ମଦଠାରୁ ପାଣି ଯାଏଁ ଦୁର୍ନୀତି ‘ଆପ୍’ କରିବ, କଂଗ୍ରେସ ଅଭିଯୋଗ ଆଣିବ ଆଉ ଗାଳି ମୋତେ : ପିଏମ୍ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ରାଜ୍ୟସଭାକୁ ସମ୍ୱୋଧନ କରିଛନ୍ତି । ନିଜ ଭାଷଣରେ ସେ କଂଗ୍ରେସ ସହ ଅନ୍ୟ ବିରୋଧୀ ଦଳକୁ ଜୋରଦାର ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ପାର୍ଟି ଆମ୍ ଆଦମୀ ପାର୍ଟି ବିରୋଧରେ ଅଭିଯୋଗ ଆଣିଥିଲା ଏବଂ କୋର୍ଟଙ୍କୁ ଟାଣିଥିଲା, ଏବେ କାର୍ଯ୍ୟାନୁଷ୍ଠାନ ହେଲା ବେଳେ ଗାଳି ତାଙ୍କୁ ଦିଆଯାଉଛି । ପିଏମ୍ ମୋଦୀ କରିଛନ୍ତି ଯେ ଯେଉଁ ସବୁ ପ୍ରମାଣ ଆମ୍ ଆଦମୀ ପାର୍ଟି ବିରୋଧରେ କଂଗ୍ରେସ ଦେଇଥିଲା, କଣ ତାହା ମିଛ ଥିଲା କି ?ପିଏମ୍ ମୋଦୀ କହିଛନ୍ତି, 'କେନ୍ଦ୍ରର ଯାଞ୍ଚ ଏଜେନ୍ସିଙ୍କ ବିରୋଧରେ ଅଭିଯୋଗ ଅଣାଯାଉଛି । କୁହାଯାଉଛି ଯେ ସରକାର ଏଜେନ୍ସିଗୁଡ଼ିକର ଦୁରୁପଯୋଗ କରୁଛନ୍ତି । 'ଆପ୍' ଦୁର୍ନୀତି କରିବ, ମଦ ଦୁର୍ନୀତି କରିବ 'ଆପ୍', ପିଲାଙ୍କ ଶ୍ରେଣୀଗୃହ ନିର୍ମାଣରେ ଦୁର୍ନୀତି କରିବ ଆପ୍, ପାଣିରେ ଦୁର୍ନୀତି କରିବ ଆପ୍, ଆପ୍ ବିରୋଧରେ ଅଭିଯୋଗ କରିବ କଂଗ୍ରେସ, ଆପକୁ କୋର୍ଟ ଟାଣିବ କଂଗ୍ରେସ ଏବଂ କାର୍ଯ୍ୟାନୁଷ୍ଠାନ ହେଲେ ମୋଦୀକୁ ଗାଳି । ଏବେ ପରସ୍ପରର ସହଯୋଗୀ ହୋଇଯାଇଛନ୍ତି । ପିଏମ୍ ମୋଦୀ ଆମ୍ ଆଦମୀ ପାର୍ଟିକୁ କହିଛନ୍ତି ଯେ ସେ କଂଗ୍ରେସକୁ ଜବାବ ମାଗୁ । ଏହାସହ କଂଗ୍ରେସକୁ ମଧ୍ୟ ସ୍ପଷ୍ଟ କରିବାକୁ କହିଛନ୍ତି ଯେ ସେ ଆଣିଥିବା ଅଭିଯୋଗ ସତ ନାଁ ମିଛ । ପିଏମ୍ ମୋଦୀ କହିଛନ୍ତି, ମୁଁ ଆମ ଆଦମୀ ପାର୍
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ରାଜ୍ୟସଭାକୁ ସମ୍ୱୋଧନ କରିଛନ୍ତି । ନିଜ ଭାଷଣରେ ସେ କଂଗ୍ରେସ ସହ ଅନ୍ୟ ବିରୋଧୀ ଦଳକୁ ଜୋରଦାର ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ପାର୍ଟି ଆମ୍ ଆଦମୀ ପାର୍ଟି ବିରୋଧରେ ଅଭିଯୋଗ ଆଣିଥିଲା ଏବଂ କୋର୍ଟଙ୍କୁ ଟାଣିଥିଲା, ଏବେ କାର୍ଯ୍ୟାନୁଷ୍ଠାନ ହେଲା ବେଳେ ଗାଳି ତାଙ୍କୁ ଦିଆଯାଉଛି । ପିଏମ୍ ମୋଦୀ କରିଛନ୍ତି ଯେ ଯେଉଁ ସବୁ ପ୍ରମାଣ ଆମ୍ ଆଦମୀ ପାର୍ଟି ବିରୋଧରେ କଂଗ୍ରେସ ଦେଇଥିଲା, କଣ ତାହା ମିଛ ଥିଲା କି ?
ପିଏମ୍ ମୋଦୀ କହିଛନ୍ତି, 'କେନ୍ଦ୍ରର ଯାଞ୍ଚ ଏଜେନ୍ସିଙ୍କ ବିରୋଧରେ ଅଭିଯୋଗ ଅଣାଯାଉଛି । କୁହାଯାଉଛି ଯେ ସରକାର ଏଜେନ୍ସିଗୁଡ଼ିକର ଦୁରୁପଯୋଗ କରୁଛନ୍ତି । 'ଆପ୍' ଦୁର୍ନୀତି କରିବ, ମଦ ଦୁର୍ନୀତି କରିବ 'ଆପ୍', ପିଲାଙ୍କ ଶ୍ରେଣୀଗୃହ ନିର୍ମାଣରେ ଦୁର୍ନୀତି କରିବ ଆପ୍, ପାଣିରେ ଦୁର୍ନୀତି କରିବ ଆପ୍, ଆପ୍ ବିରୋଧରେ ଅଭିଯୋଗ କରିବ କଂଗ୍ରେସ, ଆପକୁ କୋର୍ଟ ଟାଣିବ କଂଗ୍ରେସ ଏବଂ କାର୍ଯ୍ୟାନୁଷ୍ଠାନ ହେଲେ ମୋଦୀକୁ ଗାଳି । ଏବେ ପରସ୍ପରର ସହଯୋଗୀ ହୋଇଯାଇଛନ୍ତି ।
ପିଏମ୍ ମୋଦୀ ଆମ୍ ଆଦମୀ ପାର୍ଟିକୁ କହିଛନ୍ତି ଯେ ସେ କଂଗ୍ରେସକୁ ଜବାବ ମାଗୁ । ଏହାସହ କଂଗ୍ରେସକୁ ମଧ୍ୟ ସ୍ପଷ୍ଟ କରିବାକୁ କହିଛନ୍ତି ଯେ ସେ ଆଣିଥିବା ଅଭିଯୋଗ ସତ ନାଁ ମିଛ । ପିଏମ୍ ମୋଦୀ କହିଛନ୍ତି, ମୁଁ ଆମ ଆଦମୀ ପାର୍ଟିକୁ କହିବାକୁ ଚାହୁଁଛି ଯେ ସାହସ ଅଛି ଯଦି ସଂସଦରେ ଠିଆ ହୋଇ କଂଗ୍ରେସକୁ ଜବାବ ମାଗୁ । କଂଗ୍ରେସ ସାମ୍ୱାଦିକ ସମ୍ମିଳନୀ କରି ଦିଲ୍ଲୀ ମଦ ଦୁର୍ନୀତିର ପ୍ରମାଣ ଦେଶ ସାମନାରେ ରଖିଥିଲା । ଏବେ ସେମାନେ ସ୍ପଷ୍ଟ କରନ୍ତୁ ଯେ ଯେଉଁ ପ୍ରମାଣ ଦେଖାଇଥିଲେ ତାହା ସତ ନାଁ ମିଛ । ମୁଁ ଜାଣିଛି ଯେ ଏହା ଉପରେ ଜବାବ ଦେବା ପାଇଁ ସେମାନଙ୍କ ସାହସ ନାହିଁ । ଏହା ସେମାନଙ୍କ ଦୋମୁହାଁ ନୀତି ।
ପିଏମ୍ ମୋଦୀ କହିଛନ୍ତି ଯେ ଦିଲ୍ଲୀରେ ଇଡି-ସିବିଆଇର କାର୍ଯ୍ୟାନୁଷ୍ଠାନ ଉପରେ ପାଟି କରୁଛନ୍ତି ଏବଂ ସେହିମାନେ ଏହି ଏଜେନ୍ସି ଜରିଆରେ କେରଳ ମୁଖ୍ୟମନ୍ତ୍ରୀଙ୍କୁ ଜେଲ୍ ପଠାଇବା କଥା କହୁଛନ୍ତି ।