ହିଟ୍ ଓ୍ୱେଭ୍ ନେଇ ଜାରି ହେଲା ନିର୍ଦ୍ଦେଶନାମା, ବଦଳିଲା ସ୍କୁଲ୍ ସମୟ
ସମ୍ୱଲପୁର ୦୪/୦୪: ହିଟ୍ ଓ୍ୱେଭ ପାଇଁ ସମ୍ବଲପୁର ଜିଲ୍ଲାପାଳ ଜାରି କଲେ ନିର୍ଦ୍ଦେଶନାମା । ସମ୍ବଲପୁର ଜିଲ୍ଲାରେ ବଦଳିଲା ସ୍କୁଲ ସମୟ । ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସକାଳ ୬.୩୦ ରୁ ୧୦.୩୦ ଯାଏଁ ଖୋଲା ରହିବ । ସେହିପରି କର୍ମ କ୍ଷେତ୍ରରେ ଶ୍ରମିକମାନେ ମଧ୍ୟ ୧୧ ଟାରୁ ଅପରାହ୍ନ ୩ ଟା ୩୦ ଯାଏଁ କାମ କରିବା ଉପରେ କଟକଣା ଲଗାଯାଇଛି । ଏହା ସହ ହସ୍ପିଟାଲ ଗୁଡିକରେ ଅଂଶୁଘାତ ଓ୍ୱାର୍ଡ ଖୋଲିବା ନେଇ ନିର୍ଦ୍ଦେଶ ଦେବା ସହ ସମୀକ୍ଷା କରିଛନ୍ତି । ଜଳଛତ୍ର ଖୋଲିବା ସହ ଜଳକଷ୍ଟ ଭୋଗୁଥିବା ଅଂଚଳରେ ଓ୍ୱାଟର ଟ୍ୟାଙ୍କ ମାଧ୍ୟମରେ ପାନୀୟ ଜଳ ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଆଜି ଜିଲ୍ଲାର ସମସ୍ତ ବିଡିଓ, ତହସିଲାଦର, ସିଡିଏମଓ, ଡିଇଓ ଓ ସମସ୍ତ ବିଇଓଙ୍କୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି ।
ସମ୍ୱଲପୁର ୦୪/୦୪: ହିଟ୍ ଓ୍ୱେଭ ପାଇଁ ସମ୍ବଲପୁର ଜିଲ୍ଲାପାଳ ଜାରି କଲେ ନିର୍ଦ୍ଦେଶନାମା । ସମ୍ବଲପୁର ଜିଲ୍ଲାରେ ବଦଳିଲା ସ୍କୁଲ ସମୟ । ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସକାଳ ୬.୩୦ ରୁ ୧୦.୩୦ ଯାଏଁ ଖୋଲା ରହିବ ।
ସେହିପରି କର୍ମ କ୍ଷେତ୍ରରେ ଶ୍ରମିକମାନେ ମଧ୍ୟ ୧୧ ଟାରୁ ଅପରାହ୍ନ ୩ ଟା ୩୦ ଯାଏଁ କାମ କରିବା ଉପରେ କଟକଣା ଲଗାଯାଇଛି । ଏହା ସହ ହସ୍ପିଟାଲ ଗୁଡିକରେ ଅଂଶୁଘାତ ଓ୍ୱାର୍ଡ ଖୋଲିବା ନେଇ ନିର୍ଦ୍ଦେଶ ଦେବା ସହ ସମୀକ୍ଷା କରିଛନ୍ତି ।
ଜଳଛତ୍ର ଖୋଲିବା ସହ ଜଳକଷ୍ଟ ଭୋଗୁଥିବା ଅଂଚଳରେ ଓ୍ୱାଟର ଟ୍ୟାଙ୍କ ମାଧ୍ୟମରେ ପାନୀୟ ଜଳ ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଆଜି ଜିଲ୍ଲାର ସମସ୍ତ ବିଡିଓ, ତହସିଲାଦର, ସିଡିଏମଓ, ଡିଇଓ ଓ ସମସ୍ତ ବିଇଓଙ୍କୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି ।