ଆସାମରେ ପହଞ୍ଚିଲା ରାହୁଲଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’
ନୂଆଦିଲ୍ଲୀ,୧୮।୧: କଂଗ୍ରେସର ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଗୁରୁବାର ନାଗାଲାଣ୍ଡରୁ ଆସାମ ପହଞ୍ଚିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବାହାରିଥିବା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ୧୫ ରାଜ୍ୟର ୧୧୦ ଜିଲା ଦେଇ ଗତି କରିବ। ଏହି ଯାତ୍ରା ନାଗାଲାଣ୍ଡର ଶିବସାଗର ଜିଲାର ହଲୁୱାଟିଂ ହୋଇ ଆସାମ ପହଞ୍ଚିଛି। ଗାନ୍ଧୀଙ୍କୁ ହଲୁୱାଟିଂରେ ଶତାଧିକ ଦଳ କର୍ମୀ ସ୍ବାଗତ କରିଥିଲେ ଏବଂ ତାଙ୍କର ଆଠ ଦିନିଆ ରାଜ୍ୟ ଗସ୍ତ ପାଇଁ କଂଗ୍ରେସର ଆସାମ ୟୁନିଟର ନେତାମାନଙ୍କୁ ଜାତୀୟ […] The post ଆସାମରେ ପହଞ୍ଚିଲା ରାହୁଲଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ appeared first on Dharitri Odia News.
ନୂଆଦିଲ୍ଲୀ,୧୮।୧: କଂଗ୍ରେସର ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଗୁରୁବାର ନାଗାଲାଣ୍ଡରୁ ଆସାମ ପହଞ୍ଚିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବାହାରିଥିବା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ୧୫ ରାଜ୍ୟର ୧୧୦ ଜିଲା ଦେଇ ଗତି କରିବ। ଏହି ଯାତ୍ରା ନାଗାଲାଣ୍ଡର ଶିବସାଗର ଜିଲାର ହଲୁୱାଟିଂ ହୋଇ ଆସାମ ପହଞ୍ଚିଛି।
ଗାନ୍ଧୀଙ୍କୁ ହଲୁୱାଟିଂରେ ଶତାଧିକ ଦଳ କର୍ମୀ ସ୍ବାଗତ କରିଥିଲେ ଏବଂ ତାଙ୍କର ଆଠ ଦିନିଆ ରାଜ୍ୟ ଗସ୍ତ ପାଇଁ କଂଗ୍ରେସର ଆସାମ ୟୁନିଟର ନେତାମାନଙ୍କୁ ଜାତୀୟ ପତାକା ହସ୍ତାନ୍ତର କରାଯାଇଛି।
କଂଗ୍ରେସ ନେତାଙ୍କୁ ୬,୭୧୩ କିଲୋମିଟର ଲମ୍ବା ଯାତ୍ରା ୧୪ ଜାନୁଆରୀକୁ ମଣିପୁରରୁ ଆରମ୍ଭ ହୋଇଥିଲା ଏବଂ ୨୦ ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ। ଆସାମରେ ଏହି ଯାତ୍ରା ୨୫ ଜାନୁଆରୀ ପର୍ଯ୍ୟନ୍ତ ଜାରି ରହିବ।
The post ଆସାମରେ ପହଞ୍ଚିଲା ରାହୁଲଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ appeared first on Dharitri Odia News.