ବିଜେପି ସରକାରକୁ ଟାର୍ଗେଟ୍ କଲେ ନବୀନ, ଜବାବ ଦେଲେ ମନମୋହନ
ଭୁବନେଶ୍ଵର: ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିଜେପି ସରକାରକୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଛନ୍ତି, ବିଜୁବାବୁଙ୍କ ସମୟରେ ଓଡ଼ିଶା ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିଲା । ବର୍ତ୍ତମାନ ଇତିହାସକୁ ବଦଳାଇବା ଲାଗି ହୀନ ପ୍ରୟାସ ଚାଲିଛି । ସମୟ ନଷ୍ଟ ନକରି ବିକାଶର ନୂଆ ଅଧ୍ୟାୟ ସୃଷ୍ଟି କଲେ ଓଡ଼ିଶାର ମଙ୍ଗଳ ହେବ ବୋଲି କହିଥିଲେ ନବୀନ । ଜବାବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ବିଜୁବାବୁଙ୍କ ପ୍ରତି ଆମର ଯଥେଷ୍ଟ ସମ୍ମାନ ରହିଛି । ନବୀନ ଯାହା କହିଛନ୍ତି ତାହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଏଭଳି ବକ୍ତବ୍ୟ ଉଚିତ୍ ନୁହେଁ । ସେ ନିଜର ବକ୍ତବ୍ୟର ପୁନର୍ବିଚାର କରନ୍ତୁ ବୋଲି କହିଛନ୍ତି ମନମୋହନ । Also read: ଯାତ୍ରା ବିବାଦ ଉପରେ ପଡ଼ୁନି ଯବନିକା; ସ୍ୱାମୀ ସ୍ତ୍ରୀ କଳି ଆହୁରି ବିବାଦୀୟନବୀନ କହିଥିଲେ ବିଜୁବାବୁଙ୍କ ସମୟରେ ଓଡ଼ିଶା ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିଲା । ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ କରିବା ଥିଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଲକ୍ଷ୍ୟ । ତାଙ୍କ ସ୍ବପ୍ନ ପୂରଣ କରିବାକୁ ଉଦ୍ୟମ ଜାରି ରହିଛି । ହେଲେ କିଛି ଲୋକ ବରପୁତ୍ରମାନଙ୍କ ତ୍ୟାଗ ଓ ଅବଦାନକୁ ନ୍ୟୁନ କରିବାକୁ ଚାହୁଁଛନ୍ତି । ଇତିହାସ ବଦଳାଇବାକୁ ହୀନ ଉଦ୍ୟମ କରୁଛନ୍ତି ।
ଭୁବନେଶ୍ଵର: ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିଜେପି ସରକାରକୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଛନ୍ତି, ବିଜୁବାବୁଙ୍କ ସମୟରେ ଓଡ଼ିଶା ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିଲା । ବର୍ତ୍ତମାନ ଇତିହାସକୁ ବଦଳାଇବା ଲାଗି ହୀନ ପ୍ରୟାସ ଚାଲିଛି । ସମୟ ନଷ୍ଟ ନକରି ବିକାଶର ନୂଆ ଅଧ୍ୟାୟ ସୃଷ୍ଟି କଲେ ଓଡ଼ିଶାର ମଙ୍ଗଳ ହେବ ବୋଲି କହିଥିଲେ ନବୀନ । ଜବାବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ବିଜୁବାବୁଙ୍କ ପ୍ରତି ଆମର ଯଥେଷ୍ଟ ସମ୍ମାନ ରହିଛି । ନବୀନ ଯାହା କହିଛନ୍ତି ତାହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଏଭଳି ବକ୍ତବ୍ୟ ଉଚିତ୍ ନୁହେଁ । ସେ ନିଜର ବକ୍ତବ୍ୟର ପୁନର୍ବିଚାର କରନ୍ତୁ ବୋଲି କହିଛନ୍ତି ମନମୋହନ ।
Also read: ଯାତ୍ରା ବିବାଦ ଉପରେ ପଡ଼ୁନି ଯବନିକା; ସ୍ୱାମୀ ସ୍ତ୍ରୀ କଳି ଆହୁରି ବିବାଦୀୟ
ନବୀନ କହିଥିଲେ ବିଜୁବାବୁଙ୍କ ସମୟରେ ଓଡ଼ିଶା ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିଲା । ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ କରିବା ଥିଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଲକ୍ଷ୍ୟ । ତାଙ୍କ ସ୍ବପ୍ନ ପୂରଣ କରିବାକୁ ଉଦ୍ୟମ ଜାରି ରହିଛି । ହେଲେ କିଛି ଲୋକ ବରପୁତ୍ରମାନଙ୍କ ତ୍ୟାଗ ଓ ଅବଦାନକୁ ନ୍ୟୁନ କରିବାକୁ ଚାହୁଁଛନ୍ତି । ଇତିହାସ ବଦଳାଇବାକୁ ହୀନ ଉଦ୍ୟମ କରୁଛନ୍ତି । ହେଲେ ଇତିହାସ ପରିବର୍ତ୍ତନ ହୋଇପାରିବ ନାହିଁ । ଏଥିରେ ସମୟ ନଷ୍ଟ ନକରି ବିକାଶର ନୂଆ ଅଧ୍ୟାୟ ସୃଷ୍ଟି କଲେ ଓଡ଼ିଶାର ମଙ୍ଗଳ ହେବ ବୋଲି କହିଥିଲେ ନବୀନ ।
ସେପଟେ ନବୀନଙ୍କ ଏଭଳି ଅଭିଯୋଗର ଜବାବ୍ ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମନମୋହନ କହିଛନ୍ତି ଯେ, ବିଜୁବାବୁଙ୍କ ପ୍ରତି ଆମର ଯଥେଷ୍ଟ ସମ୍ମାନ ରହିଛି । ସ୍ବାଧୀନତା ସଂଗ୍ରାମ ସମୟରେ ହେଉ ବା ଅନ୍ୟ ସମୟରେ ବିଜୁବାବୁ ଯେଉଁ ସବୁ ଭଲ କାମ କରିଛନ୍ତି ତାକୁ ଓଡ଼ିଶାବାସୀ ମନେ ନିଶ୍ଚିତ ମନେ ରଖିବେ । ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର ଦିନ । ଆଜିର ଦିନରେ ନବୀନ୍ ଯାହା କହିଛନ୍ତି ତାହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଏଭଳି ବକ୍ତବ୍ୟ ଉଚିତ୍ ନୁହେଁ ।
ସେପଟେ ଆଜି ବିଜୁ ଜନତା ଦଳର ସାଂଗଠନିକ ନିର୍ବାଚନୀ ପ୍ରକ୍ରିୟା ଭିତରେ ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଭରିଥିଲେ ନବୀନ । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିବାରୁ ନବମ ଥର ପାଇଁ ନିର୍ଦ୍ଦ୍ବନ୍ଦ୍ବରେ ବିଜେଡି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ନବୀନ ହୋଇଛନ୍ତି। ଆସନ୍ତା ୧୯ ତାରିଖରେ ଆନୁଷ୍ଠାନିକ ଭାବେ ବିଜେଡିର ନୂଆ ସଭାପତି ଭାବେ ନବୀନଙ୍କ ନାଁ ଘୋଷଣା ହେବ । ନାମାଙ୍କନ ପତ୍ର ଭରିବା ପୂର୍ବରୁ ଷ୍ଟେଟ କାଉନସିଲ ଗଠିତ ହୋଇସାରିଛି । ଏଥିରେ ୩୫୫ଜଣ ସଦସ୍ୟ ରହିଛି। ୧୯ ତାରିଖରେ ରାଜ୍ୟକାର୍ଯ୍ୟକାରିଣୀ ବୈଠକ ବସି ନବୀନଙ୍କ ନାମ ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି ବିଜେଡି ସଙ୍ଗାଠନିକ ନିର୍ବାଚନ ଅଧିକାରୀ ପ୍ରତାପ ଦେବ।
ବିଜୁ ବାବୁଙ୍କ ଜୟନ୍ତୀ ପୂର୍ବରୁ ମହାଙ୍ଗାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା ଏବଂ ତିରୋଧାନ ଦିବସ ପୂର୍ବରୁ ପାଟଣା ପର୍ଶୁରାମ ଛକରେ ଜରି ଗୁଡାଇ ହୋଇ ରହିଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଜାଳିଦେବା ଘଟଣା ପରେ ଆଜି ନବୀନ ମୁହଁ ଖୋଲି ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ ।