ଖଣ୍ଡା ବୁଲାଇଲେ ଦୁଇ ଭାଜପା ପ୍ରାର୍ଥୀ

ସରଣ୍ଡା,୧୪ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଗୋଡ଼ଭଗାରେ ରବିବାର ହନୁମାନ ଜୟନ୍ତୀ ପାଳିତ ହୋଇଛି। ତେବେ ଏହି ଅବସରରେ ବାହାରିଥିବା ଶୋଭାଯାତ୍ରାରେ ଭାଜପାର ବରଗଡ଼ ଲୋକ ସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏବଂ ଅତାବିରା ବିଧାନସଭା ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦ ଖଣ୍ଡା ବୁଲାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନାନୁଯାୟୀ, ଗୋଡ଼ଭଗା ଛକରୁ ଶୋଭାଯାତ୍ରା ବାହାରି ଫାଣ୍ଡିଛକ ନିକଟ ହନୁମାନ ମନ୍ଦିରକୁ ପହଞ୍ଚିଥିଲା। ସେଠାରେ ବିଧି ଅନୁଯାୟୀ ପୂଜା ହୋଇଥିଲା। ସେହିପରି ଶୋଭାଯାତ୍ରାଟି  ସହିତ […] The post ଖଣ୍ଡା ବୁଲାଇଲେ ଦୁଇ ଭାଜପା ପ୍ରାର୍ଥୀ appeared first on Dharitri Odia News.

ଖଣ୍ଡା ବୁଲାଇଲେ ଦୁଇ ଭାଜପା ପ୍ରାର୍ଥୀ

ସରଣ୍ଡା,୧୪ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଗୋଡ଼ଭଗାରେ ରବିବାର ହନୁମାନ ଜୟନ୍ତୀ ପାଳିତ ହୋଇଛି। ତେବେ ଏହି ଅବସରରେ ବାହାରିଥିବା ଶୋଭାଯାତ୍ରାରେ ଭାଜପାର ବରଗଡ଼ ଲୋକ ସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏବଂ ଅତାବିରା ବିଧାନସଭା ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦ ଖଣ୍ଡା ବୁଲାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାନୁଯାୟୀ, ଗୋଡ଼ଭଗା ଛକରୁ ଶୋଭାଯାତ୍ରା ବାହାରି ଫାଣ୍ଡିଛକ ନିକଟ ହନୁମାନ ମନ୍ଦିରକୁ ପହଞ୍ଚିଥିଲା। ସେଠାରେ ବିଧି ଅନୁଯାୟୀ ପୂଜା ହୋଇଥିଲା। ସେହିପରି ଶୋଭାଯାତ୍ରାଟି  ସହିତ ଆଗକୁ ବଢ଼ି ଚାଲିଥିଲା। ଏହି ସମୟରେ ଶୋଭାଯାତ୍ରାରେ ସାମିଲ ହୋଇଥିବା ଭାଜପାର ଲୋକ ସଭା ପ୍ରାର୍ଥୀ ପୁରୋହିତ ଏବଂ ବିଧାନସଭା ପ୍ରାର୍ଥୀ ମହାନନ୍ଦ ଖଣ୍ଡା ବୁଲାଇଥିଲେ। ତାହା ଦେଖିବା ପାଇଁ ସମଗ୍ର ଅଞ୍ଚଳ ଲୋକାରଣ୍ୟ ହୋଇପଡ଼ିଥିଲା।

The post ଖଣ୍ଡା ବୁଲାଇଲେ ଦୁଇ ଭାଜପା ପ୍ରାର୍ଥୀ appeared first on Dharitri Odia News.