ଜଷ୍ଟିସ ହିମାଙ୍କ ବିଦାୟୀକୁ ନେଇ ଭାବୁକ ହେଲେ ସିଜେଆଇ

ନୂଆଦିଲ୍ଲୀ,୩୧।୮: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ ଜଷ୍ଟିସ ହିମା କୋହଲିଙ୍କ ଅବସରର ସମୟରେ ତାଙ୍କୁ ପ୍ରଶଂସା କରି କହିଛନ୍ତି, ସେ ସବୁବେଳେ ମହିଳାଙ୍କ ଅଧିକାରକୁ ନେଇ ଲଢିଛନ୍ତି ଓ ଏଥିପ୍ରତି ସଜାଗ ରହିଛନ୍ତି। ସେପ୍ଟେମ୍ବର ୧ରେ ହିମା ଅବସର ନେଉଛନ୍ତି ଏବଂ ଶୁକ୍ରବାର ତାଙ୍କ କାର୍ଯ୍ୟକାଳର ଶେଷ କାର୍ଯ୍ୟ ଦିବସ ଥିଲା ଏବଂ ଏହି ଅବସରରେ ସେ ପ୍ରଧାନ ବିଚାରପତିଙ୍କ ସହ ବେଞ୍ଚରେ ବସିଥିଲେ। ଜଷ୍ଟିସ ହିମା କୋହଲି ଶୁକ୍ରବାର ପ୍ରଧାନ ବିଚାରପତି ଚନ୍ଦ୍ରଚୂଡଙ୍କ ସହ […] The post ଜଷ୍ଟିସ ହିମାଙ୍କ ବିଦାୟୀକୁ ନେଇ ଭାବୁକ ହେଲେ ସିଜେଆଇ appeared first on Dharitri Odia News.

ଜଷ୍ଟିସ ହିମାଙ୍କ ବିଦାୟୀକୁ ନେଇ ଭାବୁକ ହେଲେ ସିଜେଆଇ

ନୂଆଦିଲ୍ଲୀ,୩୧।୮: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ ଜଷ୍ଟିସ ହିମା କୋହଲିଙ୍କ ଅବସରର ସମୟରେ ତାଙ୍କୁ ପ୍ରଶଂସା କରି କହିଛନ୍ତି, ସେ ସବୁବେଳେ ମହିଳାଙ୍କ ଅଧିକାରକୁ ନେଇ ଲଢିଛନ୍ତି ଓ ଏଥିପ୍ରତି ସଜାଗ ରହିଛନ୍ତି। ସେପ୍ଟେମ୍ବର ୧ରେ ହିମା ଅବସର ନେଉଛନ୍ତି ଏବଂ ଶୁକ୍ରବାର ତାଙ୍କ କାର୍ଯ୍ୟକାଳର ଶେଷ କାର୍ଯ୍ୟ ଦିବସ ଥିଲା ଏବଂ ଏହି ଅବସରରେ ସେ ପ୍ରଧାନ ବିଚାରପତିଙ୍କ ସହ ବେଞ୍ଚରେ ବସିଥିଲେ।
ଜଷ୍ଟିସ ହିମା କୋହଲି ଶୁକ୍ରବାର ପ୍ରଧାନ ବିଚାରପତି ଚନ୍ଦ୍ରଚୂଡଙ୍କ ସହ ବେଞ୍ଚରେ ବସିଥିଲେ। ସେମାନଙ୍କ କାର୍ଯ୍ୟକାଳର ଶେଷ କାର୍ଯ୍ୟ ଦିବସରେ ଜଷ୍ଟିସମାନେ ପାରମ୍ପାରିକ ଭାବରେ ପ୍ରଧାନ ବିଚାରପତିଙ୍କ ସହ ବେଞ୍ଚରେ ବସିଥା’ନ୍ତି। ବରିଷ୍ଠତା ଆଧାରରେ ସୁପ୍ରିମକୋର୍ଟରେ ଜଷ୍ଟିସ କୋହଲି ନବମ ସ୍ଥାନରେ ରହିଥିଲେ। ସେପ୍ଟେମ୍ବର ୨, ୧୯୫୯ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ କୋହଲି ନୂଆଦିଲ୍ଲୀର ସେଣ୍ଟ ଥୋମାସରୁ ସ୍କୁଲ ଶିକ୍ଷା କରିଥିଲେ ଏବଂ ସେଣ୍ଟ ଷ୍ଟିଫେନ କଲେଜରୁ ଇତିହାସରେ ସ୍ନାତକ ହାସଲ କରିଥିଲେ।

The post ଜଷ୍ଟିସ ହିମାଙ୍କ ବିଦାୟୀକୁ ନେଇ ଭାବୁକ ହେଲେ ସିଜେଆଇ appeared first on Dharitri Odia News.