ଦଶମ ଶ୍ରେଣୀରେ ଜଣେ ଛାତ୍ର, ବୋର୍ଡ୍ ପରୀକ୍ଷାରେ ସିଏ ବି ଫେଲ୍

ନନ୍ଦିଘୋଷ ବ୍ୟୁରୋ : ଏମିତି ବହୁତ କମ ଦେଖିବାକୁ ମିଳେ, ଗୋଟିଏ ଶ୍ରେଣୀରେ ଜଣେ ଛାତ୍ର ଥିବ ଆଉ ସେ... The post ଦଶମ ଶ୍ରେଣୀରେ ଜଣେ ଛାତ୍ର, ବୋର୍ଡ୍ ପରୀକ୍ଷାରେ ସିଏ ବି ଫେଲ୍ appeared first on .

ଦଶମ ଶ୍ରେଣୀରେ ଜଣେ ଛାତ୍ର, ବୋର୍ଡ୍ ପରୀକ୍ଷାରେ ସିଏ ବି ଫେଲ୍

ନନ୍ଦିଘୋଷ ବ୍ୟୁରୋ : ଏମିତି ବହୁତ କମ ଦେଖିବାକୁ ମିଳେ, ଗୋଟିଏ ଶ୍ରେଣୀରେ ଜଣେ ଛାତ୍ର ଥିବ ଆଉ ସେ ବି ବୋର୍ଡ ପରୀକ୍ଷାରେ ଫେଲ ହୋଇଯିବ । କଥାଟା ଅଜବ ଲାଗୁଥିଲେ ମଧ୍ୟ ସତ । ଉତ୍ତରାଖଣ୍ଡର ଏକ ସ୍କୁଲରେ ଏପରି ଦେଖିବାକୁ ମିଳିଛି । ବାସ୍ତବରେ ନୈନିତାଲ ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟର ଦଶମ ଶ୍ରୀଣୀରେ ଜଣେ ମାତ୍ର ଛାତ୍ର ପଢୁଥିଲା । ସିଏ ବି ଦଶମ ବୋର୍ଡ ପରୀକ୍ଷାରେ ଫେଲ ହୋଇଗଲା । ଏହାର ତଦନ୍ତ କରୁଛନ୍ତି ଶିକ୍ଷା ଅଧିକାରୀ ।

ମାଧ୍ୟମିକ ଶିକ୍ଷାର ଅତିରିକ୍ତ ନିର୍ଦ୍ଦେଶକ ଜୀବନ ସୈନ କହିଛନ୍ତି, ବିଦ୍ୟାଳୟରେ ସମସ୍ତ କର୍ମଚାରୀ ନିୟୋଜିତ ଥିବା ବେଳେ ମଧ୍ୟ ଜଣେ ଛାତ୍ର ଦଶମ ବୋର୍ଡ ପାସ କରିପାରିଲା ନାହିଁ । ତେଣୁ ମୁଖ୍ୟ ଶିକ୍ଷାଧିକାରୀଙ୍କୁ ପରିସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନୈନିତାଲ ଜିଲ୍ଲା ମୁଖ୍ୟାଳୟରୁ ୧୧୫ କିଲୋମିଟର ଦୂରରେ ଅବସ୍ଥିତ ଭଦ୍ରକୋଟ ଗ୍ରାମର ଏହି ସ୍କୁଲରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାତ୍ର ୭ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ସ୍କୁଲରେ ପ୍ରଧାନଶିକ୍ଷକଙ୍କ ସମେତ ମୋଟ ୭ ଜଣ ଶିକ୍ଷକ ଅଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ସ୍କୁଲରେ ଷଷ୍ଠ ଏବଂ ସପ୍ତମ ଶ୍ରେଣୀରେ ଦୁଇଜଣ ଲେଖାଏଁ ଛାତ୍ର ଅଛନ୍ତି, ଯେତେବେଳେ ୮ମ, ୯ମ ଏବଂ ଦଶମ ଶ୍ରେଣୀରେ ଜଣେ ଲେଖାଏଁ ଛାତ୍ର ଅଛନ୍ତି।

ଦଶମ ଶ୍ରେଣୀର ଏହି ଏକମାତ୍ର ଛାତ୍ରଟି ସମସ୍ତ ବିଷୟରେ ଖରାପ ନମ୍ବର ରଖିଛି। ଅଧିକାରୀମାନେ କହିଛନ୍ତି ଯେ ଛାତ୍ରଟି ହିନ୍ଦୀରେ ପ୍ରାୟ ୧୦ ନମ୍ବର ଓ ଇଂରାଜୀ, ବିଜ୍ଞାନ, ସାମାଜିକ ଅଧ୍ୟୟନ ଏବଂ ଗଣିତରେ ୧୦ ରୁ କମ୍ ନମ୍ବର ପାଇଛି। ରାଜ୍ୟର ଶିକ୍ଷା ଅଧିକାରୀମାନେ ବୋର୍ଡ ପରୀକ୍ଷା ଫଳାଫଳ ଏବଂ ସ୍କୁଲଗୁଡ଼ିକ ଯାଞ୍ଚ କରିବା ସମୟରେ ଏହି ସ୍କୁଲର ଛାତ୍ର ଫେଲ ହୋଇଥିବା ବିଷୟରେ ଜାଣିବାକୁ ପାଇଲେ। ଅଧିକାରୀ ପ୍ରିନ୍ସିପାଲ ଏବଂ କର୍ମଚାରୀଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି।

The post ଦଶମ ଶ୍ରେଣୀରେ ଜଣେ ଛାତ୍ର, ବୋର୍ଡ୍ ପରୀକ୍ଷାରେ ସିଏ ବି ଫେଲ୍ appeared first on .