ଛତିଶଗଡ଼ ରାୟପୁରରେ ନକ୍ସଲ ବିରୋଧୀ ସମନ୍ବୟ ବୈଠକ, ୨୦୨୬ ସୁଦ୍ଧା ମାଓମୁକ୍ତ ହେବ ଦେଶ
ମାଓବାଦର ହେବ ମୂଳୋତ୍ପାଟନ । ଭୁଶୁଡ଼ିବ ବାମପନ୍ଥୀ ଉଗ୍ରବାଦ । ୨୦୨୬ ସୁଦ୍ଧା ମାଓମୁକ୍ତ ହେବ ଦେଶ । ଛତିଶଗଡ଼ ରାୟପୁରରେ ନକ୍ସଲ ବିରୋଧୀ ସମନ୍ବୟ ବୈଠକ ପରେ କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ତାଙ୍କ ଅଧ୍ୟକ୍ଷତାରେ ରାୟପୁରରେ ଆୟୋଜିତ ବୈଠକରେ ନକ୍ସଲପ୍ରବଣ ୭ ରାଜ୍ୟର ମୁଖ୍ୟ ସଚିବ ଓ ପୋଲିସ ଡିଜି ସାମିଲ ହୋଇଥିଲେ । ଛତିଶଗଡ଼ ସମେତ ଓଡ଼ିଶା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ମହାରାଷ୍ଟ୍ରର ଅଧିକାରୀ ବୈଠକରେ […] The post ଛତିଶଗଡ଼ ରାୟପୁରରେ ନକ୍ସଲ ବିରୋଧୀ ସମନ୍ବୟ ବୈଠକ, ୨୦୨୬ ସୁଦ୍ଧା ମାଓମୁକ୍ତ ହେବ ଦେଶ appeared first on KNews Odisha.

ମାଓବାଦର ହେବ ମୂଳୋତ୍ପାଟନ । ଭୁଶୁଡ଼ିବ ବାମପନ୍ଥୀ ଉଗ୍ରବାଦ । ୨୦୨୬ ସୁଦ୍ଧା ମାଓମୁକ୍ତ ହେବ ଦେଶ । ଛତିଶଗଡ଼ ରାୟପୁରରେ ନକ୍ସଲ ବିରୋଧୀ ସମନ୍ବୟ ବୈଠକ ପରେ କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ତାଙ୍କ ଅଧ୍ୟକ୍ଷତାରେ ରାୟପୁରରେ ଆୟୋଜିତ ବୈଠକରେ ନକ୍ସଲପ୍ରବଣ ୭ ରାଜ୍ୟର ମୁଖ୍ୟ ସଚିବ ଓ ପୋଲିସ ଡିଜି ସାମିଲ ହୋଇଥିଲେ । ଛତିଶଗଡ଼ ସମେତ ଓଡ଼ିଶା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ମହାରାଷ୍ଟ୍ରର ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ ।
ଓଡ଼ିଶାର ମୁଖ୍ୟ ସଚିବ ମନୋଜ ଆହୁଜା ଓ ପୋଲିସ ଡିଜି ୱାଇ ବି ଖୁରାନିଆ ଯୋଗ ଦେଇଥିଲେ । ବୈଠକରେ ବାମପନ୍ଥୀ ଉଗ୍ରବାଦକୁ ଦମନ କରିବାକୁ ଆନ୍ତଃରାଜ୍ୟ ସମନ୍ବୟ ଉପରେ ଜୋର ଦିଆଯାଇଛି। ମୋବାଇଲ, ରୋଡ କନେକ୍ ଟିଭିଟିକୁ ସୁଦୃଢ କରିବା ଉପରେ ଫୋକସ ରହିଛି। ରାଜ୍ୟମାନଙ୍କ ସୀମାରେ ସୁରକ୍ଷା ବୃଦ୍ଧି ସହ ନକ୍ସଲଙ୍କ ଗତିବିଧି ଉପରେ ତୀକ୍ଷଣ ନଜର ରହିବ। ଏଥିପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଡ୍ରୋନ ଓ ସାଟେଲାଇଟ ଦ୍ବାରା ନଜର ରଖିବାକୁ ଜୋର ଦିଆଯାଇଛି ।
ଆନ୍ତଃରାଜ୍ୟଗୁଡ଼ିକ ମଧ୍ୟରେ ଗୁଇନ୍ଦା ତଥ୍ୟର ଆଦାନପ୍ରଦାନକୁ ତ୍ବରାନ୍ବିତ କରାଯିବ। ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ସୁରକ୍ଷା ଓ ବିକାଶମୂଳକ କାର୍ଯ୍ୟ ପାଇଁ ଚ୍ୟାଲେଞ୍ଜ ଉପରେ ବୈଠକରେ ଆଲୋଚନା ହୋଇଛି। ଛତିଶଗଡ଼ରେ ନକ୍ସଲ ନମସ୍ର କମିଛି। ଚାରି ଦଶକ ପରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଲୋକ ମତଦାନ କରିଛନ୍ତି । ୨୦୨୬ ସୁଦ୍ଧ ଦେଶ ନକ୍ସଲମୁକ୍ତ ହେବ ବୋଲି ଶାହ କହିଛନ୍ତି ।
The post ଛତିଶଗଡ଼ ରାୟପୁରରେ ନକ୍ସଲ ବିରୋଧୀ ସମନ୍ବୟ ବୈଠକ, ୨୦୨୬ ସୁଦ୍ଧା ମାଓମୁକ୍ତ ହେବ ଦେଶ appeared first on KNews Odisha.