମୀଙ୍କ ଉତ୍ସାହ ବଢ଼ାଇଛନ୍ତି। ରାଜନାଥ ସିଂଙ୍କ ବ୍ରହ୍ମପୁର ଗସ୍ତ ପୂର୍ବରୁ ଶକ୍ତି ପ୍ରଦର୍ଶନ କରିଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଗତକାଲି ବିଜେପିରେ ମିଶିବା ପରେ ଆଜି ଦଳ ବଳ ସହ ଆମ୍ବପୁଆ ସଭା ସ୍ଥଳକୁ ଯାଇଥିଲେ। ଆମ୍ବପୁଆ କାଳୀ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରାରେ ସେ ବାହାରିଥିଲେ। ବାଜା ବଜାଇ ବହୁ କର୍ମୀ ପ୍ରଦୀପଙ୍କ ସଭା ସ୍ଥଳକୁ ଯାଇଥିଲେ।

ସେପଟେ ନବରଙ୍ଗପୁର ପରେ ବ୍ରହ୍ମପୁରରେ ଆୟୋଜିତ ବିଜେପି ସଂକଳ୍ପ ସମାବେଶରେ ଯୋଗଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏହି ସାମବେଶରେ ଯୋଗ ଦେଇ ଡବଲ ଇଂଜିନ ସରକାର ଗଠନ ପାଇଁ ଆହ୍ୱାନ ଦେଲେ ପ୍ରତିରକ୍ଷା ମନ୍ତ୍ରୀ। ଡବଲ ଇଂଜିନ ସରକାରକୁ କେହି ରୋକିପାରିବେନି। ସେହିଭଳି ଏଥର ୪ ଶହରୁ ଅଧିକ ସିଟ୍ ହାସଲ ହେବ। ପ୍ରଧାନମନ୍ତ୍ରୀଙ୍କ ଏହି ଲକ୍ଷ୍ୟକୁ ପୂରଣ କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିଛନ୍ତି ରାଜନାଥ।