ଦୁନିଆର ସବୁଠୁ ସୁନ୍ଦର ହସ୍ତାକ୍ଷର ଥିବା ଝିଅ, ପ୍ରତିଭା ଦେଖି ଅଭିଭୂତ ହେଉଛନ୍ତି…

କାଠମାଣ୍ଡୁ,୭।୬:  ପିଲାଦିନେ ଭଲ ହସ୍ତାକ୍ଷର ପାଇଁ ଅନେକ ଥର ଗାଳି ଶୁଣିବାକୁ ପଡ଼ିଥାଏ। ହସ୍ତାକ୍ଷର ଖରାପ ହେଲେ ଛାତ୍ରୀଛାତ୍ରଙ୍କ ମାର୍କ କମ୍‌ ଆସିଥାଏ। ଏବେ ଏହି ହସ୍ତାକ୍ଷରକୁ ନେଇ ଜଣେ ଯୁବତୀ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛନ୍ତି। କାରଣ ତାଙ୍କ ହାତଲେଖା ବିଶ୍ୱରେ ସମସ୍ତଙ୍କଠାରୁ ସୁନ୍ଦର। ସବୁଠୁ ସୁନ୍ଦର ହସ୍ତାକ୍ଷର ଥିବା ଏହି ଯୁବତୀଜଣଙ୍କ ହେଉଛନ୍ତି ପ୍ରକୃତି ମଲ୍ଲା। ସେ ନେପାଳର ବାସିନ୍ଦା। ତାଙ୍କର ଅସାଧାରଣ ହସ୍ତାକ୍ଷର ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି। ଏଭଳି […] The post ଦୁନିଆର ସବୁଠୁ ସୁନ୍ଦର ହସ୍ତାକ୍ଷର ଥିବା ଝିଅ, ପ୍ରତିଭା ଦେଖି ଅଭିଭୂତ ହେଉଛନ୍ତି… appeared first on Dharitri Odia News.

ଦୁନିଆର ସବୁଠୁ ସୁନ୍ଦର ହସ୍ତାକ୍ଷର ଥିବା ଝିଅ, ପ୍ରତିଭା ଦେଖି ଅଭିଭୂତ ହେଉଛନ୍ତି…

କାଠମାଣ୍ଡୁ,୭।୬:  ପିଲାଦିନେ ଭଲ ହସ୍ତାକ୍ଷର ପାଇଁ ଅନେକ ଥର ଗାଳି ଶୁଣିବାକୁ ପଡ଼ିଥାଏ। ହସ୍ତାକ୍ଷର ଖରାପ ହେଲେ ଛାତ୍ରୀଛାତ୍ରଙ୍କ ମାର୍କ କମ୍‌ ଆସିଥାଏ। ଏବେ ଏହି ହସ୍ତାକ୍ଷରକୁ ନେଇ ଜଣେ ଯୁବତୀ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛନ୍ତି। କାରଣ ତାଙ୍କ ହାତଲେଖା ବିଶ୍ୱରେ ସମସ୍ତଙ୍କଠାରୁ ସୁନ୍ଦର।

ସବୁଠୁ ସୁନ୍ଦର ହସ୍ତାକ୍ଷର ଥିବା ଏହି ଯୁବତୀଜଣଙ୍କ ହେଉଛନ୍ତି ପ୍ରକୃତି ମଲ୍ଲା। ସେ ନେପାଳର ବାସିନ୍ଦା। ତାଙ୍କର ଅସାଧାରଣ ହସ୍ତାକ୍ଷର ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି। ଏଭଳି କଳା ଦେଖି ସମସ୍ତେ ଅଭିଭୂତ ହେଉଛନ୍ତି।

ପ୍ରକୃତିଙ୍କୁ ସୁନ୍ଦର ହସ୍ତାକ୍ଷରର ଫାଇଦା ମିଳିଛି। ତାଙ୍କୁୁ ୟୁଏଇ ସରକାରଙ୍କ ପକ୍ଷରୁ ୫୧ତମ ସ୍ପିରିଟ୍‌ ଅଫ୍‌ ଦ ୟୁନିୟନ ସମାରୋହ ଲାଗି ଶୁଭେଚ୍ଛା ପତ୍ର ଲେଖିଥିଲେ। ଏହାକୁ ସେ ୟୁଏଇ ଦୂତାବାସ ହାତରେ ଦେଇଥିଲେ। ଏହାକୁ ଦେଖିବା ପରେ ତାଙ୍କ ପ୍ରତିଭା ଏବଂ ହସ୍ତାକ୍ଷର ସାରା ବିଶ୍ୱରେ ଲୋକପ୍ରିୟ ହୋଇଯାଇଛି।

ତେବେ ପ୍ରକୃତିଙ୍କୁ ୧୪ ବର୍ଷ ହୋଇଥିବା ବେଳେ ତାଙ୍କର ଏକ ସ୍କୁଲ ଖାତାର ଲେଖା ଭାଇରାଲ ହୋଇଥିଲା। ତାଙ୍କର ନିର୍ଭୁଲ ଏବଂ ସୁନ୍ଦର ହସ୍ତାକ୍ଷର ଦେଖି ଲୋକେ ବିଭୋର ହୋଇଥିଲେ। ଅନେକେ ତାହା କମ୍ପ୍ୟୁଟରରେ ଟାଇପ୍‌ କରାଯାଇଥିବା କହିଥିଲେ।

The post ଦୁନିଆର ସବୁଠୁ ସୁନ୍ଦର ହସ୍ତାକ୍ଷର ଥିବା ଝିଅ, ପ୍ରତିଭା ଦେଖି ଅଭିଭୂତ ହେଉଛନ୍ତି… appeared first on Dharitri Odia News.