ସ୍ପେଶାଲ କ୍ରାଇମ୍ ୟୁନିଟ୍ ପଞ୍ଝାରେ ଉଚ୍ଚଶିକ୍ଷିତ ଠକ
ଭୁବନେଶ୍ୱର,୧୭।୪(ସତ୍ୟଜିତ୍ ରାଉତ): ବହୁଗୁଣ ଲାଭ ଦେବା ଆଳରେ ୧.୧୧ କୋଟି ଟଙ୍କା ଠକେଇ ମାମଲାରେ କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ ଜଣେ ଉଚ୍ଚଶିକ୍ଷିତ ଠକଙ୍କୁ ଗିରଫ କରିଛି। ସେ ହେଲେ ଭୁବନେଶ୍ୱର ଏୟାରପୋର୍ଟ ଥାନା ଅନ୍ତର୍ଗତ ପଳାଶପଲ୍ଲୀ ଅଞ୍ଚଳର ଆତ୍ମଜ୍ୟୋତି ନାୟକ (୨୧)। ଆତ୍ମଜ୍ୟୋତି ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ବ୍ୟାଚେଲର ଅଫ୍ ମ୍ୟାନେଜ୍ମେଣ୍ଟ (ବିବିଏମ୍) ଶେଷବର୍ଷର ଛାତ୍ର। ତାଙ୍କ ନିକଟରୁ ୨ଟି ମୋବାଇଲ ଫୋନ୍ ଓ ୩ଟି ବ୍ୟାଙ୍କ୍ ପାସବୁକ୍ ଜବତ ହୋଇଛି। ମଙ୍ଗଳବାର ତାଙ୍କୁ […] The post ସ୍ପେଶାଲ କ୍ରାଇମ୍ ୟୁନିଟ୍ ପଞ୍ଝାରେ ଉଚ୍ଚଶିକ୍ଷିତ ଠକ appeared first on Dharitri Odia News.
ଭୁବନେଶ୍ୱର,୧୭।୪(ସତ୍ୟଜିତ୍ ରାଉତ): ବହୁଗୁଣ ଲାଭ ଦେବା ଆଳରେ ୧.୧୧ କୋଟି ଟଙ୍କା ଠକେଇ ମାମଲାରେ କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ ଜଣେ ଉଚ୍ଚଶିକ୍ଷିତ ଠକଙ୍କୁ ଗିରଫ କରିଛି। ସେ ହେଲେ ଭୁବନେଶ୍ୱର ଏୟାରପୋର୍ଟ ଥାନା ଅନ୍ତର୍ଗତ ପଳାଶପଲ୍ଲୀ ଅଞ୍ଚଳର ଆତ୍ମଜ୍ୟୋତି ନାୟକ (୨୧)। ଆତ୍ମଜ୍ୟୋତି ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ବ୍ୟାଚେଲର ଅଫ୍ ମ୍ୟାନେଜ୍ମେଣ୍ଟ (ବିବିଏମ୍) ଶେଷବର୍ଷର ଛାତ୍ର। ତାଙ୍କ ନିକଟରୁ ୨ଟି ମୋବାଇଲ ଫୋନ୍ ଓ ୩ଟି ବ୍ୟାଙ୍କ୍ ପାସବୁକ୍ ଜବତ ହୋଇଛି। ମଙ୍ଗଳବାର ତାଙ୍କୁ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟକୁ ଚାଲାଣ କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ତାଙ୍କୁ ରିମାଣ୍ଡରେ ଆଣି ପୋଲିସ ଅଧିକ ତଥ୍ୟ ଯୋଗାଡ଼ କରିବ। ଏଥିପାଇଁ କୋର୍ଟରେ ୩ଦିନିଆ ରିମାଣ୍ଡ ଲାଗି ଆବେଦନ କରାଯିବ ବୋଲି ପୋଲିସ ସୂଚନା ଦେବା ସହ ଏହି ମାମଲାରେ ଅନ୍ୟ କେହି ଅଭିଯୁକ୍ତ ଅଛନ୍ତି କି ନାହିଁ ସେନେଇ ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ଅଞ୍ଚଳର ଠକେଇର ଶିକାର ଜଣେ ମହିଳାଙ୍କ ଏତଲା ଆଧାରରେ ଗତ ଜାନୁଆରୀ ୫ରେ ସ୍ପେଶାଲ କ୍ରାଇମ୍ ୟୁନିଟ୍ ଥାନା ଏକ ମାମଲା (ନଂ.୫/୨୦୨୪) ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ଉକ୍ତ ମହିଳାଙ୍କ ସମେତ ୯ ଜଣ ୧.୧୧ କୋଟି ଟଙ୍କା ନିବେଶ କରି ଆତ୍ମଜ୍ୟୋତିଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା ଏତଲାରେ ଦର୍ଶାଇଥିଲେ। ଆତ୍ମଜ୍ୟୋତି ‘ଇମ୍ପେରିଆଲ ଇନ୍ଭେଷ୍ଟର’ ନାଁରେ ଏକ କମ୍ପାନୀ କରିଥିବା ଦର୍ଶାଇ ସୋସିଆଲ ମିଡିଆରେ ୱେବ୍ପେଜ୍ ଖୋଲିଥିଲେ। ସେଥିରେ ସେ ଲୋଭନୀୟ ବିଜ୍ଞାପନ ଦେଇଥିଲେ। ନିବେଶ ଟଙ୍କାର ୧୦ରୁ ୧୫% ପ୍ରତିମାସ ଲାଭ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଆତ୍ମଜ୍ୟୋତି ତାଙ୍କ କମ୍ପାନୀକୁ ‘ରେଜିଷ୍ଟର ଅଫ୍ କମ୍ପାନୀ’ରେ ପଞ୍ଜୀକୃତ କରି ନ ଥିବାବେଳେ ଲୋକଙ୍କ ପାଖରୁ ଟଙ୍କା ଗ୍ରହଣ ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ)ଠାରୁ ମଧ୍ୟ ଅନୁମତି ପାଇ ନ ଥିଲେ। ନିବେଶକଙ୍କଠାରୁ ଆଣିଥିବା ସବୁ ଟଙ୍କାକୁ ସେ ଷ୍ଟକ୍ ମାର୍କେଟ୍ରେ ଶେୟାର ଟ୍ରେଡିଂ କରିଥିଲେ। ଏପରିକି ଲୋକଙ୍କ ବିଶ୍ୱାସ ଜିତିବାକୁ ୧୨ଲକ୍ଷ ଟଙ୍କା ମଧ୍ୟ ପ୍ରଥମେ ଦେଇଥିଲେ। ପରବର୍ତ୍ତୀ ସମୟରେ ଆତ୍ମଜ୍ୟୋତି ଠକେଇ କରିଥିଲେ। ତେବେ ପୋଲିସ ତାଙ୍କର ୩ଟି ବ୍ୟାଙ୍କ ଆକାଉଣ୍ଟକୁ ସିଜ୍ କରିଥିବାବେଳେ ସେଗୁଡ଼ିକରେ ଟଙ୍କା ନ ଥିବା ଜାଣିବାକୁ ପାଇଛି। ଆତ୍ମଜ୍ୟୋତିଙ୍କୁ ରିମାଣ୍ଡରେ ଆଣିବା ପରେ ପଚରାଉଚରା କରି ଏ ଦିଗରେ ଅଧିକ ତଥ୍ୟ ହାସଲ କରିବାକୁ ପୋଲିସ ଯୋଜନା କରିଛି।
The post ସ୍ପେଶାଲ କ୍ରାଇମ୍ ୟୁନିଟ୍ ପଞ୍ଝାରେ ଉଚ୍ଚଶିକ୍ଷିତ ଠକ appeared first on Dharitri Odia News.