କୋରାପୁଟରେ ସସ୍ତ୍ରୀକ ମତଦାନ ସାବ୍ୟସ୍ତ କଲେ ଜିଲାପାଳ, ଡିଆଇଜି
କୋରାପୁଟ,୧୩ା୫(ଅମିତାଭ ବେହେରା): କୋରାପୁଟ ଜିଲାରେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। କୋରାପୁଟ ଟାଉନ ହଲ୍ଠାରେ କରାଯାଇଥିବା ଆଦର୍ଶ ମତଦାନ କେନ୍ଦ୍ର ନଂ ୧୩୯ରେ ଜିଲାପାଳ ଭି. କୀର୍ତ୍ତି ଭାସନ ଓ ତାଙ୍କ ସହଧର୍ମିଣୀ ପହଞ୍ଚି ନିଜନିଜର ମତଦାନ ସାବ୍ୟସ୍ତ କରି ଏହି ଗଣତନ୍ତ୍ର ପର୍ବକୁ ଶୁଭାରମ୍ଭ କରିବା ସହ ସମସ୍ତ ଭୋଟର ଏଥିରେ ସାମିଲ ହେବାକୁ ନିବେଦନ କରିଥିଲେ। ସେହିପରି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମୀନା ତାଙ୍କ ସହଧର୍ମିଣୀଙ୍କ ସହ ଏହି […] The post କୋରାପୁଟରେ ସସ୍ତ୍ରୀକ ମତଦାନ ସାବ୍ୟସ୍ତ କଲେ ଜିଲାପାଳ, ଡିଆଇଜି appeared first on Dharitri Odia News.
କୋରାପୁଟ,୧୩ା୫(ଅମିତାଭ ବେହେରା): କୋରାପୁଟ ଜିଲାରେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। କୋରାପୁଟ ଟାଉନ ହଲ୍ଠାରେ କରାଯାଇଥିବା ଆଦର୍ଶ ମତଦାନ କେନ୍ଦ୍ର ନଂ ୧୩୯ରେ ଜିଲାପାଳ ଭି. କୀର୍ତ୍ତି ଭାସନ ଓ ତାଙ୍କ ସହଧର୍ମିଣୀ ପହଞ୍ଚି ନିଜନିଜର ମତଦାନ ସାବ୍ୟସ୍ତ କରି ଏହି ଗଣତନ୍ତ୍ର ପର୍ବକୁ ଶୁଭାରମ୍ଭ କରିବା ସହ ସମସ୍ତ ଭୋଟର ଏଥିରେ ସାମିଲ ହେବାକୁ ନିବେଦନ କରିଥିଲେ।
ସେହିପରି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମୀନା ତାଙ୍କ ସହଧର୍ମିଣୀଙ୍କ ସହ ଏହି ବୁଥ୍ରେ ମତଦାନ ସାବ୍ୟସ୍ତ କରିଛନ୍ତି। ସକାଳୁ ଏହି ଉକ୍ତ ବୁଥ୍ରେ ଇଭିଏମ୍ରେ କିଛି ତ୍ରୁଟି ଯୋଗୁ ପ୍ରାୟ ଅଧଘଣ୍ଟା ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା। ସେହିପରି କୋରାପୁଟ ମ୍ୟୁନିସିପାଲିଟିର ମାଳିସାହି, ଯାନିଗୁଡ଼ା, ପୋଲିସ ଲାଇନ, ଏକ୍ସବୋର୍ଡ ସ୍କୁଲ ବୁଥ୍ ଆଦିରେ ଇଭିଏମ୍ରେ ସମସ୍ୟା ଉପୁଜିବାରୁ ମତଦାନ ବିଳମ୍ବ ହୋଇଥିଲା। ସୀମାନ୍ତ କୋଟିଆରେ ମଧ୍ୟ ମତଦାନ ଶାନ୍ତିଶୃଙ୍ଖଳାର ସହ ଚାଲିଛି।
The post କୋରାପୁଟରେ ସସ୍ତ୍ରୀକ ମତଦାନ ସାବ୍ୟସ୍ତ କଲେ ଜିଲାପାଳ, ଡିଆଇଜି appeared first on Dharitri Odia News.