ନିର୍ବାଚନ ପୂର୍ବରୁ ଟ୍ରମ୍ପ୍ଙ୍କ ଉପରେ ବାୟୋପିକ୍ ଆଣିବ ହଲିଉଡ୍
ଓ୍ବାଶିଂଟନ,୨ା୯:ନଭେମ୍ବର ୫ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ହଲିଉଡ୍ର ବ୍ରିଆର୍କ୍ଲିଫ୍ ଏଣ୍ଟରଟେନ୍ମେଣ୍ଟ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ଙ୍କ ଉପରେ ଏକ ବିବାଦୀୟ ବାୟୋପିକ୍ ଆଣିବାକୁ ଯାଉଛି। ଅକ୍ଟୋବର ୧୧ରେ ରିଲିଜ୍ ହେବାକୁ ଥିବା ଏହି ବାୟୋପିକ୍ରେ ଟ୍ରମ୍ପ୍ଙ୍କୁ ଜଣେ ବଳାତ୍କାରୀ ଭାବେ ଚିତ୍ରଣ କରାଯାଇଥିବାରୁ ଏହା ଉପରେ ଜୋର୍ଦାର ଚର୍ଚ୍ଚା ହୋଇଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଟ୍ରମ୍ପ୍ଙ୍କ ଟିମ୍ ଧମକ ଦେଇଛି। ଅଲି ଆବ୍ବାସୀଙ୍କ ନିର୍ଦ୍ଦେଶିତ ଉକ୍ତ ଜୀବନୀ […] The post ନିର୍ବାଚନ ପୂର୍ବରୁ ଟ୍ରମ୍ପ୍ଙ୍କ ଉପରେ ବାୟୋପିକ୍ ଆଣିବ ହଲିଉଡ୍ appeared first on Dharitri Odia News.
ଓ୍ବାଶିଂଟନ,୨ା୯:ନଭେମ୍ବର ୫ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ହଲିଉଡ୍ର ବ୍ରିଆର୍କ୍ଲିଫ୍ ଏଣ୍ଟରଟେନ୍ମେଣ୍ଟ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ଙ୍କ ଉପରେ ଏକ ବିବାଦୀୟ ବାୟୋପିକ୍ ଆଣିବାକୁ ଯାଉଛି। ଅକ୍ଟୋବର ୧୧ରେ ରିଲିଜ୍ ହେବାକୁ ଥିବା ଏହି ବାୟୋପିକ୍ରେ ଟ୍ରମ୍ପ୍ଙ୍କୁ ଜଣେ ବଳାତ୍କାରୀ ଭାବେ ଚିତ୍ରଣ କରାଯାଇଥିବାରୁ ଏହା ଉପରେ ଜୋର୍ଦାର ଚର୍ଚ୍ଚା ହୋଇଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଟ୍ରମ୍ପ୍ଙ୍କ ଟିମ୍ ଧମକ ଦେଇଛି। ଅଲି ଆବ୍ବାସୀଙ୍କ ନିର୍ଦ୍ଦେଶିତ ଉକ୍ତ ଜୀବନୀ ଚଳଚ୍ଚିତ୍ରରେ ଟ୍ରମ୍ପ୍ଙ୍କ ପୂର୍ବ ବ୍ୟବସାୟ କ୍ୟାରିୟର, ଆଇନଜୀବୀ ରୟ କୋହନ୍ଙ୍କ ସହ ତାଙ୍କର ସମ୍ପର୍କ ଆଦି ରହିଛି। ରାଷ୍ଟ୍ରପତି ନିର୍ବାଚନକୁ ନେଇ ଟ୍ରମ୍ପ୍ ଏବଂ ବର୍ତ୍ତମାନର ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ୍ ପ୍ରାର୍ଥୀ କମଲା ହାରିସ୍ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହୋଇଥବା ବେଳେ ହଲିଉଡ୍ର ଏହି ବାୟୋପିକ୍ ଆମେରିକୀୟ ଭୋଟରଙ୍କୁ ପ୍ରଭାବିତ କରିବ ବୋଲି କୁହାଯାଉଛି।
The post ନିର୍ବାଚନ ପୂର୍ବରୁ ଟ୍ରମ୍ପ୍ଙ୍କ ଉପରେ ବାୟୋପିକ୍ ଆଣିବ ହଲିଉଡ୍ appeared first on Dharitri Odia News.