ବାତ୍ୟା ପାଇଁ କୋଲକାତା ଏୟାରପୋର୍ଟରୁ ବିମାନ ଉଡ଼ାଣ ବନ୍ଦ
କୋଲକାତା: ସାମୁଦ୍ରିକ ଝଡ଼ ରିମାଲର ପ୍ରଭାବକୁ ଦୃଷ୍ଟିରେ ରଖି ବିମାନ ଚଳାଚଳ ସ୍ଥଗିତ। କୋଲକାତା ବିମାନବନ୍ଦର କର୍ତ୍ତୃପକ୍ଷ ରବିବାର ଅପରାହ୍ନରୁ ୨୧ ଘଣ୍ଟା ପାଇଁ ବିମାନ ଚଳାଚଳ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଶନିବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇଣ୍ଟରନ୍ୟାସନାଲ (ଏନଏସସିବି) ବିମାନବନ୍ଦରର କର୍ତ୍ତୃପକ୍ଷଙ୍କ ବୈଠକ ପରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।କୋଲକାତା ସମେତ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ସାଇକ୍ଲୋନ୍ ରେମାଲର ପ୍ରଭାବରେ କୋଲକାତାରେ ପ୍ରବଳ ପବନ ଓ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ବୈଠକ ଏହି ନିଷ୍ପତ୍ତି ନିଆଯାଇଥିବା ଏନଏସସିବି ବିମାନବନ୍ଦର ନିର୍ଦ୍ଦେଶକ ସି ପଟ୍ଟାଭୀ ଏକ ବିବୃତ୍ତିରେ କହିଛନ୍ତି। ଏହି କାରଣରୁ ମେ ୨୬ ରେ ମଧ୍ୟାହ୍ନ ୧୨ଟାରୁ ବିମାନ ଚଳାଚଳ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ,ମେ ୨୬ ମଧ୍ୟରାତ୍ରିରେ ପଶ୍ଚିମବଙ୍ଗ ଏବଂ ପଡୋଶୀ ବାଂଲାଦେଶ ଉପକୂଳରେ ବାତ୍ୟା ଲ୍ୟାଣ୍ଡଫଲ କରିବ। ଏହି ସମୟରେ ପବନର ବେଗ 110-120 କିଲୋମିଟର ଓ ଝଟକା 135 କିଲୋମିଟର ବେଗ ରହିବାର ସମ୍ଭାବନା ରହିଛି।ଏହାର ପ୍ରଭାବରେ ମେ ୨୬-୨୭ରେ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଅତ୍ୟଧିକ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି।
କୋଲକାତା: ସାମୁଦ୍ରିକ ଝଡ଼ ରିମାଲର ପ୍ରଭାବକୁ ଦୃଷ୍ଟିରେ ରଖି ବିମାନ ଚଳାଚଳ ସ୍ଥଗିତ। କୋଲକାତା ବିମାନବନ୍ଦର କର୍ତ୍ତୃପକ୍ଷ ରବିବାର ଅପରାହ୍ନରୁ ୨୧ ଘଣ୍ଟା ପାଇଁ ବିମାନ ଚଳାଚଳ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଶନିବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇଣ୍ଟରନ୍ୟାସନାଲ (ଏନଏସସିବି) ବିମାନବନ୍ଦରର କର୍ତ୍ତୃପକ୍ଷଙ୍କ ବୈଠକ ପରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।
କୋଲକାତା ସମେତ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ସାଇକ୍ଲୋନ୍ ରେମାଲର ପ୍ରଭାବରେ କୋଲକାତାରେ ପ୍ରବଳ ପବନ ଓ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ବୈଠକ ଏହି ନିଷ୍ପତ୍ତି ନିଆଯାଇଥିବା ଏନଏସସିବି ବିମାନବନ୍ଦର ନିର୍ଦ୍ଦେଶକ ସି ପଟ୍ଟାଭୀ ଏକ ବିବୃତ୍ତିରେ କହିଛନ୍ତି। ଏହି କାରଣରୁ ମେ ୨୬ ରେ ମଧ୍ୟାହ୍ନ ୧୨ଟାରୁ ବିମାନ ଚଳାଚଳ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ,
ମେ ୨୬ ମଧ୍ୟରାତ୍ରିରେ ପଶ୍ଚିମବଙ୍ଗ ଏବଂ ପଡୋଶୀ ବାଂଲାଦେଶ ଉପକୂଳରେ ବାତ୍ୟା ଲ୍ୟାଣ୍ଡଫଲ କରିବ। ଏହି ସମୟରେ ପବନର ବେଗ 110-120 କିଲୋମିଟର ଓ ଝଟକା 135 କିଲୋମିଟର ବେଗ ରହିବାର ସମ୍ଭାବନା ରହିଛି।
ଏହାର ପ୍ରଭାବରେ ମେ ୨୬-୨୭ରେ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଅତ୍ୟଧିକ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି।