ବସ୍କୁ ଅପେକ୍ଷା କରିଥିଲେ, ପିଟି ଦେଲା ତେଲ ଟ୍ୟାଙ୍କର; ଘଟଣାସ୍ଥଳରେ ଲିୟନ…
ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ତପ୍ତପାଣି ମୁଖ୍ୟ ରାସ୍ତାର ପୋଡ଼ାମାରୀ ଗ୍ରାମ ବନବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଏକ ତେଲ ଟ୍ୟାଙ୍କର ଧକ୍କାରେ ଜଣେ ୩ ବର୍ଷର ଶିଶୁ ଗୁରୁତର ହୋଇଛନ୍ତି। ସେ ହେଲେ ଲିୟନ ଗମାଙ୍ଗ। ତାଙ୍କ ଘର ଗଜପତି ଜିଲା ମୋହନା ଥାନା ଛଣବଣିଆ ଗ୍ରାମରେ। ମଙ୍ଗଳବାର ପୂର୍ବାହ୍ନରେ ଶିଶୁଟି ମା’ ବାପାଙ୍କ ସହ ପୋଡାମାରୀ ଗ୍ରାମକୁ ଆସିଥିଲେ। ଅପରାହ୍ନରେ କାମସାରି ସପରିବାର ବସକୁ ଅପେକ୍ଷା କରିଥିଲେ। ଏହି ସମୟରେ ଏକ ତେଲ ବୋଝେଇ ଟ୍ୟାଙ୍କର (ଓଡି […] The post ବସ୍କୁ ଅପେକ୍ଷା କରିଥିଲେ, ପିଟି ଦେଲା ତେଲ ଟ୍ୟାଙ୍କର; ଘଟଣାସ୍ଥଳରେ ଲିୟନ… appeared first on Dharitri Odia News.
ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ତପ୍ତପାଣି ମୁଖ୍ୟ ରାସ୍ତାର ପୋଡ଼ାମାରୀ ଗ୍ରାମ ବନବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଏକ ତେଲ ଟ୍ୟାଙ୍କର ଧକ୍କାରେ ଜଣେ ୩ ବର୍ଷର ଶିଶୁ ଗୁରୁତର ହୋଇଛନ୍ତି। ସେ ହେଲେ ଲିୟନ ଗମାଙ୍ଗ। ତାଙ୍କ ଘର ଗଜପତି ଜିଲା ମୋହନା ଥାନା ଛଣବଣିଆ ଗ୍ରାମରେ। ମଙ୍ଗଳବାର ପୂର୍ବାହ୍ନରେ ଶିଶୁଟି ମା’ ବାପାଙ୍କ ସହ ପୋଡାମାରୀ ଗ୍ରାମକୁ ଆସିଥିଲେ। ଅପରାହ୍ନରେ କାମସାରି ସପରିବାର ବସକୁ ଅପେକ୍ଷା କରିଥିଲେ। ଏହି ସମୟରେ ଏକ ତେଲ ବୋଝେଇ ଟ୍ୟାଙ୍କର (ଓଡି ୦୧ ଏ ଏମ୍ ୯୬୩୧) ଗଜପତି ମୋହନାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଲିୟନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପୋଡାମାରୀ ଫାଣ୍ଡି ପୋଲିସ ଏବଂ ସାନଖେମୁଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗୁରୁତର ଅବସ୍ଥାରେ ଶିଶୁକୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଅପରପକ୍ଷରେ ଫାଣ୍ଡି ଅଧିକାରୀ ପରମେଶ୍ୱର ମଲ୍ଲିକ ଟ୍ୟାଙ୍କରଟିକୁ ଜବତ କରି ପାଟପୁର ଥାନାକୁ ପଠାଇଥିବା ସୂଚନା ମିଳିଛି। ଚାଳକ ଫେରାର ଥିବା ଜଣାପଡିଛି।
The post ବସ୍କୁ ଅପେକ୍ଷା କରିଥିଲେ, ପିଟି ଦେଲା ତେଲ ଟ୍ୟାଙ୍କର; ଘଟଣାସ୍ଥଳରେ ଲିୟନ… appeared first on Dharitri Odia News.