ପୁଣି ପୋଲିସର ଦାଦାଗିରି: ଦୁଇ ଭାଇଙ୍କୁ ଉଠାଇ ନେଇ ଦେଲେ ଥାର୍ଡ ଡିଗ୍ରୀ

ବଣାଇଁ, ୫।୧୦(ପ୍ରଦୀପ ତ୍ରିପାଠୀ): ଦୁଇ ମାସ ତଳେ ରେଳ ଇଞ୍ଜିନରୁ ତେଲ ଚୋରି ଘଟଣାରେ ସମ୍ପୃକ୍ତି ଦର୍ଶାଇ ଗତ ୨ ତାରିଖ ରାତିରେ ରେଲୱେ ପୋଲିସ ଛିଡାକୁଦର ଗ୍ରାମର ୨ ଭାଇଙ୍କୁ ଉଠାଇ ନେଇଥିଲା। ତେବେ ଉଭୟଙ୍କୁ ନିକଟସ୍ଥ ବିମଳାଗଡ ଷ୍ଟେଶନର ଏକ କୋଠରୀକୁ ନେଇ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ହୋଇଛି। ୩ ତାରିଖ ଅପରାହ୍ନରେ ଉଭୟଙ୍କୁ ଛାଡି ଦିଆଯାଇଥିଲେ ମଧ୍ୟ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଶୁକ୍ରବାର ସେମାନେ କେ. ବଲାଙ୍ଗ ଥାନାରେ ଅଭିଯୋଗ କରିଥିଲେ। […] The post ପୁଣି ପୋଲିସର ଦାଦାଗିରି: ଦୁଇ ଭାଇଙ୍କୁ ଉଠାଇ ନେଇ ଦେଲେ ଥାର୍ଡ ଡିଗ୍ରୀ appeared first on Dharitri Odia News.

ପୁଣି ପୋଲିସର ଦାଦାଗିରି: ଦୁଇ ଭାଇଙ୍କୁ ଉଠାଇ ନେଇ ଦେଲେ ଥାର୍ଡ ଡିଗ୍ରୀ

ବଣାଇଁ, ୫।୧୦(ପ୍ରଦୀପ ତ୍ରିପାଠୀ): ଦୁଇ ମାସ ତଳେ ରେଳ ଇଞ୍ଜିନରୁ ତେଲ ଚୋରି ଘଟଣାରେ ସମ୍ପୃକ୍ତି ଦର୍ଶାଇ ଗତ ୨ ତାରିଖ ରାତିରେ ରେଲୱେ ପୋଲିସ ଛିଡାକୁଦର ଗ୍ରାମର ୨ ଭାଇଙ୍କୁ ଉଠାଇ ନେଇଥିଲା। ତେବେ ଉଭୟଙ୍କୁ ନିକଟସ୍ଥ ବିମଳାଗଡ ଷ୍ଟେଶନର ଏକ କୋଠରୀକୁ ନେଇ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ହୋଇଛି।

୩ ତାରିଖ ଅପରାହ୍ନରେ ଉଭୟଙ୍କୁ ଛାଡି ଦିଆଯାଇଥିଲେ ମଧ୍ୟ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଶୁକ୍ରବାର ସେମାନେ କେ. ବଲାଙ୍ଗ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ଗ୍ରହଣ କରି ଗୁରୁତର ଦୁଇଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେମାନେ ଏବେ ଚିକିତ୍ସାଧୀନ ଅଛନ୍ତି ଏବଂ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ଜଣାପଡ଼ିଛି।

ଅଭିଯୋଗକାରୀ ଦୁଇ ଭାଇ ହେଲେ ପଟାସାହି ରେଲଓ୍ବେ କଲୋନୀରେ ରହୁଥିବା ଛୋଟେଲାଲ ଇଚାଗୁଟୁ (୨୭) ଓ ଡୁମ୍ବି ଇଚାଗୁଟୁ (୨୪)। ଉଭୟଙ୍କ ଜଂଘରୁ ଅଣ୍ଟା ପର୍ଯ୍ୟନ୍ତ ମାଡ଼ରେ ପଚା ଦାଗ ପଡିଯାଇଛି। ଏ ସମ୍ପର୍କରେ କେ. ବଲାଙ୍ଗ ଥାନା ପୋଲିସ ଏକ ମାମଲା (ନଂ.୭୯/୨୪) ରୁଜୁ କରି ତଦନ୍ତ କରୁଛି।

The post ପୁଣି ପୋଲିସର ଦାଦାଗିରି: ଦୁଇ ଭାଇଙ୍କୁ ଉଠାଇ ନେଇ ଦେଲେ ଥାର୍ଡ ଡିଗ୍ରୀ appeared first on Dharitri Odia News.