‘ଅପରେଶନ ଶିଲ୍ଡ’: ୫ ରାଜ୍ୟରେ ହେଲା ପୁଣି ମକ୍ଡ୍ରିଲ୍
ଚଣ୍ଡିଗଡ଼,୩୧ା୫: ସମ୍ଭାବ୍ୟ ଯୁଦ୍ଧ କିମ୍ବା ବିପର୍ଯ୍ୟୟ ମୁକାବିଲା ପାଇଁ ଜମ୍ମୁ-କଶ୍ମୀର, ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ହରିୟାଣାରେ ବ୍ଲାକଆଉଟ ମକ୍ଡ୍ରିଲ୍ କରାଯାଇଛି। ‘ଅପରେଶନ ଶିଲ୍ଡ’ ନାମର ଶନିବାର ନାଗରିକଙ୍କ ପ୍ରତିରକ୍ଷା ପାଇଁ ଏହି ମକ୍ଡ୍ରିଲ୍ ହୋଇଛି। ଲୋକଙ୍କୁ ସତର୍କ କରାଇବା ପାଇଁ ବାଜିଲା ସାଇରନ ଆରମ୍ଭ ହୋଇଥିବା ଏହି ଅଭ୍ୟାସ ପାଇଁ ଜିଲାରେ ଜରୁରୀ ସ୍ଥିତି ସୃଷ୍ଟି କରାଯାଇଥିଲା। ଆହତ ଭଳି ଅଭିନୟ କରୁଥିବା ସ୍ବେଚ୍ଛାସେବୀଙ୍କୁ ଷ୍ଟ୍ରେଚରରେ ଆମ୍ବୁଲାନ୍ସ ପାଖକୁ ନିଆଯାଇଥିଲା। ମକ୍ ଡ୍ରିଲ୍ରେ ଅଗ୍ନି ନିର୍ବାପନ ଅଭ୍ୟାସ […] The post ‘ଅପରେଶନ ଶିଲ୍ଡ’: ୫ ରାଜ୍ୟରେ ହେଲା ପୁଣି ମକ୍ଡ୍ରିଲ୍ appeared first on Dharitri Odia News.
ଚଣ୍ଡିଗଡ଼,୩୧ା୫: ସମ୍ଭାବ୍ୟ ଯୁଦ୍ଧ କିମ୍ବା ବିପର୍ଯ୍ୟୟ ମୁକାବିଲା ପାଇଁ ଜମ୍ମୁ-କଶ୍ମୀର, ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ହରିୟାଣାରେ ବ୍ଲାକଆଉଟ ମକ୍ଡ୍ରିଲ୍ କରାଯାଇଛି। ‘ଅପରେଶନ ଶିଲ୍ଡ’ ନାମର ଶନିବାର ନାଗରିକଙ୍କ ପ୍ରତିରକ୍ଷା ପାଇଁ ଏହି ମକ୍ଡ୍ରିଲ୍ ହୋଇଛି। ଲୋକଙ୍କୁ ସତର୍କ କରାଇବା ପାଇଁ ବାଜିଲା ସାଇରନ
ଆରମ୍ଭ ହୋଇଥିବା ଏହି ଅଭ୍ୟାସ ପାଇଁ ଜିଲାରେ ଜରୁରୀ ସ୍ଥିତି ସୃଷ୍ଟି କରାଯାଇଥିଲା। ଆହତ ଭଳି ଅଭିନୟ କରୁଥିବା ସ୍ବେଚ୍ଛାସେବୀଙ୍କୁ ଷ୍ଟ୍ରେଚରରେ ଆମ୍ବୁଲାନ୍ସ ପାଖକୁ ନିଆଯାଇଥିଲା। ମକ୍ ଡ୍ରିଲ୍ରେ ଅଗ୍ନି ନିର୍ବାପନ ଅଭ୍ୟାସ ପ୍ରଦର୍ଶିତ ହୋଇଥିଲା। ଏଥିରେ ଅଗ୍ନିଶମ ଓ ଜରୁରୀ ସେବା, ପୋଲିସ, ସ୍ବାସ୍ଥ୍ୟ ବିଭାଗ ଓ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସାମିଲ ହୋଇଥିଲେ। ସିଭିଲ୍ ଡିଫେନ୍ସ, ନ୍ୟାଶନାଲ ସର୍ଭିସ ସ୍କିମ୍ (ଏନ୍ଏସ୍ଏସ୍) ଏବଂ ନ୍ୟାଶନାଲ କ୍ୟାଡେଟ୍ କର୍(ଏନ୍ସିସି)ର ପ୍ରଶିକ୍ଷଣପ୍ରାପ୍ତ ସ୍ବେଚ୍ଛାସେବୀମାନେ ଅଂଶ ଗ୍ରହଣ କରିଥିଲେ।
The post ‘ଅପରେଶନ ଶିଲ୍ଡ’: ୫ ରାଜ୍ୟରେ ହେଲା ପୁଣି ମକ୍ଡ୍ରିଲ୍ appeared first on Dharitri Odia News.