କେନ୍ଷ୍ଟାର୍ର ନୂତନ ଅଭିଯାନ
ଭୁବନେଶ୍ୱର,୩।୨: ଦେଶର ପ୍ରମୁଖ ତଥା ଲୋକପ୍ରିୟ ଏୟାର କୁଲର୍ସ (ଏସି) ବ୍ରାଣ୍ଡ ‘କେନ୍ଷ୍ଟାର୍’ର ବ୍ୟୟବହୁଳ ମଲ୍ଟିମିଡିଆ କ୍ୟାମ୍ପେନିଂ ତଥା ବ୍ରାଣ୍ଡ୍ର ନୂତନ ଅଭିଯାନ ‘ଏସି ଓ୍ବାଲି ଥଣ୍ଡକ, ଅବ୍ କେନ୍ଷ୍ଟାର୍ କୁଲର୍ସ ମେଁ’ ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଉଭୟ ଷ୍ଟାର କପଲ (ଯୋଡ଼ି) ରାଜକୁମାର ରାଓ ଏବଂ ପତ୍ରଲେଖା ପଲ ଏହି ଅଭିଯାନକୁ ବାସ୍ତବ ରୂପ ଦେବେ ବୋଲି କମ୍ପାନୀ ପକ୍ଷରୁ ଆକଳନ କରାଯାଇଛି। ଏ ସମ୍ପର୍କରେ କେନ୍ଷ୍ଟାର୍ର ସିଇଓ ସୁନୀଲ ଜୈନ, ଆମେ […] The post କେନ୍ଷ୍ଟାର୍ର ନୂତନ ଅଭିଯାନ appeared first on Dharitri Odia News.
ଭୁବନେଶ୍ୱର,୩।୨: ଦେଶର ପ୍ରମୁଖ ତଥା ଲୋକପ୍ରିୟ ଏୟାର କୁଲର୍ସ (ଏସି) ବ୍ରାଣ୍ଡ ‘କେନ୍ଷ୍ଟାର୍’ର ବ୍ୟୟବହୁଳ ମଲ୍ଟିମିଡିଆ କ୍ୟାମ୍ପେନିଂ ତଥା ବ୍ରାଣ୍ଡ୍ର ନୂତନ ଅଭିଯାନ ‘ଏସି ଓ୍ବାଲି ଥଣ୍ଡକ, ଅବ୍ କେନ୍ଷ୍ଟାର୍ କୁଲର୍ସ ମେଁ’ ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଉଭୟ ଷ୍ଟାର କପଲ (ଯୋଡ଼ି) ରାଜକୁମାର ରାଓ ଏବଂ ପତ୍ରଲେଖା ପଲ ଏହି ଅଭିଯାନକୁ ବାସ୍ତବ ରୂପ ଦେବେ ବୋଲି କମ୍ପାନୀ ପକ୍ଷରୁ ଆକଳନ କରାଯାଇଛି। ଏ ସମ୍ପର୍କରେ କେନ୍ଷ୍ଟାର୍ର ସିଇଓ ସୁନୀଲ ଜୈନ, ଆମେ ରାଜକୁମାର ରାଓଙ୍କୁ ଆମର ଚେହେରା ଭାବେ ଘୋଷଣାକରି ବେଶ୍ ଉତ୍ସାହିତ ଅଛୁ। ଏପରିକି ଆମେ ସର୍ବଦା ଗ୍ରାହକଙ୍କୁ ନୂଆ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଉତ୍ପାଦଗୁଡିକୁ ବଜାର ପ୍ରବେଶ କରାଇବା ସହିତ ଗ୍ରାହକଙ୍କ ଆବଶ୍ୟକତା ଓ ବଜାର ଚାହିଦକୁ ମଧ୍ୟ ଗୁରୁତ୍ୱ ଦେଇଥାଉ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ। ସେହିଭଳି କେନ୍ଷ୍ଟାର୍ର ମାର୍କେଟିଂ ହେଡ୍ ନେହା ଖୁଲାର କହିଛନ୍ତି, ଆମ ବ୍ରାଣ୍ଡ୍ର କୁଲର୍ସ ପାଇଁ ରାଜକୁମାର ପ୍ରଥମ ପସନ୍ଦ ହୋଇଥିଲାବେଳେ ସେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବଜାରରେ ବେଶ୍ ଲୋକପ୍ରିୟ ଥିବାରୁ ଆମର ଉତ୍ପାଦଗୁଡିକ ସବୁ ବର୍ଗର ଗ୍ରାହକଙ୍କ ନିକଟତର ହୋଇପାରିବ ବୋଲି ସେ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି।
The post କେନ୍ଷ୍ଟାର୍ର ନୂତନ ଅଭିଯାନ appeared first on Dharitri Odia News.